ରାଜ୍ୟ

୮ରକ୍ତ ତୀର୍ଥ ଇରମ ଠାରେ ୮୧ ତମ ସହିଦ ଦିବସ ପାଳନ,,,
ଯୋଗଦେଲେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ୍,,,##ଉନ୍ମୋଚନ ହେଲା ମହିଳା ସଂଗ୍ରାମୀ ସହୀଦ ପରି ବେୱା ଙ୍କ ପ୍ରତି ମୂର୍ତ୍ତି।

ବାସୁଦେବପୁର – ସେଦିନ ଥିଲା ୧୯୪୨ ସେପ୍ଟେମ୍ବର ୨୮ ତାରିଖ। ବାସୁଦେବପୁର ଇରମ ଠାରେ ସଂଗ୍ରାମୀ ମାନଙ୍କ ର ଏକ ସଭା କାର୍ଯ୍ୟ ଚାଲି ଥାଏ, ସେଇ ସମୟରେ ଇଂରେଜ ସରକାରଙ୍କ ପକ୍ଷରୁ ଗୁଳି ଚାଳନା ଯୋଗୁଁ ତଳି ପଡ଼ିଥିଲେ ୨୯ ଜଣ ସ୍ବାଧୀନତା ସଂଗ୍ରାମୀ। ସେଇ ସହିଦ ମାନଙ୍କ ପାଇଁ ପ୍ରତିବର୍ଷ ରକ୍ତ ତୀର୍ଥ ଇରମ ଠାରେ ସେପ୍ଟେମ୍ବର ୨୮ ତାରିଖ ରେ ବିଭିନ୍ନ କାର୍ଯ୍ୟ କର୍ମ କରାଯାଉଛି। ଚଳିତ ବର୍ଷ ମଧ୍ୟ ସହିଦ ତୀର୍ଥ ଯାତ୍ରୀ ସଂଘ ଓ ସହିଦ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହୋଇ ଯାଇଛି। ସକାଳ ସମୟ ରେ ପତାକା ଉତ୍ତୋଳନ କରିବା ସହ ସହିଦ ମାନଙ୍କ ପାଇଁ ତୋପ ସଲାମୀ ସମ୍ମାନ ଓ ତୀଳ ତର୍ପଣ କରାଯାଇଛି। ଏହି ଅବସର ରେ ରକ୍ତ ତୀର୍ଥ ଇରମ କୁ ସହିଦ ତୀର୍ଥ ଯାତ୍ରୀ ସଂଘ ବାସୁଦେବପୁର, ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସମାଜ ସେବୀ ମାନେ ଆସି ସହିଦ ସ୍ତମ୍ଭ ରେ ମାଲ୍ୟାର୍ପଣ କରିଛନ୍ତି। ଏଇ ଅବସର ରେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଇରମ ଅଭିମୁଖେ ଆସି ସହିଦ ସ୍ମୃତି ରେ ପୁଷ୍ପ ମଲ୍ୟ କରିବା ସହ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ହାତ ପାଣ୍ଠି ରୁ ନିର୍ମିତ ମହିଳା ସଂଗ୍ରାମୀ ସହୀଦ ପରି ବେୱା ଙ୍କ ପ୍ରତି ମୂର୍ତ୍ତି କୁ ଉନ୍ମୋଚନ କରିଛନ୍ତି। ପରେ ଆୟୋଜିତ ସଭା କାର୍ଯ୍ୟ କର୍ମ ରେ ଯୋଗଦାନ କରିଥିଲେ ରାଜ୍ୟ ପାଳ ତାଙ୍କ ସହ ଯୋଗ ଦେଇଥିଲେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ମହୋଦୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ସ୍ଥାନୀୟ ସରପଂଚ ସାବିତ୍ରୀ ବଳ, ସମିତିସଭ୍ୟ ଲଗ୍ନିକା ମଲିକ,। ସହିଦ ସ୍ମୃତି କମିଟି ର ସଦସ୍ୟ ରଞ୍ଜନ ନାୟକ ଅତିଥି ପରିଚୟ ରଖି ଥିବା ବେଳେ ସଭାପତି ଭାଗିରଥି ମହାନ୍ତି ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା। ଏହି ଅବସର ରେ ଗବେଷକ ଓ ସାହିତ୍ୟିକ ଅଜୟ କୁମାର ପଣ୍ଡା ଙ୍କ ଦ୍ଵାରା ଲିଖିତ ପୁସ୍ତକ କୁ ଉନ୍ମଚନ କରାଯାଇଛି। ସମସ୍ତ କାର୍ଯ୍ୟ କୁ ପ୍ରଶାସନ ପକ୍ଷରୁ ବିଡିଓ ସତ୍ୟଜିତ ରାଉତ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ କରାଯାଇଥିବା ବେଳେ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ଏସ ଦି ପି ଓ ସୌରଭ ଓତା, ଆଇ ଆଇ ସି ଲୋପାମୁଦ୍ରା ନାୟକ, ଜିଲ୍ଲା ସୂଚନା ଅଧିକାରୀ ଉପସ୍ଥିତ ରହିଥିଲେ। ସହିଦ ସ୍ମୃତି କମିଟି ର ସମସ୍ତ ସଦସ୍ୟ ଓ ସହିଦ ତୀର୍ଥ ଯାତ୍ରୀ ସଂଘ ରସମସ୍ତ ସଦସ୍ୟ ଙ୍କ ସମ୍ପୂର୍ଣ ସହଯୋଗ ରେ ସମସ୍ତ କାର୍ଯ୍ୟ କର୍ମ ସଫଳ ହୋଇଛି।

Leave a Reply

Your email address will not be published. Required fields are marked *