ଅନୁଗୁଳ ଜିଲ୍ଲା ବନ ବିଭାଗର ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ
ଅନୁଗୁଳ:
ଆଜି ପୂର୍ବାହ୍ନ ରେ ଅନୁଗୁଳ ସର୍କିଟ ହାଉସ ଠାରେ ଅନୁଗୁଳ ଜିଲ୍ଲା ବନ ବିଭାଗର ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକ ରେ ଅଧ୍ୟକ୍ଷତା କରି ଓଡିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂ ଅନୁଗୁଳ ଜିଲ୍ଲାରେ ଗତ ଅପ୍ରେଲ ୧ ତାରିଖ ଠାରୁ ଆଜିପର୍ଯ୍ୟନ୍ତ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ମୋଟ ୧୭ ଜଣ ଏବଂ ସେଥିମଧ୍ୟରୁ କେବଳ ବନ୍ତଳା ରେଞ୍ଜ ଅଞ୍ଚଳରୁ ୧୪ ଜଣଙ୍କ ମୃତ୍ୟୁରେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଏହି ହାତୀ ମଣିଷ ଲଢେଇକୁ ତୁରନ୍ତ ବନ୍ଦ କରିବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଏହି ବୈଠକ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ପଂଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାର ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗ ଦେଇ କହିଥିଲେ ଯେ ଢେଙ୍କାନାଳ ରେଞ୍ଜ ଅଞ୍ଚଳରେ ତାରବାଡ଼ କରାଯାଇଥିବାରୁ ସେ ଅଞ୍ଚଳରେ ହାତୀ ମାନଙ୍କ ଉପଦ୍ରଵ କମିଯାଇଛି ଏବଂ ସେହି ଅଞ୍ଚଳର ହାତୀମାନେ ଆସି ଅନୁଗୁଳର ବିଭିନ୍ନ ଉପଖଣ୍ଡ ଜଙ୍ଗଲ ଅଂଚଳ ରେ ଥିବା ଜନବସତୀର ଲୋକ ମାନଙ୍କ ଧନଜୀବନ କ୍ଷତି ଘଟାଉଛନ୍ତି। ଏହାର ନିରାକରଣ ପାଇଁ ସାତକୋଶିଆ ଅଞ୍ଚଳରେ ହାତୀ ଭଲ ପାଉଥିବା ଫଳ ଗଛ, ଡାଳଯୁକ୍ତ ଗଛ ଲଗାଯାଇ ପ୍ରଚୁର ପରିମାଣର ଖାଦ୍ୟ ଶସ୍ୟ ବୃକ୍ଷ ରୋପଣ କରାଗଲେ ହାତୀମାନେ ଆଉ ଜନବସତି ଆଡକୁ ଆସିବେ ନାହିଁ। ତା ଛଡା ଜନସଚେତନତା ସୃଷ୍ଟି କରିବା, ତାରବାଡ଼ ଲଗାଇବା, ଏର୍ଲି ୱାର୍ନିଙ୍ଗ ସିଷ୍ଟମ ଲଗାଇବା, ଟ୍ରେଞ୍ଚ ଖୋଳି ହାତୀମାନଙ୍କ ଅବାଧ ଗତିକୁ ରୋକିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀ ମାନଂକୁ ନିର୍ଦେଶ ଦେଇଥିଲେ। ଅନୁଗୁଳ ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବାରୁ ସହରାଞ୍ଚଳ ରେ ଖାଲି ଥିବା ଜମି ଗୁଡିକୁ ଚିହ୍ନଟ କରି ପ୍ରଚୁର ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ।
ଏହି ବୈଠକ ଆରମ୍ଭରେ ଜିଲ୍ଲାର ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ଶ୍ରୀ ସୁଧାଂଶୁ ଶେଖର ଖୋରା ଯୋଗଦେଇ ଜିଲ୍ଲାର ବିଭିନ୍ନ ବନଖଣ୍ଡ ରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ କଂଜା ଠାରୁ ନୂଆଖେତା ସରଂକ୍ଷିତ ଜଙ୍ଗଲ କଡେକଡେ ମୋଟ ୯କି. ମି ଏବଂ କନ୍ତମେଘ ଜଙ୍ଗଲ ନିକଟରେ ୨ କି ମି ପର୍ଯ୍ୟନ୍ତ ଟ୍ରେଞ୍ଚ ଖୋଳାଯାଇ ସାରିଛି,ଆଉ ଯାହା ବାକି ଅଛି ସେସବୁ ଆସନ୍ତା ଡିସେମ୍ବର ସୁଦ୍ଧା ସମାପ୍ତ ହେବ. ମୋଟ ୬୮ ଟି ଅର୍ଲି ୱାର୍ନିଙ୍ଗ ସିଷ୍ଟମ ରୁ ୨୫ ଗୋଟି ଲଗାଯାଇସାରିଛି ବାକି ପର୍ଯ୍ୟାୟ କ୍ରମେ ଲଗାଯିବ। ମୋଟ ୪୧ କିମି ତାରବାଡ଼ ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି, ଖୁବ ଶୀଘ୍ର କାର୍ଯ୍ୟ ସମାପ୍ତ କରାଯିବ
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଉପଖଣ୍ଡର ଡି ଏଫ ଓ ଏବଂ ଅନ୍ୟ ବନ ଅଧିକାରୀ ଗଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରିତୀମୟ, ଅନୁଗୁଳ ଯୋଗଦେଇଥିଲେ।