ରାଜ୍ୟ

ଉତ୍ତମ ଅଭିଭାବକ ହିଁ ଶିଶୁଙ୍କୁ ଭଲ ମଣିଷ କରିବାର ପଥପ୍ରଦର୍ଶକ : ଲଳିତେନ୍ଦୁ

ବ୍ରହ୍ମଗିରି ବ୍ଲକ ଅଧିନସ୍ଥ ବିଜିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଉତ୍ତମ ଅଭିଭାବକ ହିଁ ଶିଶୁଙ୍କୁ ଭଲ ମଣିଷ ହେବା ପାଇଁ ପଥ ପ୍ରଦର୍ଶନ କରିପାରିବେ। ଏଥିପାଇଁ ଅଭିଭାବକ ସଚେତନ ହେବା ଉଚିତ ବୋଲିକହିଥିଲେ। ଶ୍ରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୁରୀ ମୁଖ୍ୟ ବକ୍ତା ଭବରେ ଯୋଗ ଦେଇ ଶିଶୁ ଅଧିକାରକୁ ପ୍ରତ୍ୟେକ ସ୍ଥାନରେ ନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥିଙ୍କ ମଧ୍ୟରେ ଶ୍ରୀ ଶକ୍ତି ପାଦ ମିଶ୍ର, ସରପଞ୍ଚ ଶ୍ରୀମତୀ ବିଜୟଲକ୍ଷ୍ମୀ ପଲାଇ, ଶିଶୁ ମଙ୍ଗଳ ସମିତି ସଦସ୍ୟ ପୁରୀ, ଶ୍ରୀ କବିରାଜ ଜେନା, ମଣ୍ଡଳ ଶିକ୍ଷା ଅଧିକାରୀ ବ୍ରହ୍ମଗିରି, ଶ୍ରୀ ଶୁଭନାରାୟଣ ଶତପଥୀ ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ମହେଶ୍ଵର ପଲାଇ, ଅଧ୍ୟକ୍ଷ ଓ ଶ୍ରୀ ମନୋଜ କୁମାର କର , ଉପାଧକ୍ଷ ବିଦ୍ୟାଳୟ ପରିଚାଳନା କମିଟି, ସି ଆର ସି ସି ଶ୍ରୀମତୀ ସସ୍ମିତା ଦାଶ, ମୋ ସ୍କୁଲ୍ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର କର ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ତମ ପରିବେଶ ପ୍ରଦାନ କରିବା ସହିତ ସେମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ଏକାଠି ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୨୪୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୬୦ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଚନ୍ଦ୍ରଶେଖର ଗୋଚ୍ଛାୟତ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ସମସ୍ତ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *