ନାଲକୋ ବିଶ୍ୱକର୍ମା ର ଫୁଡ ମାର୍କେଟ ରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ବାସୀ ଖାଦ୍ୟ କୁ ଫିଙ୍ଗିଲେ ଖାଦ୍ୟ ସୁରକ୍ଷା ଅଧିକାରୀ
ଅନୁଗୁଳ:
ଅନୁଗୁଳ ଜିଲ୍ଲା ନାଲକୋ ରେ ଚାଲିଛି ବିଶ୍ୱକର୍ମା ପୂଜା। ପଡିଛି ବହୁ ଖାଦ୍ୟ ଦୋକାନ ।ଏହି ଖାଦ୍ୟ ଦୋକନ ଗୁଡିକୁ ଗୁରୁବାର ଅପରାହ୍ନ ସମୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ହୋଇଥିଲା । ଖାଦ୍ୟ ଗୁଡିକର ଗୁଣବତ୍ତା ଯାଞ୍ଚ କରିବା ନେଇ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ଅପରାହ୍ନ ରେ ସମସ୍ତ ଦୋକାନ କୁ ଯାଞ୍ଚ କରାଯାଇଥିଲା । ବିଭିନ୍ନ ଦୋକାନ ଯାଞ୍ଚ ପରେ ବାସୀ ଖାଦ୍ୟ କୁ ଫିଙ୍ଗା ଯାଇଥିଲା ଏବଂ ଦୋକାନ ମାନଙ୍କୁ ତାଗିଦ୍ କରାଯାଇଥିଲା। ଏ ପଟେ ନାଲକୋ ମୀନା ବଜାର ରେ ବିସ୍କୁଟ ଖାଇଲେ ପାଟିରୁ ବାହାରିବ ଧୂଆଁ। ଏହି ଧୂଆଁ କେଉଁ ଭଳି ବାହାରୁଛି ଦୋକାନୀ କୁ ପଚାରିଲେ କହୁଛି କହି ପାରିବି ନାହିଁ, ଏ ନେଇ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଗ୍ୟାସ୍ କୁ ଖାଇଲେ ଦେହ ପାଇଁ ବହୁ କ୍ଷତିକାରକ ହେଇଥିବା ସ୍ଥାନୀୟ ବାସୀ ପ୍ରକାଶ କରିଥିଲେ। ଏହି ଯାଞ୍ଚ ପ୍ରକ୍ରିୟାରେ FSO ହରପ୍ରିୟା ବେହେରା, MTS ନୀଳାମ୍ବର ପ୍ରଧାନ, DO ଅଜିତ୍ କୁମାର ସାହୁ ଉପସ୍ଥିତ ରହି ଥିଲେ।