ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
ଉତ୍କଳ ସମ୍ମିଳନୀର ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭା
ରେ ସମ୍ମିଳନୀ ସଭାପତି ଡ଼ ସୁବ୍ରତ କୁମାର ସାହୁ ପୌରୋହିତ୍ୟ କରିଥିବା ବେଳେ ଅତିଥି ଭାବରେ
ଅବସରପ୍ରାପ୍ତ ଅଧ୍ୟକ୍ଷ ଶିକ୍ଷାବିତ ଡ଼ ବନମାଳୀ ପାଣିଗ୍ରାହୀ ଏବଂ ମହାମାୟୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଶିକ୍ଷାବିତ ଡ଼ କୃଷ୍ଣ ପ୍ରସାଦ ମହାପାତ୍ର, ଉପସଭାପତି ଡାକ୍ତର ନକୁଳ ସାହୁ ଏବଂ ସମ୍ପାଦକ
ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ରେ ଏବଂ ମଧୁବାବୁଙ୍କ
ଫୋଟୋଚିତ୍ର ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭ ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ମଧୁବାବୁଙ୍କ ଶ୍ରାଦ୍ଧ ସ୍ମୃତି ଅବସରରେ ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ସଭାପତି ଡ଼ ସୁବ୍ରତ ସାହୁ ଙ୍କ ନେତୃତ୍ବରେ ସକାଳ ୮ ଘ.ସମୟରେ ମାଲ୍ୟାର୍ପଣ କରାଯାଇଥିଲା। ଅପରାହ୍ନରେ ଅନୁଷ୍ଠିତ ଚାରଣ ଶ୍ରଦ୍ଧାଞ୍ଜଳି ସଭା ରେ ଅନ୍ୟତମ ଆଲୋଚକ ଭାବେ ଡ଼ ସୂଚନା ପାଢ଼ୀ, ସମ୍ମିଳନୀ ର ପୂର୍ବତନ ସମ୍ପାଦକ ପ୍ରଣବ କୁମାର ପଣ୍ଡା, ଶ୍ରୀମତୀ ଆରତୀ ଶତପଥୀ ହାଡ଼ିବନ୍ଧୁ ମାଳି ଏବଂ ମହମ୍ମଦ ଆସଲାମ୍ ପ୍ରମୁଖ ଅଂଶଗ୍ରହଣ କରି ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ସମ୍ମିଳନୀ ର କାର୍ଯ୍ୟକାରୀ କମିଟି ସଦସ୍ୟ ସୀମାଞ୍ଚଳ ପ୍ରସାଦ ବିଷୋୟୀ, ଡାକ୍ତର ସମରେନ୍ଦ୍ର କୁମାର ସାହୁ ଙ୍କ ସମେତ ଉତ୍କଳ ସମ୍ମିଳନୀ ଘୁମୁସର ଶାଖା ପ୍ରମୁଖ କୁମାର କାର୍ତ୍ତିକେଶ୍ବର ପ୍ରଧାନ, ରାଜେନ୍ଦ୍ର କୁମାର ପଣ୍ଡା,ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ,କପିଳ ଚନ୍ଦ୍ର ମହାନ୍ତି, କାମାକ୍ଷି ପ୍ରସାଦ ପତି,ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସବିତା ସାହୁକାର,ବେଣୁ ଗୋପାଳ ପାତ୍ର, ଡ଼ ସୁଜିତ କୁମାର ପଣ୍ଡା, ପ୍ରଦୀପ କୁମାର ନାୟକ, ଦିବାକର ପାତ୍ର ପ୍ରମୁଖ ବହୁ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ।ଶେଷରେ ମହମ୍ମଦ ଆସଲାମ ଧନ୍ୟବାଦ ଅର୍ପଣ କରିଥିଲେ।