ରାଜ୍ୟ

ମାନବ ଜୀବନ କୁ ଉପଯୁକ୍ତ ମାର୍ଗଦର୍ଶନ ରେ ଭାଗବତ ଶ୍ରେଷ୍ଠ ମାଧ୍ୟମ।

ପୁରୀ ୨୪/୯ ପଞ୍ଚସଖାଙ୍କ ମଧ୍ୟରେ ଅନନ୍ୟ ସଖା ତଥା ଭାଗବତ ପ୍ରଣେତା ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ,ଦୀର୍ଘ ପାଞ୍ଚଶହ ବର୍ଷ ଧରି ଭାରତବର୍ଷ ରେ ଧର୍ମିୟ ଜନଜାଗରଣ ସୃଷ୍ଟି ସହ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ସଂସ୍କୃତିକୁ ବିକଶିତ କରି ଚାଲିଛନ୍ତି ବୋଲି କହିଛନ୍ତି ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାତଲହଡି ମଠ ପରିସରରେ ଓଡିଆ ଭାଗବତର ସର୍ବକାଳୀନ ଉପଯୋଗୀତା ଶୀର୍ଷକ ଆଲୋଚନାଚକ୍ର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାତ୍ର ମଣିଷ ଜୀବନ କୁ ଉପଯୁକ୍ତ ମାର୍ଗଦର୍ଶନ ପାଇଁ ଭାଗବତ ଶ୍ରେଷ୍ଠ ମାଧ୍ୟମ ବୋଲି କହିଥିଲେ। ଅତିବଡ଼ି ଙ୍କ ସାଧନା ଓ ସମାଧି ପୀଠ ସାତଲହଡି ମଠର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଘୋଷଣା କରିବା ସହ ସାଧନା ବ୍ୟର୍ଥ ଯାଏନି ଯାହା  ଭାଗବତ ପ୍ରମାଣ କରିଛି ବୋଲି କହିଥିଲେ।ଓଡ଼ିଆ ସାହିତ୍ୟ ଏକାଡେମୀ ର ସଭାପତି କବି ହୃଷୀକେଶ ମଲ୍ଲିକଙ୍କ ଅଧ୍ୟକ୍ଷତା ଓ ସଂପାଦିକା ଶୁଚିସ୍ମିତା ମନ୍ତ୍ରୀଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସାରସ୍ବତ ସଂପାନରେ ମୁଖ୍ୟବକ୍ତା ଭାବେ ରାଜ୍ୟ ଯୋଜନା ଵୋର୍ଡ ର ପ୍ରାକ୍ତନ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ସାହିତ୍ୟ-ସଂସ୍କୃତି ବିଭାଗ ର ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ଯୋଗ ଦେଇଥିବା ବେଳେ ଆଲୋଚନା ଚକ୍ରରେ ଆଲୋଚକ ଭାବେ ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତ ରାୟ, ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, କୃପାସିନ୍ଧୁ ମିଶ୍ର, ସୁମିତ୍ରା କୁମାରୀ ପଟ୍ଟନାୟକ ଯୋଗଦେଇ ଭାଗବତ ଓଡ଼ିଆ ଜାତିର ଧର୍ମୀୟ ଭାବନା ପାଇଁ ଏକ ସମ୍ବିଧାନ ସଦୃଶ୍ୟ ଓ ଏହା ବର୍ଷ ପରେ ବର୍ଷ ମାନବ ଜାତିକୁ ନୀତି ଓ ଆଦର୍ଶ ପଥରେ ଯିବାକୁ ପ୍ରେରଣା ଦେଉଥିବ ବୋଲି କହିଥିଲେ। ଅତିବଡ଼ିଙ୍କ ଜୟନ୍ତୀ ସମାରୋହ ପରିପ୍ରେକ୍ଷୀରେ ପ୍ରାତଃ କାଳରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଗୀତିକାର ବଦ୍ରି ମିଶ୍ରଙ୍କ ନେତୃତ୍ବରେ ଭବ୍ୟ ସଂକୀର୍ତ୍ତନ ପଦଯାତ୍ରା ସିଂହଦ୍ବାର ଠାରୁ ବାହାରି ସାତଲହଡି ମଠ ରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମ ରେ ଶ୍ରୀମନ୍ଦିର ର ବିଶିଷ୍ଟ ସେବାୟତ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ, ପ୍ରାକ୍ତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ,ଷ୍ଟାଲିନ ପରିଜା,ଅଧ୍ୟାପକ ବିଶ୍ଵନାଥ ମିଶ୍ର,କବି ବିପିନ୍ ଦଳାଇ , ବିଶିଷ୍ଟ ପାଲାକାର ଜ୍ଞାନ କାନୁନଗୋ, ଜିଲ୍ଲା କଳା-ସଂସ୍କୃତି ସଂଘ ଉପସଭାପତି ବସନ୍ତ ପ୍ରଧାନ, ଜଟାଧାରୀ ମିଶ୍ର, ଏକାଡେମୀ ର ଅଧିକାରୀ ସଂଜୟ କୁମାର ଛୁଆଳସିଂହ, ଚିନ୍ମୟ ମିଶ୍ର, କୈଳାଶ ପାଣିଗ୍ରାହୀ, ଚକ୍ରଧର ମହାପାତ୍ର, ମଠକାଙ୍କୁଡା ର ପ୍ରଭାକର ସାହୁ, କପିଳେଶ୍ଵରପୁର ର ପ୍ରାକ୍ତନ ସରପଞ୍ଚ ଲଲାଟେନ୍ଦୁ ମହାନ୍ତି ଓ କବି ପ୍ରଶାନ୍ତ ତ୍ରିପାଠୀ,ପ୍ରଦୀପ୍ତ କୁମାର ଦାସଙ୍କ ସମେତ ପୁରୀ ସଦର ଓ ଓଡ଼ିଶାର ବିଭିନ୍ନ କୀର୍ତ୍ତନ ଦଳ, ପାଲାକାର, କଳାକାର, ବିଭିନ୍ନ ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ଭାଗବତ ଭାଷ୍ୟକାର ବଦ୍ରି ମିଶ୍ର ସାତଲହଡି ମଠ ରେ ଭାଗବତ ପାଠ କଲାପରେ, କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଉଦଘାଟନ କରିଥିଲେ। ଶେଷରେ ଏକାଡେମୀ ର ଉପସଭାପତି କବି ଡକ୍ଟର ସଂଗ୍ରାମ ଜେନା ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *