୨୦ ଟି ସେବା ସମବାୟ ସମିତି କୁ ଭିତ୍ତିଭୂମି ନିର୍ମାଣ ଲାଗି ଆର୍ଥିକ ଅନୁଦାନ ପ୍ରଦାନ ।
ନିମାପଡ଼ା,(ପି. ଏନ) ପୁରୀ ଜିଲ୍ଲାରେ ଚାଷୀ ଙ୍କ ଧାନ ସଂରକ୍ଷିତ ରଖିବା ନିମନ୍ତେ ମଣ୍ଡି ସ୍ତରରେ ସୁବ୍ୟବସ୍ଥା ନାହିଁ। ଫଳରେ ଅମଳ ଧାନକୁ ଚାଷୀ ମଣ୍ଡିକୁ ବିକ୍ରି କରିବା ପାଇଁ ନେଇ ଆସିଲେ ବର୍ଷା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ନଷ୍ଟ ହେଉଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ଦୃଷ୍ଟି ଦିଆଯାଉନି। ମଣ୍ଡି କୁ ଆସୁଥିବା ଚାଷୀ ଙ୍କ ଧାନ ସଂରକ୍ଷଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିତ୍ତିଭୂମି ନିର୍ମାଣ କରିବା ନିମନ୍ତେ ସରକାରଙ୍କୁ ଅବଗତ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ୨୦ ଟି ପ୍ରାଥମିକ ସେବା ସମବାୟ ସମିତି ର ଭିତ୍ତିଭୂମି ନିର୍ମାଣ ଲାଗି ଚଳିତ ଆର୍ଥିକ ବର୍ଷ ବଜେଟ ରୁ ୫.୫୧ ଲକ୍ଷ ଟଙ୍କା ଲେଖାଏଁ ସରକାର ବ୍ୟବସ୍ଥା କରିଛନ୍ତି । ସମବାୟ ସମିତି ଗୁଡ଼ିକ ନିକଟରେ ଥିବା ଜମିରେ ପ୍ରାୟ ୨.୫ ଲକ୍ଷ ଟଙ୍କା ବ୍ୟୟରେ ଚାଷୀଙ୍କ ଧାନକୁ ସୁରକ୍ଷା ଦେବା ସହ ଚାଷୀଙ୍କ ସୁବିଧା ନିମନ୍ତେ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ବ୍ୟୟ ଅଟକଳ ହୋଇଛି ।ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଓ ବଳରାମପୁର ଗଡ ସୋସାଇଟି , ସଦର ବ୍ଲକ ର ବୀର ହରେକୃଷ୍ଣ ପୁର ,ବ୍ରହ୍ମଗିରି ରବନ୍ଦଲୋ ,ନିମାପଡ଼ା ର ଧଳେଶ୍ୱର,କନ୍ତିଆ,କାନପୁର , କଣାସ ର ଗୋପୀନାଥପୁର ଓ ସିରେଇ,ଗୋପ ର ମଧୁବନ ସମେତ ରାଇସ ଓ ସୂତନ ,କୃଷ୍ଣପ୍ରସାଦ ର ସାତପଡ଼ା ଗଡ ଓ କୃଷ୍ଣପ୍ରସାଦ ,ଡେଲାଙ୍ଗ ର ହରିରାଜ ପୁର ଓ କୋଠବାଡ଼ ,ଅସ୍ତରଙ୍ଗ ର ଅଠତିରା ,କାକଟପୁର ର ଓଥକା,ପିପିଲି ର ରୁପଦେଇପୂର ଓ ତେଇସିପୂର ସୋସାଇଟିକୁ ଏହି ଟଙ୍କା ମିଳିଛି ।