ରାଜ୍ୟ

ଏକ ଘଣ୍ଟା ସ୍ବଚ୍ଛତା ପାଇଁ

    ଆଜି ପୁରୀ ଜିଲ୍ଲା ଭାରତ ସ୍କାଉଟସ୍ ଓ ଗାଇଡସ୍ ତରଫରୁ " ଏକ ଘଣ୍ଟା ସ୍ବଚ୍ଛତାପାଇଁ " ଏହି ଆହ୍ୱାନ ଅନୁଯାୟୀ ଏକ ଜନସଚେତନକାରୀ  ଶୋଭାଯାତ୍ରା ପୁରୀ, ବିଶ୍ବମ୍ଭର ବିଦ୍ୟାପୀଠ ଠାରୁ ଆରମ୍ଭ ହୋଇଥିଲା । ଏଥିରେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ସ୍କାଉଟସ୍, ଗାଇଡସ୍, ସ୍କାଉଟମାଷ୍ଟର୍ ଓ ଗାଇଡକ୍ଯାପ୍ଟେନ୍ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ବିଭିନ୍ନ ପ୍ଲା କାର୍ଡ ଧରି ଓ ସ୍ଲୋଗାନ୍ ଦେଇ ପୁରୀ ସହରସ୍ଥିତ ମୋଚିସାହି ଛକ ପର୍ଯ୍ୟନ୍ତ ଯାଇଥିଲେ ଓ ପ୍ରଥମେ ସମସ୍ତେ ସ୍ବଚ୍ଛତାପାଇଁ ଶପଥଗ୍ରହଣ କରିବା ସହ ସେଠାରେ ସଫେଇ କାର୍ଯ୍ୟ ମଧ୍ୟ କରିଥିଲେ। ଏହି ଶୋଭାଯାତ୍ରାକୁ ଜିଲ୍ଲା ଶିକ୍ଷାଧିକାରୀ ଡଃ ବିଶ୍ୱଜିତ୍ ଘୋଷ୍ ସବୁଜ ପତାକା ହଲାଇ ଉଦ୍ଘାଟନ କରିଥିଲେ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ାଧିକାରୀ ଚନ୍ଦନ କୁମାର ସାହୁ ଓ ବରିଷ୍ଠ ସାମ୍ବାଦିକ ଶଙ୍କର ବେହେରା ପ୍ରଭୃତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସ୍ବଛତା'ର ଶପଥ ପାଠ କରାଇଥିଲେ । ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଲା ବିଦ୍ୟାଳୟ ଶାରୀରିକ କ୍ରୀଡାଧିକାରୀ ମହେନ୍ଦ୍ର କୁମାର ବିଶ୍ଵାଳ ଓ ଜୁନିଅର ଆସିଷ୍ଟାଣ୍ଟ୍ ପ୍ରଭାତ କୁମାର ମିଶ୍ରଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା । ଡି. ଓ .ସି ( ସ୍କାଉଟସ୍) ଦେବାଶିଷ ମିଶ୍ର, ଡି ଓ ସି( ଗାଇଡସ୍) ମୀନାକ୍ଷୀ ମିଶ୍ର  ତଥା ରଞ୍ଜନ କୁମାର ଷଡ଼ଙ୍ଗୀ, ବିଦ୍ୟାଧର ମିଶ୍ର , ଅରୁଣ କୁମାର ଭଟ୍ଟାଚାର୍ଯ୍ୟ, ଲଲାଟେନ୍ଦୁ ସ୍ବାଇଁ, ସସ୍ମିତା ରାଉତରାୟ ପ୍ରଭୃତି ସ୍କାଉଟମାଷ୍ଟର୍ ଓ ଗାଇଡକ୍ଯାପ୍ଟେନ୍ ଓ ପ୍ରଧାନ ଶିକ୍ଷକ ଅଶୋକ କୁମାର ସେଠୀ ଶୋଭାଯାତ୍ରା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *