ରାଜ୍ୟ

ଭେଣ୍ଡି ଜୋନ ଦାବି କରି
କଟକ ଉଠାଦୋକାନୀ ମହାସଂଘ
ପକ୍ଷରୁ ଜିଲ୍ଲା ପାଳ, ମେୟର,ସିଏମସି
କମିଶନର ଙ୍କୁ ସ୍ମାରକ ପତ୍ର ପ୍ରଦାନ

କଟକ, ୨୬୵୯୵୨୩
କଟକ ସହରରେ ଉଠାଦୋକାନୀ ମାନଙ୍କୁ ତୁରନ୍ତ ଥଇଥାନ ଦାବିକରି ଆଜି କଟକ ଉଠାଦୋକାନୀ ମହାସଂଘ ପକ୍ଷରୁ ଶତାଧିକ ଉଠାଦୋକାନୀ ଜିଲ୍ଲା ପାଳ ଓ ସି ଏମ ସି କାର୍ଯ୍ୟାଳୟ ସମ୍ମୁଖରେ
ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ତୁରନ୍ତ ଥଇଥାନ ଦାବିକରି ଜିଲ୍ଲା ପାଳ, ମେୟର ଓ ସିଏମସି କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି କଟକ ସହରରେ ଦୁଇ ହଜାର ରୁ ଉର୍ଦ୍ଧ ଉଠାଦୋକାନୀ ଅଛନ୍ତି ।ଏମାନଙ୍କୁ ଥଇଥାନ କରିବା ପାଇଁ କଟକ ମହାନଗରର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଭେଣ୍ଡି ଜୋନ ସ୍ଥପନ କରାଯାଇଛି ମାତ୍ର ବାସ୍ତବରେ ସିଏମସି ପକ୍ଷରୁ ଯୋଗ୍ୟ ଉଠାଦୋକାନୀ ମାନଙ୍କୁ ସର୍ଭେ କରାଯାଇ ଦୋକାନଘର ଆବଣ୍ଟନ କରାଯାଉନାହିଁ ଯାହାଫଳରେ ପ୍ରକୃତ
ଯୋଗ୍ୟ ଉଠାଦୋକାନୀ ମାନେ ଭେଣ୍ଡି ଜୋନ ପାଇବାରୁ ବଞ୍ଚିତ ହେଉଛନ୍ତି ।କଟକ ଉଠାଦୋକାନୀ ମହାସଂଘ ପକ୍ଷରୁ ଟାଉନହଲଠାରେ ଅନୁଷ୍ଠିତ ସଧାରଣ ପରିଷଦ ବୈଠକ ରେ ମେୟର ସୁବାସ ସିଂହ ଅତିଥି ଭାବେ ଯୋଗ ଦେଇ ଉଠାଦୋକାନୀ ମାନଙ୍କୁ ଯଥାଶୀଘ୍ର ଥଇଥାନ କରିବା ପାଇଁ ଘୋଷଣା କରିଥିଲେ ।ମାତ୍ର ତାହା ହୋଇନାହିଁ । ତୁରନ୍ତ ଭେଣ୍ଡି ଜୋନ ଦାବି କରି ଉଠାଦୋକାନୀ ମହାସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଆସି କଚେରୀ ଗଡା ରୁ
ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖରେ ଓ
ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଂଘ ର ସଭାପତି ଅମରେନ୍ଦୁ ମହାନ୍ତି କଂ ନେତୃତ୍ବ ରେ ଜିଲ୍ଲାପାଳ, ମେୟର ସୁବାସ ସିଂହ ଓ କମିଶନରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା
ଏହି କାର୍ଯ୍ୟକ୍ରମରେ ସଂପାଦକ ଅକ୍ଷୟ ସାହୁ ନିତ୍ୟାନନ୍ଦନାୟକ, ଛବି ଖୁଣ୍ଟିଆ, ଶିବ ବେହେରା, ସିପିଆଇ ରାଜ୍ୟ ସଂପାଦକମଣ୍ଡଳି ସଭ୍ୟ ଡ ପ୍ରଶାନ୍ତ ମିଶ୍ର, ଉପଦେଷ୍ଟା ବିନୋଦ ବେହେରା, ପ୍ରସନ୍ନ କୁମାର ମହାପାତ୍ର
ଶୁଭେନ୍ଦୁ ମହାନ୍ତି, ନାରାୟଣ ଦାସ,
ପୌର୍ଣମାସି ପାଣିଗ୍ରାହୀ,ଶୁକାନ୍ତୀ ପଢିହାରୀ ଶ୍ରୀନିବାସ ସ୍ବାଇଁ, ପ୍ରସନ୍ନ ପରିଡା, ରଞ୍ଜନ ପରିଡା, ବୁଲୁ ଘୋଷ, ପ୍ରତାପ ସାହୁ, ଦିପୁନା ପାତ୍ର, ଶସିକାନ୍ତ ସିଂହ, ଅକ୍ଷୟ କୁଅଁର ବାସନ୍ତୀ ସହୁ ପ୍ରମୁଖ ବକ୍ତବ୍ଯ ରଖିଥିଲେ ଭେଣ୍ଡି ଜୋନ ନଦେଇ ଉଚ୍ଛେଦ କଲେ ଆଗାମୀ ଦିନରେ
ଭୟଙ୍କର ଆନ୍ଦୋଳନ ର ରୂପ ନେବ ବୋଲି ମହାସଂଘ ପକ୍ଷରୁ ଚେତାବନୀ
ଦିଆଯାଇଛି ।
,
ଅମରେନ୍ଦୁ ମହାନ୍ତି
ସଭାପତି
କଟକ ଉଠାଦୋକାନୀ ମହାସଂଘ, ବାଦାମବାଡି, କଟକ
ମହାଶୟ ଉକ୍ତ ସମ୍ବାଦ ଟି ପ୍ରକାଶନାର୍ଥେ ଅନୁରୋଧ ।

Leave a Reply

Your email address will not be published. Required fields are marked *