ଚୀନ ସୀମାରେ ଭାରତ ନିର୍ମାଣ କଲା ‘ସୁପର ହାଇ ଆଲଟିଚ୍ୟୁଡ୍’ ଫାୟାରିଂ ରେଞ୍ଜ୍
ତୱାଙ୍ଗ: ଚୀନ ପଟୁ ବିପଦ ବଢୁଥିବାରୁ ଭାରତୀୟ ସେନା ଏଲଏସି ନିକଟରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିଚାଲିଛି । ଏହି କ୍ରମରେ ଅରୁଣାଚଳ ପ୍ରଦେଶ ସରକାର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ସେନାର ମାରକ କ୍ଷମତାର ପରୀକ୍ଷଣ ନିମନ୍ତେ ଦୁଇଟି ରଣନୈତିକ ସୁପର ହାଇ ଆଲଟିଚ୍ୟୁଡ୍ ଫାୟାରିଂ ରେଞ୍ଜ ପ୍ରତିଷ୍ଠା କରାଯାଇଛି । ଏହା ଭାରତର ସାମରିକ ପ୍ରସ୍ତୁତିକୁ ସୁଦୃଢ଼ କରିବାରେ କାମ କରିବ। ଏହି ଫାୟାରିଂ ରେଞ୍ଜ ଏଲଏସିଠାରୁ ମାତ୍ର ୫୦ କିଲୋମିଟର ଦୂରରେ ରହିଛି । ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମଣ୍ଡାଲା ଏବଂ କାମରାଲାରେ ଅବସ୍ଥିତ ଏହି ଦୁଇଟି ଫାୟାରିଂ ରେଞ୍ଜକୁ ସେନାକୁ ହସ୍ତାନ୍ତର କରିଛନ୍ତି। ଏହି ଦୁଇଟି ଫାୟାରିଂ ରେଞ୍ଜ ସମୁଦ୍ରପତ୍ତନଠାରୁ ୧୦ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ।
ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଫାୟାରିଂ ରେଞ୍ଜଗୁଡ଼ିକୁ ସେମାନଙ୍କ ଅଭ୍ୟାସ ପାଇଁ ସଶସ୍ତ୍ର ବାହିନୀକୁ ହସ୍ତାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କହିଛନ୍ତି ଯେ କୌଣସି ଅସ୍ତ୍ର ସମତଳ ଅଞ୍ଚଳ ତୁଳନାରେ ଉଚ୍ଚତାରେ ଭିନ୍ନ ଆଚରଣ କରିଥାଏ। ଏହାବ୍ୟତୀତ ଉଚ୍ଚତାରେ ରାଇଫଲରୁ ଯେକୌଣସି ଆର୍ଟିଲାରି ଏବଂ ଗୁଳିଚାଳନାକୁ ପରିଚାଳନା କରିବା ପାଇଁ ପ୍ରଶିକ୍ଷଣ ଏବଂ ସୁବିଧା ର ଆବଶ୍ୟକତା ରହିଛି, ଯାହା ଆମ ପାଖରେ ଏପର୍ଯ୍ୟନ୍ତ ଅଭାବ ଥିଲା । ଏଲଏସି ରେ ଉଚ୍ଚ ଉଚ୍ଚତାରେ ଚୀନ ଏହାର ଲଞ୍ଚ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପରୀକ୍ଷା କରୁଥିବା ଆମେ ନିୟମିତ ଭାବେ ଦେଖୁଛୁ।