ପୁରୀ ଜିଲ୍ଲାରେ ୨୨ ନକଲି ଚାଷୀ ଚିହ୍ନଟ ।
ନିମାପଡ଼ା,(ପି. ଏନ) ଖରିଫ ଧାନ ପଞ୍ଜିକରଣ ର ପ୍ରାଥମିକ ଯାଞ୍ଚ ପରେ ରାଜ୍ୟ ସରକାର ପୁରୀ ଜିଲ୍ଲାର ୨୨ ଜଣ ନକଲି ଚାଷୀଙ୍କୁ ଚିହ୍ନଟ କରିଛନ୍ତି ।୨୦୨୩-୨୪ ଖରିଫ ଋତୁ ରେ ଧାନ ବିକିବାକୁ ରାଜ୍ୟର ୩୦ ଟି ଜିଲ୍ଲା ରେ ଚାଷୀମାନେ ବିଭିନ୍ନ ସେବା ସମବାୟ ସମିତି ମାଧ୍ୟମରେ ଅନଲାଇନ ପଞ୍ଜିକରଣ କରିଥିଲେ ।ଗତ ୧ ମାସ ରୁ ଅଧିକ ସମୟ ଧରି ଏହାର ଯାଞ୍ଚ କରାଯାଇଥିଲା ।ପ୍ରାଥମିକ କୃଷି ସମବାୟ ସମିତି( ପାକ୍ସ ) ପକ୍ଷରୁ ଗ୍ରହଣ କରାଯାଇଥିବା ଆବେଦନକୁ ଯାଞ୍ଚ କରିବାକୁ ଡେପୁଟି ରେଜିଷ୍ଟାର କୋ- ଅପରେଟିଭ ସୋସାଇଟି ( ଡି ଆର ସି ଏସ ) ଏବଂ ଆସିଷ୍ଟାଣ୍ଟ ରେଜିଷ୍ଟାର କୋ- ଅପରେଟିଭ ସୋସାଇଟି(ଏ ଆର ସି ଏସ ) କୁ ପଠାଯାଇଥିଲା। ତଥ୍ୟ ଅନୁଯାୟୀ ପୁରୀ ଜିଲ୍ଲାରେ ୨୨ ଜଣ ନକଲି ଚାଷୀ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ଖରିଫ ଋତୁରେ ଧାନ ବିକ୍ରି ପାଇଁ ମୋଟ ୧୭ ଲକ୍ଷ ୭୧ ହଜାର ୩୭୪ ଜଣ ଚାଷୀ ପଞ୍ଜିକରଣ କରିଥିଲେ ।ସେଥିରୁ ୧୭ ଲକ୍ଷ ୫୬ ହଜାର ୮୬୩ ଜଣ ଚାଷୀ ଯୋଗ୍ୟବୋଲି ତାଲିକା ପ୍ରକାଶ ପାଇଛି। କୃଷି ,ରାଜସ୍ବ ଓ ସମବାୟ ବିଭାଗ ପକ୍ଷରୁ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ ସହ ଯାଞ୍ଚ କରାଯିବା ପରେ ଏହି ତଥ୍ୟ ପଦାକୁ ଆସିଛି ।
ReplyForward |