ରାଜ୍ୟ

ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଜେଏଏ)ର ଆଲୋଚନା ଚକ୍ର ଓ  ପରିଚୟ ପତ୍ର ବଣ୍ଟନ

ତାଳଚେର ୨୨/୯ ଆଜି ପୂର୍ବାହ୍ନରେ ସମଲ ଆନିକଟର ଅତିଥି ଭବନରେ ରାଜ୍ୟ ସାମ୍ବାଦିକ ସଂଘ ଅନୁବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ(ଜେଏଏ)ର ଏକ ଆଲୋଚନ ଚକ୍ର ଓ  ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବିରଜା ଶଙ୍କର ମିଶ୍ର ପ୍ରାରମ୍ଭିକ ଭାଷଣ ଓ ଅତିଥି ପରିଚୟ ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ମନୋରଞ୍ଜନ ପାଣି ବାର୍ଷିକ ବିବରଣୀ ପାଠ କରିଥିଲେ।ରାଜ୍ୟ ସଂଘ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଉପରେ ସାରଗର୍ଭକ ଟିପ୍ପଣୀ ଦେଇଥିଲେ। ସାମ୍ବାଦିକ ମାନଙ୍କୁ ଭତ୍ତା ପ୍ରଦାନ,ସ୍ବତନ୍ତ୍ର ସୁରକ୍ଷା ଆଇନ୍, ରାଜଧାନୀରେ ସାମ୍ବାଦିକ ଭବନ ନିର୍ମାଣ, ଗୋପବନ୍ଧୁ ସ୍ଵାସ୍ଥ୍ୟ ବିମା ଯୋଜନାର ସହାୟତା ରାଶି ୧୦ଲକ୍ଷ ଟଙ୍କାକୁ ବର୍ଦ୍ଧନ,ଶୃଙ୍ଖଳାଗତ ସାମ୍ବାଦିକତା ଓ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ପ୍ରଭୃତି ଉପରେ ପ୍ରସ୍ତାବ ଆଗତ ହେଇଥିଲା। ସାମ୍ବାଦିକ ଶ୍ରୀ ହିମାଂଶୁ ଗଡ଼ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସାମ୍ବାଦିକ  ଯୁଗଳ କିଶୋର ଜିତ୍,ଯାଜପୁର ଜିଲ୍ଲା ସାମ୍ବାଦିକ ସଙ୍ଗ ସଭାପତି ସୁବାଷ ଚନ୍ଦ୍ର ଧଳ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ପ୍ରଭାତ କୁମାର ତ୍ରିପାଠୀ,  ରାଷ୍ଟିୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତାମଣି ପାଢ଼ୀ ପ୍ରମୁଖ ଯୋଗଦେଇ ସଂଗଠନ ଓ ସାମ୍ବାଦିକ ମୂଲ୍ୟବୋଧ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଥିଲେ। ସଂଗଠନର ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେଇ ଜିଲ୍ଲାର ୨୨ଜଣ  ସାମ୍ୱାଦିକ ଆଜି ସଦସ୍ୟତା ଗ୍ରହଣ କରିଥିବାବେଳେ ସେମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ନାୟକ ଉପଢୌକନ ଓ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ। ପ୍ରାକ୍ତନ ସଦସ୍ୟ ଜ୍ୟୋତି ରଞ୍ଜନ ଧର, ଟିକନ ସାହୁ,ପୂର୍ଣ୍ଣଚନ୍ଦ୍ର ବେହେରା,ରବିନ୍ଦ୍ର ନାଥ ସେଠ,ରବିନ୍ଦ୍ର କୁମାର ମହାରଣା, ସୌଭାଗ୍ୟ ମହାରଣା, ସୟଦ୍ ଜୁଲଫିକର ହୁସେନ,ପ୍ରତାପ ବିଶ୍ଵାଳ, ଲଳିତ ବଲ୍ଲଭ ରାଉତ, ଦେବେନ୍ଦ୍ର କୁମାର ସାହୁ , ଅନୁରାଗ ଆଚାର୍ଯ୍ୟ, ପ୍ରଦୀପ କୁମାର ବେହେରାଙ୍କ ସମେତ ୫୦ଜଣ ସାମ୍ବାଦିକଙ୍କୁ ରାଜ୍ୟ ସଭାପତି ଶ୍ରୀ ନାୟକ ପରିଚୟ ପତ୍ର ବଣ୍ଟନ କରିଥିବାବେଳେ ଏଥିରେ ସାମ୍ବାଦିକ ବିଜୟ କୁମାର ବେହେରା ସହଯୋଗ କରିଥିଲେ।ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *