ରାଜ୍ୟ

ସୁନାବେଡ଼ା ମହିଳା  ଡ଼ିଗ୍ରୀ କଲେଜ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଏବଂ ଏନ୍ ଏସ ଏସ   ପୋଗ୍ରମ ଅଫିସର ଓ ସ୍ବେଚ୍ଛାସେବୀ ଙ୍କୁ ସମ୍ବର୍ଦ୍ଧନା  ଜ୍ଞାପନ

ସେମିଳିଗୁଡା ୩୦/୦୯/୨୩:(ପିଏନ୍) ସୁନାବେଡା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ତରଫରୁ ସ୍ବଚ୍ଛତା ହିଁ ସେବା ଉପରେ ଶପଥ ପାଠ  କରିବା ସହିତ ନୂତନ ସ୍ବେଚ୍ଛାସେବୀ ଙ୍କ ଅଧି ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନିତ ହୋଇଥିବା ଶ୍ରେଷ୍ଠ ପୋଗ୍ରମ ଅଫିସର, ଅଧ୍ୟାପିକା

 ସରିତା ପରିଡ଼ା, ସ୍ବେଚ୍ଛାସେବୀ  ଅପରୂପା ଓଝା ଙ୍କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷା, ପରିଚାଳନା କମିଟି ର ସଦସ୍ୟ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଏବଂ କର୍ମଚାରୀ ଏବଂ କର୍ମଚାରୀ ମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା ।ସୁନାବେଡା ପୌର ପରିଷଦ ର ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସେବାର ପ୍ରକୃତ ମହତ୍ତ୍ବ ବୁଝାଇଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟି ର  ସଦସ୍ୟ ଶେଖ ଇବ୍ରାହିମ  ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଏବଂ ଏନ୍ ଏସ୍ ଏସ  ପ୍ରତୀକ ରେ ଥିବା କୋଣାର୍କ ଚକ୍ର ର ଅଷ୍ଠ ପ୍ରହରୀ ରୂପେ ଜାଗ୍ରତ ରହିବାକୁ ପରାମର୍ଶ ଦେବା ସହ ଅଧ୍ୟକ୍ଷା ଉଷାରାଣୀ ଦାସଙ୍କ ଦ୍ଵାରା ମହାବିଦ୍ୟାଳୟ କୁ  ସବୁ ଦିଗରେ ଆଗେଇ ନେବା ପାଇଁ ଧନ୍ୟବାଦ ଜଣାଇ ଥିଲେ ।ଅଧ୍ୟକ୍ଷା ଉଷାରାଣୀ ଦାସ ସଭାକାର୍ଯ୍ୟ ପରିଚାଳନା କରିବା ସହିତ  ଏନ୍ ଏସ ଏସ କୁ ଅଧିକ ସକ୍ରିୟ କରିବା ଉପରେ ଆଲୋଚନା  କରିଥିଲେ । ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସେ ସମସ୍ତ ଛାତ୍ରୀ , ଅଧ୍ୟାପିକା, ଅଧ୍ୟାପକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ସ୍ବଚ୍ଛତା ଶପଥ ପାଠ କରାଇଥିଲେ ।ଏନ୍ ଏସ ଏସ  ପୋଗ୍ରାମ ଅଫିସର ସରିତା ପରିଡ଼ା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ସ୍ବେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରିଥିଲେ ।ୱାଇ .ଆର୍.ସି କାଉନସିଲର ସୁଶ୍ରୀ ଶୁଭଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ତାଲିମ ଶିବିରରେ ଶହେ ଦଶ  ସ୍ବେଚ୍ଛାସେବୀ  ତାଲିମ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *