ନୂଆଁଖାଇ ପରମ୍ପରା ଓ ଭାଇଚାରାର ପ୍ରତୀକ।
ପୁରୀ ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ
ପାଳିତ।
ପୁରୀ ୫/୧୦ ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି ,ସଦଭାବନା ଓ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ । ଆଜି ଅପରାହ୍ନରେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ପର୍ବ ପାଳିତ ହୋଇଥିଲା। ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ବାର ମାସରେ ତେର ପର୍ବ ଆମ ମହାନ ସଂସ୍କୃତି ର ଅଂଶ ବିଶେଷ। ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ। ବିଶେଷ ପର୍ବ ଭାବେ ଏହା ସେହି ଅଞ୍ଚଳରେ ପାଳନ କରାଯାଉଥିଲେ ମଧ୍ୟ ବର୍ତ୍ତମାନ ଓଡ଼ିଶାର ସର୍ବତ୍ର ଏହା ପାଳିତ ହେଉଛି।। ତେବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲ୍ଲା ରେ ଏହି ନୂଆଁଖାଇ ପର୍ବ ପାଳନ ପାଇଁ ବ୍ୟବସ୍ଥା କରିଛନ୍ତି। ଯାହା ସାଂସ୍କୃତିକ ବିବିଧତା ମଧ୍ୟରେ ଏକତାର ପ୍ରତିଷ୍ଠା କରୁଛି ବୋଲି ସେ କହିଥିଲେ। ମୁଖ୍ୟ ବକ୍ତା ଭାବେ ଡେପୁଟି କଲେକ୍ଟର ସୁମନ୍ତ କୁମାର କର ଅତୀତର ସ୍ମୃତି ଚାରଣ କରିବା ସହ ପାରସ୍ପରିକ ସ୍ନେହ, ସଦିଛା,ଭଲ ପାଇବା ଓ ଭାଇଚାରା ନୂଆଁଖାଇର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଯେତେ ଦୂରରେ ଥିଲେ ବି ନୂଆଁଖାଇ ପାଇଁ ଲୋକ ଟି ତା ପରିବାର ସହ ମିଶିବାଏକାଠି ଖାଇବା ଇତ୍ୟାଦି ବଡ ସଦଭାବ ବୋଲି ସେ କହିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଆମର ପୂର୍ବ ପରମ୍ପରା ଆସ୍ତେ ଆସ୍ତେ ଭାଗିଂ ଯାଉଛି । ଯାହା ଫଳରେ ଭବିଷ୍ୟତ ପିଢ଼ି ଆମ ମହାନ ସଂସ୍କୃତି ସମ୍ପର୍କରେ ଅଜ୍ଞ ରହିଯାଉଛି,ଏହା ଫଳରେ ବୟସ୍କ ଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ହ୍ରାସ ପାଉଛି ବୋଲି କହିବା ସହ ନୂଆଁଖାଇ ପର୍ବ ପାଳନ ଆମ ପରମ୍ପରା ଓ ଭାଇଚାରା କୁ ମଜବୁତ କରିବ ବୋଲି ମତବ୍ୟକ୍ତ କରିଥିଲେ।ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଓଡ଼ିଆ ସଂସ୍କୃତି ଓ ନୂଆଁଖାଇର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିବା ସହ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ। ଶ୍ୟାମ ପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ କଳାକାର ଓ କଳା ଅନୁଷ୍ଠାନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଡେପୁଟି କଲେକ୍ଟର ଶ୍ରୀ କର ଅକ୍ଷୟ ମହାନ୍ତି ଙ୍କ ଦୁଇଟି ଗୀତ କୁ ତାଙ୍କ ସୁଲଳିତ କଣ୍ଠରେ ପରିବେଷଣ କରିଥିଲେ।
ଶେଷରେ ପୁରୀ ର ରୂପା ଆଣ୍ଡ ଟ୍ରୁପ, ନବପ୍ରତିଭା, ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଓ ଅନିତା କଲଚରାଲ ଏକାଡେମୀ ପକ୍ଷରୁ ବିବିଧ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ହାପିନେସ ଫାଉଣ୍ଡେସନ ର ସ୍ୱଛାସେବୀ ଓ ଅନ୍ୟ କଳାକାର ମାନେ ଉପସ୍ଥିତ ଥିଲେ।