*ରାମଗଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ଅଞ୍ଚଳବାସୀ*
“୫ଟି ସଚିବକୁ ଚିଠି ଲେଖିଲେ ଜେନାପୁର ଗୋପବନ୍ଧୁ ପ୍ରେସ୍ କ୍ଲବ୍”ଜେନାପୁର,(ପି.ଏନ୍) ସବୁଜମୟ ପର୍ବତ ପାଦ ଦେଶରେ ପ୍ରକୃତିର ସୌନ୍ଦର୍ଯ୍ୟ ପୂର୍ଣ୍ଣ ନବ ଦିଗନ୍ତ ସୃଷ୍ଟିର ଧାରା ପାଛୁଟି ନିଏ ଅନତି ଦୂରରୁ ପ୍ରକୃତି ଚିତ୍ରକୁ ଭଲପାଉଥିବା ସେହି ଉନ୍ନତ ମନ୍ୟୁଷ୍ୟ ଯାହା ଦେଖିଲେ ଆନନ୍ଦରେ ବିଭୋର୍ ହୋଇଯା’ନ୍ତି । ସେହି ପରି ଏକ ପୌରାଣିକ ବିଷୟ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଅବହେଳିତ ହୋଇ ପଡି ରହିଥିବା ଗୁପ୍ତଗଙ୍ଗା ଓ ତାଙ୍କର ପଦସ୍ପର୍ଶରେ ସୃଷ୍ଟି ହୋଇଥିଲା ସ୍ଥାନର ନାମ । ଯାହା ଆଜିବି ସେ ସ୍ଥାନର ନାମ ରାମଗଡ ଭାବେ ପରିଚିତ ଲାଭ କରିଛି । ସେହି ସ୍ଥାନଟି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଥିବା ରାମଗଡ଼ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏହାର ପୁନରୁଦ୍ଧାର ଓ ଉନ୍ନତି ଏବଂ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି ରେ ୫ ଟି ସଚିବ ଙ୍କୁ ଚିଠି ଲେଖିଛନ୍ତି ଉକ୍ତ ଅଞ୍ଚଳର ଜେନାପୁର ଗୋପବନ୍ଧୁ ପ୍ରେସ କ୍ଲବର ସଦସ୍ୟ। ସୂଚନାଯୋଗ୍ୟ ଯାଜପୁର ଜିଲ୍ଲାର ରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଐତିହାସିକ ସ୍ଥାନ ମଧ୍ୟରୁ ରାମଗଡ଼ ପାହାଡ଼ ଏକ ସ୍ୱତନ୍ତ୍ର ସ୍ଥାନ ଅଟେ। ପାହାଡ଼ ପାଦ ଦେଶରୁ ଏହା ପ୍ରାୟ ୮୦୦ ମିଟର ଉଚ୍ଚରେ ଅବସ୍ଥିତ। ଅନେକ ଐତିହାସିକ ଓ ପୌରାଣିକ ଗାଥା ଗାଉଥିବା ରାମଗଡ଼ ପାହାଡ଼ କୁ ନେଇ ରହିଛି ଅନେକ କିମ୍ବଦନ୍ତୀ। ଏଠାରେ ପ୍ରଭୁ ରାମ,ଲକ୍ଷ୍ମଣ ,ସୀତା ଓ ହନୁମାନ ପୂଜା ପାଉଛନ୍ତି। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ମାତା ସୀତା ଙ୍କ ର ତୃଷ୍ଣା ମେଣ୍ଟେଇବା ପାଇଁ କୌଣସି ଜଳର ସନ୍ଧାନ ପାଇ ନ ଥିଲେ। ପର୍ବତ ପାଦ ଦେଶରେ ପ୍ରଭୁ ଶରବିଦ୍ଧ କରି ଏକ ଝରଣା ସୃଷ୍ଟି କରିଥିଲେ। ସେହି ଦିନ ଠାରୁ” ଗୁପ୍ତଗଙ୍ଗା ” ନାମ ରେ ଚିରସ୍ରୋତା ଝରଣା ଟିଏ ଆଜି ପର୍ଯ୍ୟନ୍ତ ପ୍ରବାହିତ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ପାହାଡ଼ ପାଦ ଦେଶରେ ଥାଇ ମଧ୍ୟ ତାହା ଚିରସ୍ରୋତା।ଜଣେ ଶବର ରାଜା ଏଠାରେ ବାସ କରୁଥିଲେ ବୋଲି ଶୁଣିବାକୁ ମିଳେ। ଚତୁଃପାର୍ଶ୍ବରେ ପାହାଡ଼ ବନଘେରା ପରିବେଶଟିରେ ଏକ ସ୍ୱତନ୍ତ୍ର ଅନୁଭୂତି ଅନୁଭବ ହୁଏ। ବର୍ଷସାରା ବିଭିନ୍ନ ପର୍ବ ପର୍ବାଣୀରେ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ମାନେ ଏଠାକୁ ବୁଲିବାକୁ ଆସି ଖୁବ ଆନନ୍ଦିତ ହେବା ସହିତ ବଣଭୋଜିର ଆଶର କରି ମଜା ବି ନିଅନ୍ତି। ତାଳଜଙ୍ଗ ଗ୍ରାମ ନିକଟରୁ ଏହାର ଦୂରତା ପ୍ରାୟ ଦେଢ଼ କିଲୋମିଟର ହେବ। ଗମନାଗମନର କୌଣସି ସୁବିଧା ନ ଥିବାରୁ ବହୁ ଅସୁବିଧା ରେ ପର୍ଯ୍ୟଟକମାନେ ସେଠାକୁ ଯାଇଥାନ୍ତି। ଏଠାକୁ କୌଣସି ବିଦ୍ୟୁତ୍ ସଂଯୋଗ ମଧ୍ୟ କରା ଯାଇନାହିଁ। ରାଜାଙ୍କ ଶାସନ କାଳ ରେ ବ୍ରହ୍ମ ଅବଧୂତ ବାବା ଶ୍ରୀ କଳ୍ପତରୁ ଦାସ ମହାରାଜ ନାମରେ ଜଣେ ସାଧୁ ଏଠାରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ। ରେଖିଦେଇପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ରାଜ୍ୟ ସରକାରଙ୍କ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ପରିବେଶବିତ ଉଦ୍ଧବ ଚରଣ ମଲ୍ଲଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ରେ ଏଠାରେ ବାବାଙ୍କର ଆଶ୍ରମ ସହିତ ପର୍ଯ୍ୟଟକମାନଙ୍କ ପାଇଁ ୩୦ ବର୍ଷ ପୂର୍ବେ ସରକାରୀ ଅନୁଦାନରେ ଏକ ଗୃହ ମଧ୍ୟ ନିର୍ମାଣ କରାଯାଇଥିଲା। ସମୟକ୍ରମେ ବାବାଙ୍କ ର ବ୍ରହ୍ମଲୀନ ହୋଇଥିଲା ଓ ବାବା ଙ୍କର ଏଠାରେ ସମାଧି ଦିଆ ଯାଇଥିଲା। ସେହିପର ଠାରୁ ଏଠାରେ କେହି ବାବା ରହୁ ନ ଥିବା ବେଳେ ସ୍ଥାନୀୟ ଲୋକ ଏହାର ଦାଇତ୍ୱ ବହନ କରି ସମସ୍ତ ପୂଜାର୍ଚ୍ଚନା କରୁଥିବା ସହିତ ରକ୍ଷଣାବେକ୍ଷଣ କରୁଛନ୍ତି। ଶ୍ରୀ ମଲ୍ଲଙ୍କ ଚେଷ୍ଟା ଓ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଏଠାରେ ପ୍ରାୟ ୫୦୦ ମିଟର ହେବ ଏକ ରାସ୍ତା ନିର୍ମାଣ କରାଯାଇଛି। କିମ୍ବଦନ୍ତୀ ବହନ କରୁଥିବା ଏହି ସ୍ଥାନ ଓ ଗୁପ୍ତଗଙ୍ଗା ଗଙ୍ଗା କୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କ ମନ ରେ ଅନେକ କୌତୁହଳ ଥାଏ କିନ୍ତୁ ସଂକୀର୍ଣ୍ଣ ପାଦ ଚଲା ରାସ୍ତାରେ ପାହାଡ଼ ଉପରକୁ ଯିବା ପାଇଁ ପର୍ଯ୍ୟଟକଙ୍କ ଆଗ୍ରହ କମି ଯାଉଛି। କିଛି ବର୍ଷ ପୂର୍ବେ ଏହାର ଉନ୍ନତି ଓ ସୁରକ୍ଷା ପାଇଁ ପରିବେଶବିତ ଉଦ୍ଧବ ଚରଣ ମଲ୍ଲ, ଅଗଣି ମିଶ୍ର,ସଞ୍ଜୟ ଧୀର ,ଟିକୁ ମଲ୍ଲ, ତ୍ରିଲୋଚନ ନାଥ, ଦେବବ୍ରତ ରାଉତ ପ୍ରମୁଖ ତତ୍କାଳୀନ ଯାଜପୁର ଜିଲ୍ଲାପାଳ ଓ ପର୍ଯ୍ୟଟନ ବିଭାଗ ର ଦୃଷ୍ଟି ଆକର୍ଷଣ କରିଥିଲେ। ଦୁଃଖ ଓ ପରିତାପର ବିଷୟ ଜିଲ୍ଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସ୍ଥାନୀୟ ଜେନାପୁର ଓ କବାଟବନ୍ଧ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ଜେନାପୁର ଗୋପବନ୍ଧୁ ପ୍ରେସ କ୍ଲବର ସଦସ୍ୟ ଅଶୋକ ଦାସ, ଚିତ୍ରସେନ ନାଥ, ବାବୁଲି ରାଉତ, ବସନ୍ତ କୁମାର ମଲ୍ଲିକ, ଅସିତ କୁମାର ନାୟକ, ସୁନୀଲ ପାଢ଼ୀ, ନିଷ୍କାନ୍ତ ଖଟୁଆ, ପ୍ରଶାନ୍ତ ସାମଲ, ବିନୟ ଜେନାମଣି ପ୍ରମୁଖ ଏହାର ଉନ୍ନତି ଓ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବୀ କରି ୫ ଟି ସଚିବଙ୍କୁ ଚିଠି ଲେଖିଥିବା ଜଣା ପଡ଼ିଛି।