ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ
ଆଜି ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ସ୍ଥାନୀୟ ଗୋସାଇଁନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର,ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହି “କାର୍ଯ୍ୟକାରିଣୀ ବୈଠକର” ଶୁଭାରମ୍ଭ କରିଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ କୁମାର ପାଢ଼ୀ ଅତିଥି ପରିଚୟ କରିଥିବା ବେଳେ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ସୁଶିଳା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ । ସଂଗଠନକୁ ମଜବୁତ କରିବା ପାଇଁ ବୁଥ୍ ସ୍ଥରରେ କାର୍ଯ୍ୟକର୍ତ୍ତା ମାନେ ଅଧିକ କ୍ରିୟାଶୀଳ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକ ବୁଥ୍ ସ୍ଥରରେ ପହଞ୍ଚାଇବାକୁ ମଞ୍ଚାସୀନ ଅତିଥିବୃନ୍ଦ ମାର୍ଗ ଦର୍ଶନ କରିଥିଲେ । ଏହା ସହ ରାଜ୍ୟରେ ଚାଲିଥିବା ଅପାରଗ ଜନତାଙ୍କୁ ଲୁଟୁଥିବା ବିଜୁ ଜନତା ଦଳ ସରକାରଙ୍କ କାର୍ଯ୍ୟଧାରାକୁ ନେଇ ବର୍ଷିଥିଲେ । ଅନ୍ୟତମ ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀରାମ ଦୀନଦୟାଲ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିବା ବେଳେ ମଣ୍ଡଳ ଉପସଭାପତି ନରସିଂହ ପ୍ରସାଦ ଶତପଥି ଏବଂ ରବି ନାରାୟଣ ସାବତ ଚର୍ଚ୍ଚା ସହ ସମର୍ଥନ ଜଣାଇଥିଲେ । ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗର । ଦୈନିକ ଏଠାକୁ ହଜାର ହଜାର ଲୋକ ନିଜ ନିଜ କାର୍ଯ୍ୟରେ ଆସିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ବ୍ରହ୍ମପୁର ସହର ନାମକୁ ମାତ୍ର କାଗଜ କଲମରେ ହିଁ ମହାନଗରର ଆଖ୍ୟା ପାଇଛି । ସହରର ରାସ୍ତାଘାଟର ଦୂରବସ୍ଥା କହିଲେ ନସରେ, ମହାନଗରର ଉନ୍ନତି ନିମନ୍ତେ ବିଶ୍ୱ ବ୍ୟାଙ୍କରୁ ଆସିଥିବା କୋଟି କୋଟି ଟଙ୍କା ହରଣଚାଳ ହୋଇଛି । ଡ୍ରେନ୍ ଗୁଡିକ ଭାଙ୍ଗିରୁଜି ବର୍ଷ ବର୍ଷ ଧରି ସଫା ନହୋଇ ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ମଶା ମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମହାନଗର ନିଗମର ଦାୟୀତ୍ୱହୀନତାରୁ ଲୋକେ ମ୍ୟାଲେରିଆ, ଟାଇଫେଡ୍ ଭଳି ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ଅନ୍ୟ ପକ୍ଷରେ ମଶାତେଲ କିମ୍ବା ମଶା ଧୁଆଁର (ଟିଫା ମେସିନ୍) ଦେଖାନାହିଁ କେବଳ କାଗଜ କଲମରେ ମଶା ନିବାରଣ ଚାଲିଛି । ସହରକୁ ପାଣି ପାଇପ୍ ଯୋଗାଇଦେବା ନାମରେ ବାରମ୍ବାର ଖୋଳି ଦିଆଯାଇ ସେହି ରାସ୍ତାକୁ ପୁନଃନିର୍ମାଣ କରାଯାଉ ନଥିବାରୁ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣାମାନ ଘଟି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ବିଏମ୍ସି ଦୃଷ୍ଟି ଦେବାକୁ ଆଜିର କାର୍ଯ୍ୟକାରିଣୀ ଦାବୀ କରୁଛି ।
ଗୋପାଳପୁର ବେଳାଭୂମି ମହୋତ୍ସବ ଓ ବ୍ରହ୍ମପୁର ସିଲ୍କସିଟି ଫେଷ୍ଟରେ ଦୀର୍ଘ ଦେଢମାସ ଧରି ବିଏମ୍ସି ପ୍ରଶାସନ ମାତିବା ଫଳରେ ଅଧିକାଂଶ ଉନ୍ନୟନମୂଳକ କାର୍ଯ୍ୟ ଏକରକମ ଠପ୍ ହୋଇଯାଇଛି । ମହୋତ୍ସବ ପାଇଁ ନିୟମିତ କାର୍ଯ୍ୟଗୁଡିକ ନିର୍ଦ୍ଧାରିତ ସମୟରେ ହୋଇପାରିନଥିବା ଯୋଗୁଁ ବିଭିନ୍ନ ଯୋଜନାର ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରିକି ବିଦ୍ୟୁତ ବିଲ୍ ସଠିକ୍ ସମୟରେ ପୈଠ ହୋଇନପାରିବା ଯୋଗୁଁ ବିଏମ୍ସି ର ଆଶ୍ରୟସ୍ଥଳୀରୁ ତିନି ଦିନ ତଳେ ଟିପିଏସ୍ଓଡିଏଲ୍ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେଇଛି । ଗତ ଜାନୁଆରୀ ମାସରେ ହିତାଧିକାରୀଙ୍କୁ ଭତ୍ତା ମିଳିନଥିବା ବେଳେ କେବେ ମିଳିବ ଏହାର ଉତ୍ତର ବି କାହା ନିକଟରେ ନାହିଁ । ଭତ୍ତା ନପାଇ ହଜାର ହଜାର ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଭଳି ପରିମଳ କଥା ହେଉ କି ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ବିଏମ୍ସି ପ୍ରଶାସନ ପୂର୍ଣ୍ଣମାତ୍ରାରେ ଫେଲ୍ ମାରିଛି ବୋଲି ଆଜିର କାର୍ଯ୍ୟକାରିଣୀ ହୃଦବୋଧ କରିବା ସହ କ୍ଷୋଭ ପ୍ରକାଶ କରିଛି ।
ବିଜିପୁରରୁ ବ୍ରହ୍ମପୁର ରେଳଷ୍ଟେସନକୁ ଯାଇଥିବା ରାସ୍ତାରେ ସ୍ୱତନ୍ତ୍ର ପ୍ରଦିକ୍ଷଣ ଗୃହ (ସର୍କିଟ ହାଉସ୍) ରହିଥିବା ବେଳେ ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ରେଳ ଷ୍ଟେସନକୁ ଯାତାୟାତ କରିଥାନ୍ତି । ଏହି ସର୍କିଟ୍ ହାଉସ୍ କୁ ପ୍ରତିଦିନ ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରୀ ଅଫିସର ପ୍ରମୁଖ ଆସିଥାନ୍ତି । ମାତ୍ର ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଅଳିଆ ଆବର୍ଜନା ପକାଯିବା ଓ ୧୦ ରୁ ଅଧିକ ଅଳିଆ ଉଠା ଠେଲା ଗାଡି ରଖାଯିବା ସହରର ପରିମଳ ବ୍ୟବସ୍ଥା କେତେ ଶୋଚନୀୟ ତାହା ଦର୍ଶାଉଛି । ସହରର ପ୍ରମୁଖ ସ୍ଥାନରେ ଏପରି ଅଳିଆ ପଡି ରହିବା, ଅଳିଆ ପାଣି ରାସ୍ତାରେ ଭାସିବା ଓ ଅଳିଆ ଉଠା ଗାଡିକୁ ଏପରି ରାସ୍ତା କଡରେ ରଖିବା ଅସ୍ୱାସ୍ଥ୍ୟକର ଓ ଅସୈାନ୍ଦର୍ଯ୍ୟକର ପରିବେଷ ସୃଷ୍ଟି କରୁଛି । ସର୍କିଟ୍ ହାଉସ୍ ନିକଟରେ ଏପରି ଅଳିଆ ଗାଡ଼ି କିପରି ରଖାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଠାରୁ ଏହି ଅଳିଆ ଗାଡ଼ି ତୁରନ୍ତ ଉଠାଇ ଅନ୍ୟତ୍ର ନେବା ସହ ଅଳିଆ ହଟାଇବା ପାଇଁ ଆଜିର କାର୍ଯ୍ୟକାରିଣୀ ଦାବୀ କରୁଛି । ସହରର ପ୍ରମୂଖ ପୋଖରୀ ମଧ୍ୟରୁ ଗୋସାଇଁନୂଆଗାଁ ସ୍ଥିତ ବେଢ଼ା ବନ୍ଧକୁ ସୈାନ୍ଦର୍ଯ୍ୟକରଣ ନାମରେ ପ୍ରଶାସନ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଥିବାରୁ ଆଜିର କାର୍ଯ୍ୟକାରିଣୀ କ୍ଷୋଭ ପ୍ରକାଶ କରିବା ସହ ଲୋକଙ୍କ ଭାବାବେଗକୁ ଦୃଷ୍ଟି ଦେବାକୁ ଦାବୀ ଜଣାଉଛି ।
