୬୬ ତମ ଅନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ପାଳିତ ।
ତା ୩୦/୦୯/୨୦୨୩ : ଅନୁଗୋଳ ଜିଲ୍ଲା ବଧିର ସଂଘ ପକ୍ଷରୁ ଶନିବାର ଆନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ପାଳିତ ହୋଇଯାଇଅଛି। ସେପ୍ଟେମ୍ବର ୨୩ ରୁ ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୬୬ ତମ ଆନ୍ତର୍ଜାତୀୟ ନାଗରିକ ସପ୍ତାହ ପାଳିତ ହେଉଥିବା ବେଳେ ଅନୁଗୋଳ ଠାରେ ମଧ୍ୟ ଶନିବାର ପାଳିତ ହୋଇଯାଇଅଛି। ଇତି ଅବସରରେ ପୂର୍ବାହ୍ନ ୧୦ଘଣ୍ଟିକା ସମୟରେ ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ଶୋଭା ଯାତ୍ରା ବାହାରି ସହର ପରିକ୍ରମା କରି ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ସମାବେଶରେ ଯୋଗ ଦେଇଥିଲେ। ଏହି ସମାବେଶରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ବଧିର ସଭ୍ୟ ଯୋଗ ଦେଇଥିଲେ। ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ ସବୁଜ ପତକା ଦେଖାଇ
ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲ। ପୌର ଟାଉନ୍ ହଲ୍ ଠାରେ ସଂଘର ସଭାପତି ପର୍ଶୁରାମ ଦାସ ଙ୍କ ଅଧ୍ୟକ୍ଷତାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାଉନସିଲର ପ୍ରଜ୍ଞା ଦାସ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅର୍ନ୍ତନିବେଶ ଆଇଡି କୋଡିନେଟର ବିଜୟ ସାହୁ ଓ ଯୁବଶକ୍ତି ସ୍ବେଚ୍ଛାସେବୀ ସଂଗଠନର ସଭାପତି ବ୍ରହ୍ମଜ୍ୟୋତି ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମାଜରେ ବଧିର ମାନେ ବୋଝ ନୁହଁନ୍ତି ସମସ୍ତଙ୍କ ଭଳି ସେମାନେ ମଧ୍ୟ ସମାଜ ଗଠନରେ ସମାନ ଭୂମିକା ଗ୍ରହଣ କରିଥାଆନ୍ତି ଏମାଙ୍କକୁ ଆମେ ସହଯୋଗ ଓ ଶ୍ରଦ୍ଧା ପୂର୍ବକ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଚିତ୍। ବଧିର ମାନଙ୍କୁ ହେୟଜ୍ଞାନ ନକରିବା ଉଚିତ୍ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଶେଷରେ ଅନୁଗୋଳ ଜିଲ୍ଲା ସାଧାରଣ ସଂପାଦକ ବିଶ୍ବଜିତ ହୋତା ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନୁବାଦିକା କୁମାରୀ ସୋନାଲି ସାମଲ ଅତିଥି ମାନଙ୍କ ବକ୍ତବ୍ଯକୁ ସାଙ୍କେତିକ ଭାଷାରେ ଉପସ୍ଥାପନା କରିଥଲେ । ଆହୁରି ମଧ୍ୟ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।