ରାଜ୍ୟ

ଜଣେ କର୍ମଚାରୀରେ ଚାଲିଛି ଜେନାପୁର ଡାକଘର*

ଜେନାପୁର,(ପି.ଏନ୍) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଅଧିନରେ ଥିବା ମୁଖ୍ୟ ଡାକଘରଟି ଜଣେ କର୍ମଚାରୀରେ କାର୍ଯ୍ୟାଳୟ ଚାଲିଥିବାର ଦେଖିବାକୁ ମିଳିଛି । ସୂଚନା ମୁତାବକ୍ ଜେନାପୁର ଡାକ ଘରେ ଦୀର୍ଘ ଦିନ ଧରି କର୍ମଚାରୀ ଅଭାବରୁ ଦୟନୀୟ ପରିସ୍ଥିତିରେ କାର୍ଯ୍ୟ ଚାଲୁଛି । ଡାକପାଳ ସୁଶାନ୍ତ କୁମାର କରଙ୍କୁ ପଚାରିବାରୁ ସେ କହିଲେ ଉପରିସ୍ଥ କାର୍ଯ୍ୟାଳୟ କୁ କର୍ମଚାରୀ ଅଭାବ କଥା ଜଣାଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେ ସ୍ଥାନରେ କୌଣସି କର୍ମଚାରୀ ନିଯୁକ୍ତି ହୋଇନାହାନ୍ତି । ଯାହା ଫଳରେ ଡାକ ଘରେ ଦୈନନ୍ଦିନ ଆସୁଥିବା ଗ୍ରାହକମାନେ କର୍ମଚାରୀ ଅଭାବରୁ ନେଣ ଦେଣ ଓ ଚିଠିପତ୍ର ବିଭିନ୍ନ କାରବାରରେ ଭିଡ ହେବା ସହ ଘଣ୍ଟାଘଣ୍ଟା ଧରି ଠିଆ ହେବାକୁ ପଡୁଛି । ଏହି ଡାକଘର ଉପରେ ଅଞ୍ଚଳର ୧୬ଟି ପଞ୍ଚାୟତରେ ଥିବା ଉପଶାଖା ଗୁଡିକ ନିର୍ଭର କରୁଥିବା ବେଳେ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ବହୁତ ଅସୁବିଧା ହୋଇଥାଏ । ଯାହା ଦ୍ୱାରା କି ଭଲ ଗ୍ରାହକମାନେ ସେବା ଠିକ୍ ରେ ନ ପାଇବାରୁ ଡାକଘର ପ୍ରତି ବିତୁଷ୍ଣାଭାବ ସୃଷ୍ଟି ହେବାରୁ ଅନ୍ୟ ବ୍ୟାଙ୍କ୍ ରେ କମ୍ ପ୍ରତିଶତ ସୁଧ ଥିଲେବି ଦେଣନେଣ କରିବା ପାଇଁ ଉପଯୁକ୍ତ ମାଧ୍ୟମ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି । ଭାରତୀୟ ଡାକ ସେବା ଓ ବ୍ୟାଙ୍କ୍ ସେବା କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରୁଥିବା ବେଳେ କର୍ମଚାରୀ ଅଭାବରୁ ଗ୍ରାହକମାନେ ଡାକଘର ପ୍ରତି ମୁହଁ ଫେରେଇ ନେଉଛନ୍ତି । ଖୁବ୍ ଶୀଘ୍ର ଏକ କାର୍ଯ୍ୟରତ କର୍ମଚାରୀଙ୍କୁ ଜେନାପୁର ଡାକଘରେ ନିଯୁକ୍ତି ଦେଇ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *