ଶିଶୁ ଚାଲାଣ ରୋକିବା ପାଇଁ ସଚେତନତା ରଥ
ନୂଆପଡ଼ା:(ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଦର୍ଲିମୁଣ୍ଡା ପଞ୍ଚାୟତ ପରିସରରେ ସୁରକ୍ଷିତ ସ୍ଥାନାନ୍ତରଣ ଓ ଶିଶୁ ଚାଲାଣ ରୋକିବା ସଚେତନତା ଅଭିଯାନ ଉଦ୍ଘାଟିତ ହୋଇଛି। ୟୁନିସେଫ୍ ଏବଂ ଏସ୍ଏଏଟ୍ ଆକ୍ସନ୍ ଇଣ୍ଡିଆର ବୈଷୟିକ ସହାୟତା ମାଧ୍ୟମରେ ଜିଲ୍ଲା ପୁଲିସ୍, ଶ୍ରମ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମନ୍ଵୟରେ ଏହି ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତଜିଲ୍ଲାପାଳ ଅଗସ୍ତି ପ୍ରଧାନ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଏସ୍ପି ଇନ୍ଦ୍ରମଣି ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶ୍ରୀନିବାସ ବେହେରା, ସରୋଜ ବାରିକ ଯୋଗ ଦେଇଥିଲେ। ଏଚ୍ଏଟ୍ ଆକ୍ସନର ଡିଏସଡବ୍ଲୁଓ ୟୁନିଟର ଜିଲ୍ଲା ସଂଯୋଜକ
ରଂଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପଞ୍ଚାୟତ ପ୍ରତିନିଧି, ଫ୍ରଣ୍ଟଲାଇନ କର୍ମଚାରୀ, ଏସଏଚଜି ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।