ସହରକୁ ବସ୍ତି ମୁକ୍ତ କରିବା ସହ ଦିନ ମଜୁରିଆ ଓ ବାସହୀନଙ୍କୁ ବାସଗୃହ ଯୋଗାଇବା ଲକ୍ଷ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିନ୍ତୁ ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଏହି ଆବାସ ଯୋଜନା ମିଳୁନାହିଁ । ବ୍ରହ୍ମପୁର ସହରରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଟାଳଟୁଳ ନୀତି ହେଉ କିମ୍ବା ଅର୍ଥ କାରବାର ହେଉ ଅଯୋଗ୍ୟ ହିତାଧରକାରୀଙ୍କୁ ବିଏମ୍ସି ପକ୍ଷରୁ ଏହି ଆବାସ ଯୋଜନାରେ ଅନ୍ତଭୂକ୍ତ କରାଯାଇଛି । ଏଣୁ ଏହାର ସଠିକ୍ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ନଚେତ୍ ବିଜେପି ପକ୍ଷରୁ ବିଏମ୍ସି କାର୍ଯ୍ୟାଳୟ ଘେରିବାକୁ ଆଜିର କାର୍ଯ୍ୟକାରିଣୀ ଚେତାବନୀ ଦେଉଛି ।
ସାମ୍ପ୍ରତିକ ପରିସ୍ଥିତିରେ ସହରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଷୁଳି ପଡିଛି । ବିଜୁ ଜନତା ଦଳର ଆସରସ୍ଥଳ ପାଲଟିଛି ସହରର ମହାବିଦ୍ୟାଳୟମାନ । ଆଜି କେମ୍ପସରେ ଛାତ୍ରୀ ନିର୍ଯ୍ୟାତନା ଠାରୁ ଆରମ୍ଭ କରି ଛାତ୍ରଙ୍କୁ ଯୈାନ ନିର୍ଯ୍ୟାତନା ଓ ର୍ୟାଗିଂ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଖାଦେଲାଣି ଏହାକୁ ଆଜିର କାର୍ଯ୍ୟକାରିଣୀ ଦୃଢ ନିନ୍ଦା କରୁଛି ।
୨୦୨୩-୨୪ ଆର୍ଥୀକ ବର୍ଷର ବଜେଟକୁ ସର୍ବବ୍ୟାପି, ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ ଅମୃତ କାଳର ଅମୃତ ବଜେଟ୍ ବୋଲି ଆଜିର କାର୍ଯ୍ୟକାରିଣୀ କହିଛି । ଏଥିରେ ସମାଜର ଅଧିକାଂଶ ବର୍ଗ ବିଶେଷ କରି ମଧ୍ୟବିତ୍ତ ବର୍ଗକୁ ଗୁରୁତ୍ୱ ଦିଆଯାଇଛି । ଭିତିଭୂମିର ବିକାଶ,କୃଷି,ସ୍ୱାସ୍ଥ୍ୟ କ୍ଷେତ୍ର, ଗ୍ନମହିଳା, ଯୁବ ବର୍ଗଙ୍କ ପାଇଁ ବଜେଟ୍ରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ପ୍ରତି ଘରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ସ୍ୱତନ୍ତ୍ର ସଂଚୟ ଯୋଜନାକୁ ଆଜି ସ୍ୱାଗତ ଗ୍ନକରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫ ଲକ୍ଷ ଗୃହଶୂନ୍ୟ ବ୍ୟକ୍ତିଙ୍କ ପାଇଁ ଗୃହ ସ୍ୱପ୍ନ ପୂରଣ ହୋଇପାରିବ ଏଣୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜିର କାର୍ଯ୍ୟକାରିଣୀ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଉଛି । ଆୟକର ସ୍ଲାବରେ ହୋଇଥିବା ପରିବର୍ତ୍ତନ ଏବଂ ନୂଆ ଆୟକର ରିଟର୍ଣ୍ଣକୁ ସରଳୀକରଣ କରିବାକୁ କାର୍ଯ୍ୟକାରିଣୀ ସ୍ୱାଗତ ଜଣାଇଛି । ଏହି ବଜେଟ୍ ଆକାଂକ୍ଷୀ ସମାଜ, କୃଷକ, ଦୁର୍ବଳ ଶ୍ରେଣୀ ଏବଂ ଯୁବପିଢୀଙ୍କୁ ସଶକ୍ତ କରିବା ସହ ଗରିବ, ମହିଳା, ମଧ୍ୟବିତ୍ତଙ୍କୁ ସୁହାଇଲା ଭଳି ଏକ ଐତିହାସିକ ଏବଂ ଯୁଗାନ୍ତକାରୀ ବଜେଟ୍ ପ୍ରସ୍ତୁତ କରାଯାଇଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆଜିର କାଯ୍ୟକାରିଣୀ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୫ କୋଟି ହିତାଧିକାରୀଙ୍କୁ ୮,୪୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରି ମାଗଣାରେ ଚାଉଳ ପ୍ରଦାନ କରୁଥିବାରୁ ଏହି କାର୍ଯ୍ୟକାରିଣୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି । “ଫାଇବ୍ ଜି ନେଟୱାର୍କ ସେବା”, ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି’, ‘ଜଳ ଜୀବନ ମିଶନ’ ଏବଂ “ଅମୃତ ସରୋବର” ପରି ଲୋକାଭିମୂଖୀ ଯୋଜନା ଯୋଗୁଁ ଜନସାଧାରଣ ବିଶେଷ ଉପକୃତ ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଆଜିର କାର୍ଯ୍ୟକାରିଣୀ ଧନ୍ୟବାଦ ଜଣାଉଛି । ଶେଷରେ ମଣ୍ଡଳ ସମ୍ପାଦକ ଏସ୍.ଶ୍ରୀନିବାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ଉପସଭାପତି ଅଶୋକ ବେହେରା,ସୁଶାନ୍ତ ଚୌଧୁରୀ, ଉପେନ୍ଦ୍ର ସେଠୀ,ଯୁବମୋର୍ଚ୍ଚା ସଭାପତି ଡ଼ି.ଅନିଲ ରାଓ,ମହିଳାମୋର୍ଚ୍ଚା ସଭାନେତ୍ରୀ ସରସ୍ଵତୀ ବେହେରା, କୃଷକମୋର୍ଚ୍ଚା ସଭାପତି ସଞ୍ଜୀବ ଚୌଧୁରୀ,ଓବିସି ମୋର୍ଚ୍ଚା ସଭାପତି ସୁଦର୍ଶନ ମହାରଣା,ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରାମ ଚନ୍ଦ୍ର ଦାସ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଯୋଶେଫ୍ କଟୋନ୍,ଆଡ଼ଭୋକେଟ ରବିନ୍ଦ୍ର ସାହୁ, ସବିତା ନାୟକ,ସୁଶିଳା ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଆଜି କମାପଲ୍ଲୀ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡାଙ୍କ ସଭାପତିତ୍ବରେ ସ୍ଥାନୀୟ ପୁର୍ତ୍ତ ଡ଼ାକବଙ୍ଗଳାରେ ବିଜେପି ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଡ଼ା.ସୁବାଷ ସାହୁ, ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ମଣ୍ଡଳ ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାହୁ ଏବଂ ବିପିନି ବିହାରୀ ଦାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଗେଟ୍ ବଜାର ମଣ୍ଡଳ ପକ୍ଷରୁ “କାର୍ଯ୍ୟକାରିଣୀ ବୈଠକ” ମଣ୍ଡଳ ସଭାପତି ଡ଼ି.କରୁଣାକରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି,ମଣ୍ଡଳ ପ୍ରଭାରୀ ପ୍ରଦୀପ କୁମାର ସତପଥି ପ୍ରମୁଖ ଉପସ୍ଥିତ ଥିଲେ । ସାନ ବଜାର ମଣ୍ଡଳର “କାର୍ଯ୍ୟକାରିଣୀ ବୈଠକ” ମଣ୍ଡଳ ସଭାପତି ସରୋଜ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଗାନ୍ଧୀ ନଗର ମଣ୍ଡଳର “କାର୍ଯ୍ୟକାରିଣୀ ବୈଠକ” ମଣ୍ଡଳ ସଭାପତି ସତ୍ୟ ନାରାୟଣ ବସନ୍ତିଆଙ୍କ ସଭାପତିତ୍ବରେ ଏବଂ ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ଆଗା ସାହି ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଣା ବ୍ରହ୍ମପୁର ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗ ଦର୍ଶନ କରିଥିଲେ ।