ବିଜେଡିରୁ ବିଦା ହେଲେ ଅନୁଗୁଳ ବିଧାୟକଙ୍କ ଦୁଇ ମାନସ ପୁତ୍ର ବହିଷ୍କାର ପଛରେ ଖୋଦ ବିଧାୟକଙ୍କ ହାତ ଥିବା ଚର୍ଚ୍ଚା
ନୁଗୁଳ:
ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନୁଗୁଳର ଦୁଇ ଭାଇ ଓ ବିଜେଡିର ଯୁବ ନେତା ଅଜିତ ପ୍ରସାଦ ଦ୍ବିବେଦୀ ଓ ସୁଜିତ ପ୍ରସାଦ ଦ୍ବିବେଦୀ ଙ୍କୁ ଦଳରୁ ନିଲମ୍ବିତ କରିଥିବା ଜଣାଇଛନ୍ତି। ସୁଜିତ ଯୁବା ବିଜେଡିର ରାଜ୍ୟ ଉପସଭାପତି ଥିବାବେଳେ ଅଜିତ ଅନୁଗୁଳ ବିଧାନସଭା କ୍ଷେତ୍ରର ଯୁବା ବିଜେଡ଼ି ସଭାପତି ଭାବେ କାର୍ଯ୍ୟ କରୁଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଦୁଇ ଭାଇଙ୍କୁ ଅନୁଗୁଳ ବିଧାୟକ ତଥା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ବା ମଣ୍ଟୁ ବାବୁଙ୍କ ମାନସ ପୁତ୍ର ଭାବେ ଦେଖାଯାଏ। କାରଣ ଏମାନେ ସଦାବେଳେ ମଣ୍ଟୁ ବାବୁଙ୍କ ସହିତ ଛାଇ ଭଳି ରହିଥାନ୍ତି। ତାଙ୍କର ଟିକିନିଖି ରାଜନୈତିକ କାମରେ ପୂର୍ଣ୍ଣ ମାତ୍ରାରେ ନିଜକୁ ସମର୍ପଣ କରିଦେଇ ଥିବାର ଦେଖାଯାଏ। ପୌରପାଳିକା କାର୍ଯ୍ୟଳୟ ଠାରୁ ନେଇ ପୂର୍ତ୍ତବିଭାଗ କାର୍ଯ୍ୟଳୟ ଆଦି ସମସ୍ତ୍ ସରକାରୀ କାର୍ଯ୍ୟଳୟରେ ଅଜିତ ଏବଂ ସୁଜିତ ଙ୍କର ଏକଚାଟିଆ ରାଜ ଚାଲୁଥିବାର ଚର୍ଚ୍ଚା ହୁଏ।ସେମାନଙ୍କ ବିନା ଜାଣତରେ କୌଣସି ବିଭାଗୀୟ ଠିକା କାମ ମଧ୍ଯ ଦିଆ ଯାଉ ନ ଥିବାର ଚର୍ଚ୍ଚା ହେଉଥିଲା। ବୋଧହୁଏ ଅତିଶୟ ଏକଚାଟିଆ ରାଜ ଉପରେ ବିଧାୟକ ଅଙ୍କୁଶ ଲଗାଇ ପାରୁ ନ ଥିଲେ। ତା ବାଦ ସେମାନଙ୍କ ବିଳାସ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ଯ ଚର୍ଚ୍ଚା ଜୋର ଧରିି ଥିଲା। ବୋଧହୁଏ ଏସବୁ ଆଗାମୀ ଦିନରେ ରଜନୀକାନ୍ତ ସିଂହ ଙ୍କ ପାଇଁ ଅଡୁଆ ସୃଷ୍ଟି କରିବାର ଆଶଙ୍କାରେ ଖୋଦ ଶ୍ରୀ ସିଂହ ନିଜେ ସମ୍ମୁଖକୁ ନ ଆସି ଦଳରୁ ନିଲମ୍ବନ କରାଇଥିବେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ନଚେତ ବିଧାୟକଙ୍କ ପ୍ରଭାବକୁ ଦେଖି ଖୁଦ ତାଙ୍କରି ମାନସ ପୁତ୍ର କୁହାଯାଉଥିବା ଓ ତାଙ୍କ ପାଇଁ ଦିନରାତି ଏକ କରି ଦେଇଥିବା ଅଜିତ ଓ ସୁଜିତ ଙ୍କୁ ଦଳରୁ ଅନ୍ୟ କିଏ ନିଲମ୍ବନ କରିଦେବ ତାହା ଅବିଶ୍ଵସନୀୟ।