ରାଜ୍ୟ

ନୂଆପଡ଼ା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ  କକ୍ଷ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ ସଚେତନ,ସତର୍କତା ଏବଂ ସୁରକ୍ଷିତ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ* 

ନୂଆପଡ଼ା: (ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ  କକ୍ଷ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ ସଚେତନ,ସତର୍କତା ଏବଂ ସୁରକ୍ଷିତ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀ ରେ ଜିଲ୍ଲାପାଳ ହେମକାନ୍ତ ସାଏ  ଏବଂ ପୋଲିସ ଏସପି ରାଘବେନ୍ଦ୍ର ଗୁଣ୍ଡାଳା ରେଡ୍ଡୀ ଯୋଗ ଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଦିନ ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର ମାସ କୁ ସାଇବର ଅପରାଧ ମୁକ୍ତ ମାସ ବୋଲି ଘୋଷଣା କରିଛନ୍ତି। ଦୁଇ ପ୍ରକାର ପ୍ରଚାର ପ୍ରସାର କରିବା ଲକ୍ଷ ରହିଅଛି। ଅନଲାଇନ୍ ସଚେତନ କାର୍ଯ୍ୟକ୍ରମ ଏବଂ ଅଫ୍ ଲାଇନ୍ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଇବର ଅପରାଧ ନେଇ ଟୁଇଟର ହେଣ୍ଡଳ ରେ କୁଇଜ୍ ପ୍ରତିଯୋଗିତା ହେବା ସହ ପ୍ରତ୍ୟେକ ବିଷୟ ରେ ୨ ମିନିଟ ଭିଡିଓ ପୋଷ୍ଟ କରିବେ। ସେହିପରି ଏକ ସାଇବର ଅପରାଧ ଲୋଗ କୁ ଉନ୍ମୋଚିତ ହେବ।ଏହି ଲୋଗୋ ରେ ସତର୍କତା , ସୁରକ୍ଷିତ ଏବଂ ସାଇବର ମୁକ୍ତ ଓଡ଼ିଶା ଉଲ୍ଲେଖ ରହିଅଛି । ଜାନୁଆରୀ ମାସ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ନୂଆପଡ଼ା ରେ ୨୫ ଗୋଟି ସାଇବର ଅପରାଧ ଲିଖିତ ଅଭିଯୋଗ ହୋଇଥିବା ବେଳେ ସତର୍କତା ପାଇଁ ଆହ୍ବାନ।

Leave a Reply

Your email address will not be published. Required fields are marked *