ପ୍ରଫେସର ଡ.ବାସୁଦେବ ସାହୁଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ
ଓଡ଼ଗାଁ,୧/୧୦(ନି.ପ୍ର):ଆଜି ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୄହ ପରିସରରେ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍,ସାହିତ୍ୟିକ ତଥା ଉତ୍କଳ ବିଶ୍ବ ବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସ୍ୱର୍ଗତ ଡ.ବାସୁଦେବ ସାହୁଙ୍କ ୮୪ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ,ଆଲୋଚନାଚକ୍ର, କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ଡ.ବିଜୟ କୁମାର ଚୌଧୁରୀ ମୁଖ୍ୟ ଅତିଥି, ଡ.ଅଧିବାସ ପଣ୍ଡା ମୁଖ୍ୟ ବକ୍ତା,ଡ.ବେଣୁଧର ଦାସ ସ୍ୱତନ୍ତ୍ର ଅତିଥି ଓ ସମ୍ମାନିତ ଅତିଥି ଭାବେ ସମ୍ବାଦ ସାହିତ୍ୟଘର,ଓଡ଼ଗାଁର ସଭାପତି ଦିବାକର ନାୟକ ଓ ଲୋକନାଥ ମିଶ୍ର (ଭରଦ୍ୱ।ଜ) ଓ ରଂଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।ସମସ୍ତ ଅତିଥିବର୍ଗ ସ୍ୱର୍ଗତ ସାହୁଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ଅନନ୍ୟ ସାହିତ୍ୟ କୄତିଗୁଡ଼ିକର ଆଲୋଚନା କରି ପିଲାଟିଦିନୁ ଏକ ଗରୀବ ଅଭାବୀ ପରିବାରରୁ ନିଜ ସାଧନା ବଳରେ ସେ ପରବର୍ତ୍ତୀ ସମୟରେ କିପରି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ହୋଇପାରିଥିଲେ ସେ ସମ୍ପର୍କରେ ବଖାଣିଥିଲେ।ଏହାପରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହ ନୟାଗଡ଼ ଜିଲ୍ଲାର ବିଭିନ୍ନ ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଏବଂ ଓଡ଼ଗାଁ ବ୍ଲକର ବିଭିନ୍ନ କ୍ଷେତ୍ରରେ କୄତିତ୍ୱ ହାସଲ କରି ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭୂମାନଙ୍କୁ ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟତମ ଅତିଥି ପ୍ରଧାନୀ ବୄନ୍ଦାବନ ମହାପାତ୍ର, ନିର୍ମଳଚନ୍ଦ୍ର ଶୂରଦେଓ,ପତିତପାବନ ସାହୁ,ଉଷାମଣି ମିଶ୍ର,ଶରତଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରଶାନ୍ତ କୁମାର ଦାଶ ଓ ବବିତାରାଣୀ ମହାପାତ୍ରଙ୍କ ସଂଯୋଜନାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୮୪ ଜଣ କବିକବୟିତ୍ରୀଙ୍କୁ ନେଇ କବିତା ଆସର ଅନୁଷ୍ଠିତ ହେବା ସହ ପ୍ରତ୍ୟେକ କବିକବୟିତ୍ରୀଙ୍କୁ ମେମେଣ୍ଟୋ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନର ମୁଖ୍ୟ ପରିଚାଳକ ରଞ୍ଜନ କୁମାର ଦାଶ ଓ ସମ୍ପାଦକ ଯଶୋବନ୍ତ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରମାକାନ୍ତ ପ୍ରଧାନ, ପରମାନନ୍ଦ ସ୍ୱାଇଁ,ଦ୍ୱିତୀକୄଷ୍ଣ ମିଶ୍ର,ରାଜୀବ ଲୋଚନ ବରାଡ଼,ରବୀନ୍ଦ୍ର କୁମାର ଘଡେଇ, ପ୍ରଭାତ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ।