ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ତୁରନ୍ତ ତାଳଚେର ମେଡିକାଲର ପରିଚାଳନା ଦାୟିତ୍ୱ ନିଅନ୍ତୁ- ରୁଦ୍ର ନାରାୟଣ ପାଣି
o ତାଳଚେର ମେଡିକାଲ କଲେଜ ପାଇଁ ଜମି, ଘର ଏବଂ ୧୫୦୦ କୋଟି ଅର୍ଥରାଶି ସହ ଆନୁଷଙ୍ଗିକ ଖର୍ଚ୍ଚର ବ୍ୟବସ୍ଥା କଲା ପରେ ମେଡିକାଲ କଲେଜ ନଚଲାଇବା ବିଡମ୍ବନା
o ଅକ୍ଟୋବର ୧ ସୁଦ୍ଧା ମେଡିକାଲ କଲେଜ ଚଲାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ବି ଏଥିରେ ବିଳମ୍ବ ଘଟିଛି, ଯାହା ମେଡିକାଲ ନଚଲାଇବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା ପରି ମନେହେଉଛି
o କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଳଚେରରେ ମେଡିକାଲ କଲେଜ ସ୍ଥାପନ କରିବା ସହ ଚଲାଇବା ପାଇଁ କେତେ ଚେଷ୍ଟା କରିଛନ୍ତି ତାହା ସମସ୍ତଙ୍କୁ ଜଣାଅଛି
o ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ମର୍ମେ ଅନୁଭବ କରି ସେ ତାଳଚେରରେ ଏକ ମେଡ଼ିକାଲ କଲେଜ ପାଇଁ ପ୍ରଥମେ ସ୍ୱପ୍ନ ଦେଖିଥିଲେ ଏବଂ ପ୍ରଚେଷ୍ଟା କରିଥିଲେ
o ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନ କ୍ରମେ ୨୦୧୫ ସେପ୍ଟେମ୍ବର ୦୩ରେ ପ୍ରଥମେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ଦ୍ୱାରା ମେଡ଼ିକାଲ କଲେଜ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା
o ୨୦୧୯ ମାର୍ଚ୍ଚରେ ମେଡ଼ିକାଲ କଲେଜର ନୂତନ ଭବନ ତାଙ୍କ କରକମଳରେ ଉଦଘାଟିତ ହୋଇଥିଲା
o ମେଡ଼ିକାଲ କଲେଜକୁ ଯଥାଶୀଘ୍ର କର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ
o ୨୦୨୨ ମାର୍ଚ୍ଚ ୯ ତାରିଖରେ କୋଇଲା ମନ୍ତ୍ରୀଙ୍କୁ ପତ୍ର ଲେଖି ଓଡିଶା ସରକାରଙ୍କୁ କଲେଜର ପରିଚାଳନା ଦାୟିତ୍ୱ ଦେବା ନେଇ ଅବଗତ କରିଥିଲେ
o ଏମଏସିଏଲ ପକ୍ଷରୁ ଏହି ମେଡିକାଲ ଚଲାଇବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଅତିରିକ୍ତ ୫୦୦ କୋଟିର ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ଦାବି ଥିଲା, ତାକୁ ଏମସିଏଲ ଦ୍ୱାରା ପୂରଣ କରାଯାଇଥିଲା
o ତାଳଚେର ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି, ଏହା ସରକାରଙ୍କ ଅପାରଗତା ନା ମୋଦି ସରକାରଙ୍କ ବିକାଶରେ ପ୍ରତିବନ୍ଧକ ସାଜିବା ପାଇଁ ଅପଚେଷ୍ଟା
o ଘରୋଇ ମେଡ଼ିକାଲ କଲେଜର ମାଲିକଙ୍କୁ ହାତ କରି ତାଳଚେର ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ ଦୁର୍ନୀତିରେ ବୁଡ଼ି ରହିଥିବା ହାଇଟେକକୁ ଦେବା ପାଇଁ ରାଜ୍ୟ ସରକାର ମସୁଧା କରିଥିଲେ
o କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ତାଳଚେର ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ ଏକ ଘରୋଇ ମେଡ଼ିକାଲକୁ ନ ଦେବା ପାଇଁ କୋଇଲା ମନ୍ତ୍ରଣାଳୟ ନିଷ୍ପତି ନେଇଥିଲା
