ରାଜ୍ୟ

*୧୭ ବର୍ଷ ହେଲ‍‍ା ଆବାସ ଯୋଜନାରୁ ବଞ୍ଚିତ ବେଣୁଧର*

*ପଞ୍ଚାୟତରାଜ ମନ୍ତ୍ରୀ ଓ ବିଧାୟକଙ୍କ ନିର୍ଦ୍ଦେଶକୁ ଫୁ କରିଦେଲା ବ୍ଲକ୍ ପ୍ରଶାସନ*

ଜେନାପୁର,(ପି.ଏନ୍) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଅସହାୟ,ଖଟିଖିଆ,ଭିନ୍ନକ୍ଷମ ଓ ଦରିଦ୍ର ଶ୍ରେଣୀୟ ଲୋକମାନଙ୍କ ପାଇଁ ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି ସତ କିନ୍ତୁ ବାସ୍ତବିକ ଚିତ୍ର ଓଲଟା ଦେଖିବାକୁ ମିଳେ । ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରେ ବିଭିନ୍ନ ସରକାର ଯୋଜନା ସଠିକ୍ ଢଙ୍ଗରେ ପ୍ରଣୟନ ହୋଇପାରୁ ନାହିଁ ଯାହା ଫଳରେ କି ପ୍ରକୃତ ହିତାଧିକାରୀ ଘର ଖଣ୍ତେ ପାଇବାକୁ ବଞ୍ଚିତ ହେଉଛନ୍ତି । ଆମ ସରକାର ଦୁଃଖୀ ରଙ୍କିଙ୍କ ସାଥ ଦେଇ ପ୍ରଶଂସା ସାଉଣ୍ଟୁ ଥିବା ବେଳେ କେତେ ଜଣ ବିଭାଗୀୟ ଅଧିକାରୀଙ୍କ ଅଣଦେଖା କାର୍ଯ୍ୟ ପାଇଁ ସମାଜ ଶ୍ରୋତରେ ସରକାର ନିନ୍ଦିତ ହେବାକୁ ପଡୁଛି । ସେହିପରି ଏକ ଆବାସ ଯୋଜନା ଘୋଟଲା ଏବେ ରାଜ୍ୟ ସରକାରଙ୍କ  ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏପରିକି ଆବାସ ଯୋଜନା ନେଇ ସରକାର ଏବଂ ପ୍ରଶାସନିକ ଅଧିକାରୀ ମାନେ ଅନେକ ସମୟରେ ବହୁବାର କାଠଗଡାକୁ ଟଣା ହେବାର ନଜର କୁ ଆସିଛି। ଯେଉଁ ହିତାଧିକାରୀ ପ୍ରକୃତ ପାଇବା ପାଇଁ ଆବାସ ଘର ମିଳିବା କଥା ତାଙ୍କୁ ମିଳୁନାହିଁ କିନ୍ତୁ ଘର ଥିଲା ବାଲା କୁ  ଦିଆଯାଉଛି । ଏହି ନ୍ୟାୟରେ ଜୋର ଜାର୍ ମୂଳକ ତାର ରେ ଚାଲିଛି ଆବାସ ବଣ୍ଟନ।ଯେଉଁଠି ଜନପ୍ରତିନିଧି ବା ନେତା ମନ୍ତ୍ରୀଙ୍କ ନିର୍ଦ୍ଦେଶ କୁ ବ୍ଲକ୍ ବିଡ଼ିଓ ହେ ଜ୍ଞାନ କରନ୍ତି ସେଠି କହିବା କାହାକୁ ଶୁଣିବା କିଏ। ସତେ ଯେମିତି ରାଜ୍ୟ, ଜିଲ୍ଲା ଏବଂ ବ୍ଲକରେ ସରକାରୀ ଅଫିସରଙ୍କ ଶାସନ ଚାଲିଛି। ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ବ୍ଲକ ବିଡ଼ିଓ ଆଜକୁ ୧୦ ବର୍ଷ ଧରି କାର୍ଯ୍ୟ ନ କରିବା ଯାହାକି ପ୍ରଶାସନିକ ଅଧିକାରୀ ମନ୍ତ୍ରୀଙ୍କ ଉପରେ ବୋଲି ସ୍ପଷ୍ଟ ପ୍ରମାଣ ହେବା ସହ ଜଳ ଜଳ ହୋଇ ଦିଶୁଛି। ଧର୍ମଶାଳା ବ୍ଲକ୍ ରେ ହୋଇଥିବା ଏକ ଆବାସ ଯୋଜନାରେ ଅନିୟମିତତା ବୋଧ ହୁଏ ରାଜ୍ୟ ରେ ଆଲୋଡନ ସୃଷ୍ଟି କରିବ। ଆବାସ କାର୍ଯ୍ୟାଦେଶ ଦେବା ପରେ ଟଙ୍କା ନଦେଇ ହିତାଧିକାରୀଙ୍କୁ ଭଣ୍ଡାଇବା ଓ ଏହାପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ନାମାକୁ ବ୍ଲକ୍ ପ୍ରଶାସନ ଅନିୟମିତତା ଭଳି କାର୍ଯ୍ୟ ହେଉଛି ।ସୂଚନା ମୁତାବକ୍  ଧର୍ମଶାଳା ବ୍ଲକ ଅନ୍ତର୍ଗତ ପୁରୁଣା ବଉଳମାଳ ପଞ୍ଚାୟତ ଶୁକୁଟୀଝର ଅଧିନ ଇଚ୍ଛାପୁର ଗ୍ରାମର ଦର୍ଶନ ପଣ୍ଡାଙ୍କ ପୁଅ ବେଣୁଧର ପଣ୍ଡା ଓ ପତ୍ନୀ ପ୍ରମିଳା ପଣ୍ଡା ୩୦ ବର୍ଷ ହେବ ସରକାରୀ ଆବାସ ଯୋଜନାରୁ ବଞ୍ଚିତ। ଭଙ୍ଗା ଚାଳ ଘରେ ଜରିପାଲ ତଳେ ଜୀବନ ଅତିବାହିତ କରୁଛନ୍ତି ପରିବାର। ଏପରିକି ୧୭ବର୍ଷ ହେବ କାର୍ଯ୍ୟଦେଶ ଦେଇ ଭଣ୍ଡେଇ ଦେଇଛନ୍ତି ବ୍ଲକ କର୍ତ୍ତୃପକ୍ଷ।ତତ ସହିତ ୧୦ବର୍ଷ ହେବ ପଞ୍ଚାୟତ ରାଜ ସାଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ନିର୍ଦେଶ ପରେ ବି ବେଣୁଧର ଙ୍କୁ ଘର ଖଣ୍ଡେ ପ୍ରଦାନ ନକରିବା ଉଭୟ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ମୁଖା ଖୋଲି ଦେଇଛି।

ସରକାରୀ ତଥ୍ୟ ମୁତାବକ ୨୦୦୭/୦୮ ମସିହା ରେ ବେଣୁଧରଙ୍କ ନାମରେ ଆବାସ କାର୍ଯ୍ୟାଦେଶ ନମ୍ବର ୪୪୪୫ ତା ୨୨-୧୨-୨୦୦୭ରିଖ ରେ ପଞ୍ଚାୟତ ସମିତି ଧର୍ମଶାଳା ତରଫରୁ ପ୍ରଦାନ କରାଯାଇ ଥିଲା।ହେଲେ ଅଦ୍ୟାବଧି ତାଙ୍କୁ ଘର ଦିଆଯାଇ ନାହିଁ। କି ଆବଶ୍ୟକ ପ୍ରାଥମିକ କିସ୍ତି ବି ଦିଆଗଲା ନାହିଁ।ବର୍ଷ ବର୍ଷ ଅପେକ୍ଷା କରି ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ଶେଷରେ ସେ ବାଧ୍ୟ ହୋଇ ୨୦୧୪ମସିହା ରେ ଓଡିଶା ପଞ୍ଚାୟତ ରାଜ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବା ପରେ ପତ୍ର ସଂଖ୍ୟା ୪୧୫ ତା ୨୦-୦୧-୨୦୧୪ରେ ଧର୍ମଶାଳା ବ୍ଲକ୍ ବିଡ଼ିଓଙ୍କୁ ତଦନ୍ତ କରି ଉକ୍ତ ହିତାଧିକାରୀ ଘର ପାଇବାକୁ ଯୋଗ୍ୟ ଓ ତାଙ୍କୁ ତୁରନ୍ତ ଘର ପ୍ରଦାନ କରିବାକୁ ନିର୍ଦ୍ଦେଶ  ଦେଇଥିଲେ।ହେଲେ ଅଦ୍ୟାବଧି ତାଙ୍କୁ ଘର ଖଣ୍ଡେ ଦିଆଗଲା ନାହିଁ। ଯାହା ଫଳରେ ଆଜି ପର୍ଯ୍ୟନ୍ତ ବେଣୁଧର ଭଙ୍ଗା ଚାଲ ଘରେ ପରିବାର ଚଳାଇ ଆସୁଛନ୍ତି ।ପୂର୍ବର ଓ ଏବେକାର କିଛି ବ୍ଲକ ଅଧିକାରୀମାନେ ତାଙ୍କର ଆବାସଟିକୁ ହଡପ କରି ଟଙ୍କା ଉଠାଇ ଥିବାର ସନ୍ଦେହ ପରିଲିକ୍ଷିତ ହେଉଛି। ଯାହା ଫଳରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଗଲେ ମିଥ୍ୟା ତଥ୍ୟ ଦେଉଛନ୍ତି ବ୍ଲକ କର୍ତ୍ତୃପକ୍ଷ । ପୁନଃ ବେଣୁଧର ୧୯-୦୧-୨୦୨୩ରେ ଧର୍ମଶାଳା ବିଡ଼ିଓଙ୍କୁ ଘର ଖଣ୍ଡେ ପାଇଁ ଆବେଦନ କରିବା ସହ ବିଧାୟକଙ୍କୁ ମଧ୍ୟ ଦରଖାସ୍ତ ପ୍ରଦାନ କରିଛନ୍ତି ହେଲେ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଶୁନ। ତାହାଲେ ଏଠି ପ୍ରଶ୍ନ ଉଠୁଛି କାହିଁକି ବେଣୁଧରଙ୍କ ପ୍ରତି ବ୍ଲକ ପ୍ରଶାସନର ଏତେ ଆକ୍ରୋଶ !! କାହିଁକି  ବ୍ଲକ ପ୍ରଶାସନ ବି ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ  କାହିଁକି ଖାତିର କରୁ ନାହଁନ୍ତି  ତାହା ଜନସାଧାରଣଙ୍କ ମହଲରେ ପ୍ରଶ୍ନ ଉଠେ । ମନ୍ତ୍ରୀ ଙ୍କ ଉପରେ ବ୍ଲକ ପ୍ରଶାସନ କି ସତେ ଯେପରି ଅଧିକାରୀଙ୍କ ରାଜ ଚାଲିଥିଲା ଭଳି ମନେ ହୁଏ  । କାହିଁକି ଆଜି ପର୍ଯ୍ୟନ୍ତ କାର୍ଯ୍ୟଦେଶ ଦେଇ ବେଣୁଧର ଙ୍କୁ ଭଣ୍ଡାଇଛନ୍ତି ବ୍ଲକ କର୍ତ୍ତୃପକ୍ଷ ? ଏ କଣ ମୋ ସରକାର ୫ଟି ଙ୍କର ଗରିବଙ୍କୁ ଉପହାସ ଯୋଜନା କି ? ଏପରି ଅନେକ ପ୍ରଶ୍ନ ସାଧାରଣରେ ଜିଲ୍ଲା ବ୍ୟାପି ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି । ଏହି ସମସ୍ୟା ନେଇ ବେଣୁଧର ସିଧାସଳଖ ଅଭିଯୋଗ କରିବା ସହ ଆସନ୍ତା ୧୫ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରାନଗଲେ ଏନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *