ରାଜ୍ୟ

ପଞ୍ଚାୟତ ନିକଟରୁ ମଦଦୋକାନ ଉଛେଦ ଦାବି ଜୋର ଜୋର ଧରିଲା ।

କୁକୁଡାଖଣ୍ଡି(ଇପିଲି ପୂର୍ଣ୍ଣଚନ୍ଦ୍ର)୦୬/୧୦/୨୩:କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଥାନା ଅଧିନସ୍ଥ ଶିହଳା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଦୋକାନକୁ ଉଛେଦ କରିବା ଦାବିରେ ଗ୍ରାମର ମହିଳା ଗୋଷ୍ଟି ଏକତ୍ରିତ ହୋଇଛନ୍ତି । ଉକ୍ତ ସ୍ଥାନରେ ଦୀର୍ଘ ବର୍ଷରୁ ଧରି ମଦ ଦୋକାନଟି ରହିଛି। ପୂର୍ବରୁ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସହ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ lଉକ୍ତ ମଦ ଦୋକାନ ରାସ୍ତା ଦେଇ ଛାତ୍ର ଛାତ୍ରୀ ମାନେ ପ୍ରତିଦିନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଯିବା ଆସିବା କରିଥାନ୍ତି lଏବଂ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିବା ସାଧାରଣ ମହିଳା, ଝିଅ ଓ ବୋହୁଙ୍କ ସମେତ ସ୍ଥାନୀୟ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମଦ୍ୟପ ମାନେ ମଦ୍ୟପାନ କରି ଖାଲି ପଲିଥିନ ଜରିକୁ ରାସ୍ତାରେ ଫୋପାଡ଼ି ଦିୟନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷିତ ହେବା ସହ ମଦ ଗନ୍ଧରେ ନାକ ଫାଟିଯାଉଛି ।ଫଳରେ ଏହାକୁ ବିରୋଧ କରି ମଦ ଦୋକାନକୁ ଉଚ୍ଛେଦ କରିବା ପାଇଁ ଶୁକ୍ରବାର ଦିନ ଗ୍ରାମର କିଛି ମହିଳା,ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଏକତ୍ରିତ ଉକ୍ତ ମଦ ଦୋକାନକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି। ଯଦି ଉକ୍ତ ଦୋକାନ ଟି ସେଠାରୁ ସ୍ଥାନାନ୍ତରିତ ନକରାଯାଏ ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବକୁ ମହିଳା ମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *