ପୁରୀ ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ।
ପୁରୀ ୨୭/୯ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପର୍ଯ୍ୟଟନ ଜଡ଼ିତ।ମଣିଷ ଭ୍ରମଣ ପ୍ରିୟ।ଆଉ ଏହି ପର୍ଯ୍ୟଟନ ଅର୍ଥନୀତି ଓ ପାରସ୍ପରିକ ସଦଭାବନା କୁ ସମୃଦ୍ଧ କରିଥାଏ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କହିଛନ୍ତି।ଆଜି ପୂର୍ବାହ୍ନ ରେ ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ବର୍ମା ପୁରୀ ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା। ପର୍ଯ୍ୟଟକ ଙ୍କ ସୁବିଧା ପାଇଁ ବହୁବିଧ ବ୍ୟବସ୍ଥା କରାଯାଉଛି।ସାଧାରଣ ଜନତାଙ୍କ ସହଭାଗିତା ପର୍ଯ୍ୟଟନ କୁ ଅଧିକ ପରିପକ୍ୱ କରିଥାଏ ବୋଲି ସେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଯୋଗ ଦେଇ ପର୍ଯ୍ୟଟନ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପରେ ପୂର୍ବରୁ ଅନୁଷ୍ଠିତ ପର୍ଯ୍ୟଟନ କୁଇଜ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟ ସ୍ତରରେ ଗଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ତନ୍ମୟୀ ସାହୁ ପ୍ରଥମ,ସରକାରୀ ଉଚ୍ଚ ବିଦ୍ୟାଳୟ କଣାସ ର ଛାତ୍ର ଶୁଭମ ଜ୍ୟୋତି ସ୍ୱାଇଁ ଦ୍ୱିତୀୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମଧୁବନର ର ଛାତ୍ର ସମ୍ବିତ ବଳିଆର ସିଂ ତୃତୀୟ, ମହାବିଦ୍ୟାଳୟ ସ୍ତରରେ ଏସ ସି ଏସ ସ୍ୱୟଂ ଶାସିତ ମହବିଦ୍ୟାଳୟର ଛାତ୍ର ତୁଷାରକାନ୍ତ ସାହୁ, ପ୍ରଥମ, ଆଇ ଏମ ଟି ଫାର୍ମାସି କଲେଜ ଗୋପାଳପୁର ର ଛାତ୍ର ଦୂର୍ଗା ମାଧବ ମହାନ୍ତି ଦ୍ୱିତୀୟ, ଉତ୍କଳ ଗୌରବ ସ୍ମୃତି ମହାବିଦ୍ୟାଳୟ ସାକ୍ଷୀଗୋପାଳର ଛାତ୍ର ଓମ ପ୍ରକାଶ ପରିଡା ତୃତୀୟ ସ୍ଥାନ ହାସଲ କରିଥିବାରୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।କୁଇଜ ପ୍ରତିଯୋଗିତା କୁ ଏସସିଏସ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ନମିତା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପରିଚାଳନା କରିଥିଲେ।
ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ କୁ ପର୍ଯ୍ୟଟନ ବିଭାଗ ର କର୍ମଚାରୀ ସନ୍ତୋଷ ମହାନ୍ତି, ମଳୟା ପ୍ରଧାନ, ଅମୃତା ଦାଶ ପ୍ରମୁଖ ସହଯୋଗ କରିଥିଲେ।ପରେ ରେଲୱେ ଷ୍ଟେସନରେ ଓ ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ପାରମ୍ପରିକ ଫୁଲ ଚନ୍ଦନ ଇତ୍ୟାଦି ଦେଇ ସ୍ୱାଗତ କରାଯାଇଥିଲା।