ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ର ମାଗଣା ସ୍ୱାସ୍ଥ୍ୟସେବା ଶିବିର,
ମୋଦି ଙ୍କ ଜନ୍ମଦିନ ଉପଲକ୍ଷେ ସେବାପକ୍ଷ ରେ ୨୫୦୦୦ ରୁ ଉର୍ଦ୍ଧ୍ବ ଲୋକ ଚିକିତ୍ସିତ-ମୃଦୁଳା ଠାକୁର ପ୍ରଧାନ
ତାଳଚେର, ୦୨ଅକ୍ଟୋବର– ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ର ମାଗଣା ସ୍ୱାସ୍ଥ୍ୟସେବା ଶିବିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ସେବାପକ୍ଷ ପାଳନ ଅବସରରେ ଦିର୍ଘ ୧୫ଦିନ ବ୍ୟାପି ଅନୁଗୁଅନୁ,ଢେ଼ଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ ୪ଟି ଜିଲ୍ଲାରେ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଆୟୋଜିତ ହୋଇ ୨୫ହଜାର ରୁ ଉର୍ଦ୍ଧ୍ବ ଜନ ସାଧାରଣ ମାଗଣା ଚିକିତ୍ସା ସୁବିଧା, ଓ ଔଷଧ ପାଇ ପାରିଛନ୍ତି ବୋଲି ଟ୍ରଷ୍ଟର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ପ୍ରକାଶ କରିଛନ୍ତି।ଆଜି ସମୋବାର ତାଳଚେର ପିଏମ ଆଇ ଟି ଠାରେ ଶେଷ ଦିନରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ସେବା ଶିବିର ରେ ଯୋଗଦେଇ ଶ୍ରୀମତୀ ପ୍ରଧାନ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ବର୍ଷ ତମାମ, ସେବା ମୂଳକ କାର୍ଯ୍ୟ କରି ଆସୁଛି ,୩ ମାସ ପୂର୍ବରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ରେ ସେବା ପକ୍ଷ ରେ ଏହା ଆୟୋଜିତ ହେଉଛି।ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସେ କହିଛନ୍ତି।ଆଜି ଆୟୋଜିତ ଶିବିର ର ଉଦଘାଟନ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଡାକ୍ତର ତଥା ଅବସର ପ୍ରାପ୍ତ ସି ଏମ ଓ ଏମ୍ସିଏଲ, ସଞ୍ଜୟ ଦାସ,ଡାକ୍ତର ଏସ ଏନ ମିଶ୍ର, ୱାଙ୍ଖେଡେ ଫାଉଣ୍ଡେସନ ର ଗୁଲଜାରୀ ଲାଲ ବିଶ୍ୱାସ,ପି ଏମ ଆଇ ଟି ପ୍ରିନ୍ସିପାଲ, ତୁଷାର କାନ୍ତ ସାହୁ, ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ରବୀ ନାରାୟଣ ଦାସ, ସ୍ୱପ୍ନିତା ପଣ୍ଡା ପ୍ରମୁଖ ଯୋଗଦେଇ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଏଭଳି ସେବା ମୂଳକ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ।
ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଏହି ଶିବିରରେ ଯୋଗଦେଇ ଲୋକ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିତ ପରାମର୍ଶ ପ୍ରଦାନ କରିଛନ୍ତି । ଡାକ୍ତରଙ୍କ ଉପଯୁକ୍ତ ପରାମର୍ଶ ଅନୁସାରେ ତିନି ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିରୁପଣ, ନିଦାନ ପରୀକ୍ଷା କରାଯିବା ସହ ନିଃଶୁଳ୍କ ଔଷଧ ବିତରଣ କରାଯାଇଛି । ଲୋକମାନେ ନିଜ ଘର ପାଖରେ ସ୍ୱାସ୍ଥ୍ୟସେବା ଓ ମାଗଣା ଔଷଧ ପାଇ ବେଶ ଖୁସି ପ୍ରକାଶ କରିବା ସହିତ ବିକାଶ ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ଏହି ସ୍ୱାସ୍ଥ୍ୟସେବା ଶିବିର ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୨୫ଟି ସ୍ଥାନରେ ଏଭଳି ଶିବିର ଆୟୋଜିତ ହୋଇଛି। ବିଭିନ୍ନ ବିଭାଗର ୨୫ରୁ ଉର୍ଦ୍ଧ୍ୱ ଅଭିଜ୍ଞ ଡାକ୍ତର, ୫୦ରୁ ଉର୍ଦ୍ଧ୍ୱ ସେବିକା ଓ ସ୍ୱାସ୍ଥ୍ୟକର୍ମୀ ଏବଂ ଅନେକ ସ୍ୱେଚ୍ଛାସେବୀ ଏହି ଶିବିରର ସଫଳତା ପାଇଁ କାର୍ଯ୍ୟ କରିଛନ୍ତି।ଏହି ଶିବିର ରେ ତାଳଚେରର ବିଶ୍ୱସ୍ତ ସେବକ ତଥା ଏନ ଏସ ଆଇ ସି ର ଡାଇରେକ୍ଟର କାଳନ୍ଦି ସାମଲ ,ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଯଯାତି ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ।