ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ଆସୋସିଏସନ ପକ୍ଷରୁ ଗ୍ରେଡ଼ ପେ ସଂଶୋଧନ ଦାବୀ*
*ବ୍ରହ୍ମପୁର :-(ଚିନ୍ମୟୀ ପାଣିଗ୍ରାହୀ)* ସ୍ଥାନୀୟ ସୁବାରାଓ ଛକ ନିକଟସ୍ଥ ସିଟି ପେଲେସ ହୋଟେଲ କନଫରେନ୍ସ ହଲ ଠାରେ ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଓସଲା )ଅଧ୍ୟାପକ ଆସୋସିଏସନ ପକ୍ଷରୁ ଗ୍ରେଡ଼ ପେ ସଂଶୋଧନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସଂଘର ଅଧ୍ୟାପକ ମାନେ ଗୁରୁଦିବସ ସେପ୍ଟମ୍ବର ୫ ତାରିଖ ଠାରୁ ଶାନ୍ତି ଶୃଙ୍ଖଳା ସହ ବ୍ଲାକ ବେଜ ଧାରଣ କରିଛନ୍ତି l ସେମାନେ ମହା ବିଦ୍ୟାଳୟରେ ସେମାନଙ୍କ କାର୍ଯ୍ୟରେ ଓ ଶିକ୍ଷା ଦାନରେ ଆଦୁ ଅସହଯୋଗ ନ କରି ଶାନ୍ତି ପୂର୍ଣ୍ଣ ଭାବେ ସରକାରଙ୍କୁ ସେମାନଙ୍କ ଦାବୀ ସମ୍ବନ୍ଧରେ ଅବଗତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି l ସେମାନଙ୍କ ମୁଖ୍ୟ ପ୍ରସଙ୍ଗ ହେଉଛି ଗ୍ରେଡ଼ ପେ ତ୍ରୁଟି ଜନିତ ସମସ୍ୟାର ସରକାରୀ ସ୍ତରରେ ଉଚଶିକ୍ଷା ବିଭାଗ ଦ୍ୱାରା ସମାଧାନ l ଏଥିପାଇଁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ସୂଚନା ଯୋଗ୍ୟଯେ ଷ୍ଟେଟ ସିଲେକ୍ସନ ବୋର୍ଡ଼ (ରାଜ୍ୟ ପ୍ରବରଣ ମଣ୍ଡଳୀ,ଉଚ୍ଚ ଶିକ୍ଷା ବିଭlଗ, ଓଡିଶା ସରକାର ) ଙ୍କ ଦ୍ୱାରା ୧୯୮୯ ମସିହାରେ ରାଜ୍ୟର ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକ ପାଇଁ ୨୨00 ରୁ ୪000 ହଜାର ସ୍କେଲ ଅଫ ପେରେ ଅଧ୍ୟାପକ ନିଯୁକ୍ତି ହୋଇଥିଲେ l ପରବର୍ତ୍ତୀ ସମୟରେ ଦୀର୍ଘ ୨୬ ବର୍ଷ ପରେ ୨0୧୬ ମସିହାରେ ରାଜ୍ୟ ସରକାର ୧୬୨୫ ଜଣ ଅଧ୍ୟାପକଙ୍କୁ ଏସ ଏସ ବି ମାଧ୍ୟମରେ ନିଯୁକ୍ତି ଦେଇଥିଲେ l କିନ୍ତୁ ବିଡମ୍ବନା ବିଷୟ ଏହାଯେ ଉକ୍ତ ୨୬ ବର୍ଷ ସମୟ ବ୍ୟବଧାନ ମଧ୍ୟରେ ୪ ଗୋଟି ବେତନ କମିଶନ ସୁପାରିଶ ତଥା କାର୍ଯ୍ୟକାରୀ ହୋଇଯାଇଥିଲେ ମଧ୍ୟ ଏହି ବର୍ଗର ଅଧ୍ୟାପକ ମାନଙ୍କର ବେତନ ସମାନୁପାତିକ ହାରରେ ସରକାର ବୃଦ୍ଧି କରିନାହାନ୍ତି l ଏହା ୬ଷ୍ଠ ବେତନ କମିଶନ ଵା ORSP ରୁଲ ୨00୮ ଅନୁସାରେ ୫୪00 ଗ୍ରେଡ଼ ପେ ସହ ସମାନ ହେବା କଥା ଓ ୭ମ ବେତନ କମିଶନ ଵା OSRP ରୁଲ ୨0୧୭ ଅନୁସାରେ ଲେବେଲ ୧୨ ର ଓ ସେଲ ୧ ଯଥା ୫୬ ହଜାର ୧00 ସହ ସମାନ ହେବା କଥା କିନ୍ତୁ ବର୍ତ୍ତମାନ ଏହା ୪ ହଜାର ୬00 ଵା ୪୪ ହଜାର ୯00 ରେ ନିର୍ଦ୍ଧାରଣ କରାଯାଇଛି l ଯାହା PGT ଵା ସ୍ନାତକର୍ତ୍ତୋର ଶିକ୍ଷକ ଯେଉଁ ମାନେ ସ୍କୁଲରେ ପଢ଼ାଉଛନ୍ତି,ସେମାନଙ୍କର ଦରମା ସହିତ ସମାନ କରିଦିଆଯାଇଛି l ଗଞ୍ଜାମ ଜ଼ିଲ୍ଲାରେ ନିଯୁକ୍ତି ପାଇଥିବା ସମସ୍ତ ୨୫୩ ଜଣ ଅଧ୍ୟାପକ ଅଧ୍ୟାପିକା ତଥା ରାଜ୍ୟବ୍ୟାପି ୩ ହଜାରୁ ଉର୍ଦ୍ଧ ଏସ ଏସ ବି ଅଧ୍ୟାପକ ଅଧ୍ୟାପିକା ଶାନ୍ତି ପୂର୍ଣ୍ଣ ଭାବେ ନିଜ କାର୍ଯ୍ୟରେ ଅସହଯୋଗ ନ କରି କଳା ବେର୍ଜ ପିନ୍ଧି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଗ୍ରେଡ଼ ପେ ଜନିତ ତ୍ରୁଟି ସୁଧାରିବା ପାଇଁ ବିନମ୍ର ନିବେଦନ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ଓସଲା (OSLA )ଗଞ୍ଜାମ ଶାଖାର ସଭାପତି ଡ଼. ଵାଲା ଶିବାଜୀ ପାତ୍ର, ସମ୍ପାଦକ ଆତ୍ମ ପ୍ରକାଶ ନାୟକ, କୋର କମିଟି ସଦସ୍ୟ ସମୀର କୁମାର ମିଶ୍ର, ଧମେନ୍ଦ୍ର ନାଥ ପାତ୍ର, ଶ୍ରୀମତୀ ସୁଜାତା ସାମନ୍ତରୟ, ଡ଼. ମନାଲିଶା ମିଶ୍ର, ଶ୍ରୀ ଗଙ୍ଗାଧର ପ୍ରଧାନ ଓ ଗଞ୍ଜାମ ଜ଼ିଲ୍ଲାର ସମସ୍ତ କଲେଜର ପ୍ରତିନିଧି ତଥା ଅଧ୍ୟାପକ ଏଥିରେ ପ୍ରମୁଖ ଉପସ୍ଥିତ ଥିଲେ l