o ଏହି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟ କ୍ଷମ ହେଲେ ଅନୁଗୋଳ ଜିଲ୍ଲା ସମେତ ଢ଼େଙ୍କାନାଳ, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ୟାଗଡ଼ର ପାଖାପାଖି ୭୦ ଲକ୍ଷ ଲୋକମାନେ ଉପକୃତ ହେବେ
ଅନୁଗୁଳ, ୧ ଅକ୍ଟୋବର ୨୦୨୩ : ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ତାଳଚେରରେ ଲୋକମାନେ ସ୍ୱାସ୍ଥ୍ୟସେବାର ଆବଶ୍ୟକତା କରୁଛନ୍ତି, ସେହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ତାଳଚେରବାସୀଙ୍କ ପ୍ରତି ନିଜ ଦାୟିତ୍ୱ ପୂରଣ ନକରିବା ଦୁଃଖର ବିଷୟ । ରାଜ୍ୟ ସରକାର କେବଳ ନିଜର ଆତ୍ମପ୍ରଚାରରେ ଲାଗିଛନ୍ତି କିନ୍ତୁ କାମରେ ଜିରୋ । ରାଜ୍ୟ ସରକାର ତାଳଚେର ଓ ଅନୁଗୋଳ ସମେତ ପଡୋଶୀ ଜିଲ୍ଲାଙ୍କ ସ୍ୱାର୍ଥରେ ତୁରନ୍ତ ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ତୁରନ୍ତ ନିଅନ୍ତୁ ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି।
ସେହିପରି ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି ଯେ ଅକ୍ଟୋବର ୧ ସୁଦ୍ଧା ତାଳଚେର ମେଡିକାଲ କଲେଜ ଚଲାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଏଥିରେ ବିଳମ୍ବ ଘଟିଛି । ତାଳଚେର ମେଡିକାଲ କଲେଜ ପାଇଁ ଜମି, ଘର ଏବଂ ୧୫୦୦ କୋଟି ଅର୍ଥରାଶି ସହ ଆନୁଷଙ୍ଗିକ ଖର୍ଚ୍ଚର ବ୍ୟବସ୍ଥା କଲା ପରେ ବି ମେଡିକାଲ କଲେଜ ନଚଲାଇବା ବିଡମ୍ବନା । ଆମର ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଳଚେରରେ ମେଡିକାଲ କଲେଜ ସ୍ଥାପନ କରିବା ସହ ଚଲାଇବା ପାଇଁ କେତେ ଚେଷ୍ଟା କରିଛନ୍ତି ତାହା ସମସ୍ତଙ୍କୁ ଜଣାଅଛି । ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ମର୍ମେ ଅନୁଭବ କରି ସେ ତାଳଚେରରେ ଏକ ମେଡ଼ିକାଲ କଲେଜ ପାଇଁ ପ୍ରଥମେ ସ୍ୱପ୍ନ ଦେଖିଥିଲେ ଏବଂ ପ୍ରଚେଷ୍ଟା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନ କ୍ରମେ ୨୦୧୫ ସେପ୍ଟେମ୍ବର ୦୩ରେ ପ୍ରଥମେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ଦ୍ୱାରା ମେଡ଼ିକାଲ କଲେଜ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ୨୦୧୯ ମାର୍ଚ୍ଚରେ ମେଡ଼ିକାଲ କଲେଜର ନୂତନ ଭବନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କରକମଳରେ ଉଦଘାଟିତ ହୋଇଥିଲା । ମେଡ଼ିକାଲ କଲେଜକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ୨୦୨୨ ମାର୍ଚ୍ଚ ୯ ତାରିଖରେ କୋଇଲା ମନ୍ତ୍ରୀଙ୍କୁ ପତ୍ର ଲେଖି ଓଡିଶା ସରକାରଙ୍କୁ କଲେଜର ପରିଚାଳନା ଦାୟିତ୍ୱ ଦେବା ନେଇ ଅବଗତ କରିଥିଲେ ।
ଏମଏସିଏଲ ପକ୍ଷରୁ ଏହି ମେଡିକାଲ ଚଲାଇବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଅତିରିକ୍ତ ୫୦୦ କୋଟିର ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ଦାବି ଥିଲା, ତାକୁ ଏମସିଏଲ ଦ୍ୱାରା ପୂରଣ କରାଯାଇଥିଲା । ଏହା ସତ୍ତ୍ୱେ ରାଜ୍ୟ ସରକାର ହସ୍ପିଟାଲ ଚଲାଇବା ପାଇଁ ରାଜି ନାହାନ୍ତି । ତାଳଚେରରେ ଦୁଇଟି ମେଡିକାଲ ଭବନ ନିର୍ମାଣ କରି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେବା କ୍ଷେତ୍ରରେ ସବୁ ଦାୟିତ୍ୱ ନେଲା ପରେ ମଧ୍ୟ ତାଳଚେର ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଇର୍ଷାପରାୟଣ ହୋଇ ଲୋକପ୍ରିୟତା ଭୟରେ ମେଡିକାଲ କଲେଜ ଚଲାଇବା ପାଇଁ ରାଜି ନ ହେଉନାହାନ୍ତି, ଯାହା ଦୁର୍ଭାଗ୍ୟଜନକ ।
ଶ୍ରୀ ସାମଲ କହିଛନ୍ତି ଯେ ଘରୋଇ ମେଡ଼ିକାଲ କଲେଜର ମାଲିକଙ୍କୁ ହାତ କରି ତାଳଚେର ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ ଦୁର୍ନୀତିରେ ବୁଡ଼ି ରହିଥିବା ହାଇଟେକକୁ ଦେବା ପାଇଁ ରାଜ୍ୟ ସରକାର ମସୁଧା କରିଥିଲେ । ତାଳଚେର ମେଡ଼ିକାଲ କଲେଜର ଦାୟିତ୍ୱ ଏକ ଘରୋଇ ମେଡ଼ିକାଲ କଲେ ଛାତ୍ରଛାତ୍ରୀଙ୍କ ପାଠପଢା ଓ ପରିଚାଳନା ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାନ୍ତା । ଏ କଥାକୁ ଅନୁଭବ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ବାରମ୍ବାର କଥା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ତାଳଚେର ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ ଏକ ଘରୋଇ ମେଡ଼ିକାଲକୁ ନ ଦେବା ପାଇଁ କୋଇଲା ମନ୍ତ୍ରଣାଳୟ ନିଷ୍ପତି ନେଇଥିଲା । ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ହସ୍ପିଟାଲର ପରିଚାଳନା, ରକ୍ଷଣାବେକ୍ଷଣ, ପ୍ରଶାସନିକ ଦାୟିତ୍ୱ ନେବାକୁ ଏମସିଏଲ ଚିଠି ଲେଖି ଅବଗତ କଲା ପରେ ମଧ୍ୟ ରାଜ୍ୟ ସରକାର ପରିଚାଳନା ନେବାରେ ରାଜ୍ୟ ସରକାର ଦୀର୍ଘ ସମୟ ଧରି ଅସହମତି ପ୍ରକାଶ କରି ଆସିଛନ୍ତି ।
ରାଜ୍ୟ ସରକାର ତୁରନ୍ତ ତାଳଚେର ମେଡିକାଲକୁ ପରିଚାଳନା କରନ୍ତୁ । ଏହି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଅନୁଗୋଳ ଜିଲ୍ଲା ସମେତ ଢ଼େଙ୍କାନାଳ, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ନୟାଗଡ଼ର ପାଖାପାଖି ୭୦ ଲକ୍ଷ ଲୋକ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇବା ସହ ବିଶେଷ ଭାବରେ ଉପକୃତ ହେବେ । ରାଜ୍ୟର ମେଧାବୀ ଛାତ୍ରଛାତ୍ରୀମାନେ ମେଡ଼ିକାଲ ପାଠ ପଢ଼ିବାର ସୁଯୋଗ ପାଇବେ । ଯୁବକ ଯୁବତୀଙ୍କ ପାଇଁ ରୋଜଗାରର ମଧ୍ୟ ବାଟଫିଟିବ । ତାଳଚେର ମେଡିକାଲକୁ ଅବିଳମ୍ବେ ଚଲାଇବା ପାଇଁ ବିଜେପି ଦାବି କରିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପୂର୍ବତନ ମନ୍ତ୍ରୀ ସଞ୍ଜିବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଓବିସିର ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଜିଲ୍ଲା ମିଡିଆ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।