ରାଜ୍ୟ

ଜିଲ୍ଲା ସ୍ତରୀୟ ବିଶ୍ୱ ହୃଦ୍ ଦିବସ ୨୦୨୩ ସ୍ୱର୍ଗଦ୍ୱାର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହୋଇଯାଇଛି 

ଜିଲ୍ଲା ସ୍ତରୀୟ ବିଶ୍ୱ ହୃଦ୍ ଦିବସ ୨୦୨୩ ସ୍ୱର୍ଗଦ୍ୱାର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ  ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱ ହୃଦଦିବସ ପାଳନର ପ୍ରକୃତ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ | ଏଥି ସହିତ ତୈଳ ଜାତିୟ ଖାଦ୍ୟ ଓ ଆବଶ୍ୟକତା ରୁ ଅଧିକ ପରିମାଣର ଲୁଣ  ଇତ୍ୟାଦି ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତି କାରକ ହେବା ସହ ହୃଦ୍ ଘାତ ପରି ସମସ୍ୟା ସୃଷ୍ଟି କରି ଥାଏ | ଏବଂ ପରିବର୍ତିତ ଜୀବନଶୈଳୀ ଅନେକାଂଶରେ ମଧ୍ୟ ଏଥି ପାଇଁ ଦାୟୀ ବୋଲି ମଧ୍ୟ କହିଥିଲେ | ସ୍ୱର୍ଗଦ୍ୱାର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ମିଶ୍ର ମଧ୍ୟ ଉପସ୍ଥିତ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ | ନିୟମିତ ବ୍ୟୟାମ କରିବା ପାଇଁ କହିଥିଲେ |ଉଚ୍ଚ ରକ୍ତଚାପ, ଧୁମପାନ, ମଦ୍ୟପାନ, ଡାଇବେଟିସ ଓ ମୋଟାପଣ ହୃଦ୍ ରୋଗର ମୂଖ୍ୟ କାରଣ ବୋଲି କହିଥିଲେ। ପ୍ରତିଦିନ ଶାରୀରିକ ପରିଶ୍ରମ , ସନ୍ତୁଳିତ ଆହାର ଭୋଜନ , ମାନସିକ ଦୁଶ୍ଚିନ୍ତା ଠାରୁ ଦୁରେଇ ରହିବା ସହ ସୁସ୍ଥ ରହିବ ପାଇଁ କହିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ସହକାରୀ ପରିଚାଳକ (ତାଲିମ) ଶ୍ରୀ ମନୋଜ କୁମାର ପଣ୍ଡା ପରିଚାଳନା କରିଥିଲେ | ଶେଷରେ ଶ୍ରୀ ରଂଜିତ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *