ରାଜ୍ୟ

ଗାନ୍ଧୀଜୀଙ୍କ ଦର୍ଶନ ଚିର ଅମର ।

ଗାନ୍ଧିଜୀଙ୍କ ଆଦର୍ଶ ସମ୍ବଳିତ ଚଳଚ୍ଚିତ୍ର ପ୍ରଦର୍ଶନ।

ପୁରୀ ୨୭/୯ ଗାନ୍ଧିଜୀଙ୍କ ନିତୀ ଆଦର୍ଶ ଓ ବିଚାରଧାରା ଚିର ଅମର ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର।ଆଜି ପୂର୍ବାହ୍ନ ରେ ସଂସ୍କୃତି ଭବନ ପରିସରରେ ମହାତ୍ମାଗାନ୍ଧୀ ଙ୍କ ନିତୀ ଆଦର୍ଶ ରେ ଅନୁପ୍ରାଣିତ  ଗାନ୍ଧୀ ପାନୋରମା ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।ଏହାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଡଃ ମହାପାତ୍ର ଗାନ୍ଧିଜୀଙ୍କ ଜୀବନ ରୁ ଶୃଙ୍ଖଳା, ସତ୍ୟ ପ୍ରତି ନିଷ୍ଠା,ସରଳ ଜୀବନ ଯାପନ ପ୍ରତ୍ୟେକ ଙ୍କ ଧେୟ ହେବା ଉଚିତ ବୋଲି କହିବା ସହ ମନୋରଞ୍ଜନ ମାଧ୍ୟମରେ ଏହି ଶିକ୍ଷା ପିଲା ମାନଙ୍କୁ ନିଶ୍ଚିତ ଅନୁପ୍ରାଣିତ କରିବ ବୋଲି କହିଥିଲେ।ବିଶିଷ୍ଟ ଗାନ୍ଧିବାଦୀ  ଗୌରାଙ୍ଗ ଚରଣ ପରିଡା ଗାନ୍ଧିଜୀଙ୍କ ଜୀବନୀର ବିସ୍ତୃତ ବ୍ୟାଖ୍ୟା କରି ତୁଳସୀ ଦୁଇ ପତ୍ର ରୁ ବାସିବା ଭଳି ଗାନ୍ଧିଜୀ ମଧ୍ୟ ପିଲା ଅବସ୍ଥାରୁ  ତାଙ୍କ ବ୍ୟକ୍ତିତ୍ୱ କୁ କିପରି ଗଢିଥିଲେ ତାହାର ବିବିଧ ଉଦାହରଣ ମାଧ୍ୟମରେ ଅବଗତ କରାଇଥିଲେ।ଗାନ୍ଧୀ ପାନୋରମାର ନିର୍ଦ୍ଦେଶକ ଦେବେନ୍ଦ୍ର ଖଣ୍ଡୁଆଲାଲ ଚଳଚ୍ଚିତ୍ର ମାଧ୍ୟମରେ ଗାନ୍ଧିଜୀଙ୍କ ବିଚାର ଧାରା ର ପ୍ରଚାର ପ୍ରସାର, ଯୁବ ପିଢ଼ି ଓ ଶିଶୁ ମାନଙ୍କ ମଧ୍ୟରେ ଏହାର ମୂଲ୍ୟବୋଧ କୁ ସମ୍ପ୍ରସାରିତ କରିବା ଏହି ପାନୋରମାର ଉଦେଶ୍ୟ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର,ହିମାଂଶୁ ଭୂଷଣ ସମର୍ଥା,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ ପ୍ରମୁଖ ଗାନ୍ଧିଜୀଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ଦୁଇଟି ପର୍ଯ୍ୟାୟରେ ଗାନ୍ଧିଜୀଙ୍କ ଅନୁପ୍ରେରଣା ଉପଯୋଗୀ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଏହି ଚଳଚ୍ଚିତ୍ର କୁ ଦେଖି ଥିଲେ।କାର୍ଯ୍ୟକ୍ରମ ରେ ପାନୋରମାର ଅନ୍ୟାନ୍ୟ ସଦସ୍ୟ ଓ ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *