ରାଜ୍ୟ

ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ:

ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ ରବୀନ୍ଦ୍ର କୁମାର ଦାସ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମନା ଦେବାକୁ ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ ୨୦୨୧ ମସିହାରେ କୋଳିୟାରୀ ଥାନା ଅନ୍ତର୍ଗତ ଏକ କଲୋନୀରେ ଜଣେ ମହିଳା ଘରେ ଏକୁଟିଆ ଥିଲେ । ସ୍ୱାମୀ ଓ ପୁଅ ବାହାରେ ଥିବାର ସୁଯୋଗ ନେଇ ଅଭିଯୁକ୍ତ ସୁନୀଲ ପ୍ରଧାନ ଘରେ ପଶି ପିଡିତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏ ନେଇ ପିଡିତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୮/୨୧ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଗୁରୁବାର ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ରବୀନ୍ଦ୍ର କୁମାର ଦାସ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୩୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଉକ୍ତ ମାମଲାକୁ ସରକାରୀ ଓକିଲ ଜ୍ୟୋତି ପ୍ରକାଶ ମହାପାତ୍ର(କ୍ୟାଡର) , ନିର୍ମଳ କୁମାର ତ୍ରିପାଠୀ ଓ ନରେଶ ଚନ୍ଦ୍ର ନାଏକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *