ଓଡ଼ଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ
ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ଓଡିଶା ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ପୂର୍ବାହ୍ନରେ ସରଣକୁଳ ଲଡୁବାବଙ୍କ ମନ୍ଦିରଠାରୁ ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଥିଲା।ଏହି ପଦଯାତ୍ରାରେ ଓଡିଶା ପ୍ରଦେଶ କଂଗ୍ରେସର ସଭ୍ୟ ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ଯୋଗଦେଇ ବିଜେଡି ଓ ବଜେପି ସରକାରଙ୍କ ର ପ୍ରତିଶୃତି ଓ ପ୍ରତାରଣର ଶିକାର ହୋଇଥିବା କୃଷକ,ବେକାରୀ ଯୁବକଯୁବତୀଙ୍କୁ ଦେଇଥିବା ବର୍ଷକୁ 2 ଲକ୍ଷ ନିଯୁକ୍ତି,ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା, ବସ୍ତି ବାସିନ୍ଦା ଗରିବ ଭୂମିହୀନଙ୍କୁ ଦେଇଥିବା ପ୍ରତିଶ୍ରୁତି,ବିଜେଡ଼ି ସରକାରର 23ବର୍ଷର ଚିଠି ଫଣ୍ଡ,ଖଣି,ଡାଲି ମହାଦୁର୍ନୀତି।କେନ୍ଦ୍ରର ବିଜେପି ସରକାରଙ୍କ ବର୍ଷକୁ 2କୋଟି ନିଯୁକ୍ତିର ପ୍ରତିଶୃତି, ସ୍ୱିଚ ବ୍ୟାଙ୍କରେ ଥିବା କଳାଧନ ଫେରସ୍ତ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ,ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଆକାଶ ଛୁଆଁ ଦରଦାମ ସହିତ,ଖାଇବା ତେଲ,ଡାଲି, ଚୁଡା ଗୁଡ ଉପରେ ଜି ଏସ ଟି ଲାଗୁ ଯୋଗୁଁ ଦରଦାମ ହୁ ହୁ ହୋଇ ବଢିବା ଦ୍ୱାରା ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ ପରିବାର ହନ୍ତସନ୍ତ ହଉଛନ୍ତି। ଜି ଏସ ଟି ଯୋଗୁଁ ଭାରତ ବର୍ଷର ବହୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇ ଯାଇଅଛି।ବରିଷ୍ଠ ନାଗରିକଙ୍କ ଟ୍ରେନ ଯାତ୍ରା କରିବା ନିମନ୍ତେ ସୁବିଧା ସୁଯୋଗକୁ ବନ୍ଦ କରିଦିଆ ଗଲା।ଏହି ସବୁ ସମସ୍ୟା ନେଇ କଂଗ୍ରେସ କର୍ମୀ ସରଣକୁଳ ପଞ୍ଚାୟତ, ହରିହରପୁର ପଞ୍ଚାୟତ ଘର ଘର ବୁଲି ପ୍ରଚାରପତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ।ବିଜେଡି ଓ ବିଜେପିର ପ୍ରତିଶୃତି ଓଡ଼ିଶାର ଦୁର୍ନୀତି ସ୍ଲୋଗାନ ଏବଂ ପ୍ରଗତିର ସଂକଳ୍ପ ରାଜ୍ୟରେ କଂଗ୍ରେସ ହିଁ ବିକଳ୍ପ ସ୍ଲୋଗାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରତୀକ ମହାପାତ୍ର, ବିମଳ କୁମାର ଦାସ,ମୀର ଅବୁବକର ସିଦ୍ଧିକ,ଜ୍ୟୋତିରଞ୍ଜନ ଦାସ,ପ୍ରକାଶଚନ୍ଦ୍ର ନାୟକ,ଅଲୋକ ଚନ୍ଦ୍ର ପ୍ରଧାନ,ସୁରେଶ ମହାରଣା,ରମେଶ ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଗୋପାଳ ସାହୁ,ଦୁଃଶାସନ ମହାରଣା,ପ୍ରତାପ ପ୍ରଧାନ,ଝୁନୁ ନାୟକ,ଅହଲ୍ୟା ସେଠି,ଦିଲୀପ ମାଲିକ ପ୍ରମୁଖ ସମେତ ଶତାଧିକ କଂଗ୍ରେସକର୍ମୀ ଯୋଗଦେଇଥିଲେ।