ରାଜ୍ୟ

ସ୍ୱଚ୍ଛତା ହିଁ ସେବା

ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗର ର “ସ୍ୱଚ୍ଛ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, ତା 01. Oct ଦିନ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ତରଫରୁ “ସ୍ୱଚ୍ଛତା ହିଁ ସେବା ” ଯାହା କେନ୍ଦ୍ର ସରକାର ସ୍ୱଚ୍ଛତା ପକ୍ଵଡା ନାମରେ ନାମିତ କରିଛନ୍ତି ଏହି ବଳିଷ୍ଠ ସ୍ୱଚ୍ଛତା ଅଭିଯାନ କୁ ଆଜି ପ୍ରାରମ୍ଭ କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ଙ୍କ ଘୋଷଣା ମୁତାବକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଯୋଗାଣ କରୁଥିବା ଚିକିତ୍ସାଳୟ ର ସଭ୍ୟ ସଭ୍ୟା ଗଣ ନିଜ ଚିକିତ୍ସାଳୟ ପରିସର ଓ ଶାସ୍ତ୍ରୀ ନଗର ର ପରିତ୍ୟକ୍ତ ଅଂଚଳକୁ ସଫେଇ କାମ କରି ଅଭିଯାନ ପାଇଁ ନିଜର ସ୍ୱଚ୍ଛତା-ଶପଥ ପାଠ କରିଥିଲେ l ଏହା ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ଇଦ୍ଧେଶ୍ୟ ରେ ସମର୍ପିତ ଥିଲା ବୋଲି ନେସନାଲ ପିସ ଊନୀସନ ନିର୍ଦ୍ଧେଶକ ଓ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ରବିରଞ୍ଜନ ପୂଜାରୀ ଅଭିଯାନ ରେ ନିଜକୁ ନିୟୋଜିତ କରି ଜଣାଇଥିଲେ l

ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସାଧିକାରୀ ଡା. ମନୋରମ ଶତପଥୀ ଏହା ଏକ ସର୍ବମୁଖ୍ୟ ଅଭିଯାନ ଏବଂ ଏହା ସ୍ୱାସ୍ଥ୍ୟ କ୍ଷେତ୍ର ରେ ପ୍ରଥମ ସେବା ଓ ସ୍ତର ବୋଲି ଜଣାଇ ଥିଲେ l

ଉପରୋକ୍ତ ସ୍ୱାସ୍ଥ୍ୟ ସ୍ୱଚ୍ଛତା ଅଭିଯାନ ରେ ଅନୁଷ୍ଠାନ ର ଶ୍ରୀମତୀ ସୂର୍ଯ୍ୟାଶ୍ମି ହୋତା, ମାମୀ ସିଂଦେଓ, ରୋଜାଲିନା ହୋତା, ସତ୍ୟବ୍ରତ ଷଡ଼ଙ୍ଗୀ, ମଣିଭଦ୍ର ପଧାନ, ବିପିନ ସେଟ, ଅଞ୍ଜଳି ନାଗ ଆଦି ସଭ୍ୟ ସଭ୍ୟା ଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଆଶା ମା, ମହିଳା ଆରୋଗ୍ୟ ସମିତି ସଭ୍ୟା ଗଣ, ସ୍ଥାନୀୟ ରୋଗୀ କଲ୍ୟାଣ ସମିତି ସଭ୍ୟ ସଭ୍ୟା ଯୋଗଦାନ କରି, କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ l

Leave a Reply

Your email address will not be published. Required fields are marked *