ବନ୍ଦୋବସ୍ତ ପଶାପାଲିରେ ବୁର୍ଲା:ପଟ୍ଟା ଦେବା ବଦଳରେ ଉଚ୍ଛେଦ
ବୁର୍ଲା,,,ହୀରାକୁଦ ନଦୀବନ୍ଧ ଯୋଜନା ନିର୍ମାଣ ଦିନଠୁଁ ଗଢି ଉଠିଥିବା ବୁର୍ଲା ଶିକ୍ଷା ନଗରୀରେ ବନ୍ଦୋବସ୍ତ ପ୍ରକ୍ରିୟା ଚାଲୁ ଥିଲେ ବି ଲୋକେ ପଟ୍ଟା ପାଇବାରୁ ବଞ୍ଚିତ l ଦୀର୍ଘ ଦଶନ୍ଧି ଧରି ବସବାସ କରୁଥିବା ପରିବାର ବର୍ଗଙ୍କୁ ବନ୍ଦୋବସ୍ତ ଆଇନ୍ ମୁତାବକ ପଟ୍ଟା ଦେବା ବଦଳରେ ବର୍ତ୍ତମାନ ବ୍ୟାପକ ଉଛେଦ ପ୍ରକ୍ରିୟା ଯୋଗୁଁ ସମସ୍ତେ ଏକରକମ ଭୟଭୀତ ବୋଲି ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ପାଢୀ କହିଛନ୍ତି l ସ୍ଥାୟୀ ପଟ୍ଟା ସକାଶେ ଦୁଇ ପିଢି ଧରି ଆନ୍ଦୋଳନ ଚଳାଇଛନ୍ତି ,ରାଜନୈତିକ ଇଚ୍ଛାଶକ୍ତି ର ଅଭାବ ଯୋଗୁଁ ପ୍ରାଶାସନିକ ପଶାପାଲିରେ ବୁର୍ଲା ର ବନ୍ଦୋବସ୍ତ ବ୍ୟବସ୍ଥା ଚାପି ହୋଇଯାଇଥିବା ଶ୍ରି ପାଢୀ କହିଛନ୍ତି l ହୀରାକୁଦ ନଦୀବନ୍ଧ ନିର୍ମାଣ ଆରମ୍ଭ ପରେ ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କାର୍ଯ୍ୟାଳୟ ଏବଂ ଏଇ ସହରରେ ଡ୍ୟାମ୍ ନିର୍ମାଣ ରେ ଶ୍ରମ ଦାନ କରିଆସୁଥିବା ଶ୍ରମିକ ବସତି ରୁ ଧୀରେ ଧୀରେ ଗଢି ଉଠିଛି ବୁର୍ଲା ସହର l ଶ୍ରୀ ପାଢୀ କୁହନ୍ତି ତାଙ୍କର ପିତା ଧନଞ୍ଜୟ ପାଢୀ ଓ ବଡ଼ ବାପା ବୈକୁଣ୍ଠ ପାଢୀ ହୀରାକୁଦ ଡ୍ୟାମ୍ ରେ ବିସ୍ଥାପିତ ହୋଇ ୧୯୫୦ ମସିହାରେ ଡ୍ୟାମ୍ ପ୍ରକଳ୍ପ ରେ ଶ୍ରମିକ ରୂପେ କାମ କରିବା ସହିତ ହମିଦ ବନ୍ଦୋବସ୍ତ ପ୍ଲଟ ନମ୍ବର ୧୬୦୦ ରେ ରହିଆସୁଥିଲେ l ୧୯୭୪ ମସିହାରେ ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କର୍ତ୍ତୃପକ୍ଷ ଉକ୍ତ ପ୍ଲଟ ରେ ରହିବାକୁ ଅନୁମତି ପତ୍ର ଦେବା ସହିତ ସଦର ତହସିଲଦାର କୁ ଲିଜ୍ ଦେବାକୁ ଲେଖିଲେ l ଡ୍ୟାମ୍ ନିର୍ମାଣ ସମୟରେ ଗାଆଁ ବୁର୍ଲା,କିରିବା,golgunda,sadeipali, majhipali ଏପରି ହାତ ଗଣତି କିଛି ଗାଆଁ ଥିଲା l ୧୯ ୬୦ ପରେ ପରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ, ଯାନ୍ତ୍ରିକ ମହାବିଦ୍ୟାଳୟ,ମେଡିକାଲ କଲେଜ ଏବଂ ଅନ୍ୟ ସମସ୍ତ ଅନୁଷ୍ଠାନ ଲୋକ ସଂଖ୍ୟା ବୃଦ୍ଧି ବି ଘଟିଛି l ୭୦ ବର୍ଷ ର ପୁରୁଣା ଏହି ସହର ଏଯାଏ ବିନା ସରକାରୀ ଜମି ବନ୍ଦୋବସ୍ତ ରେ ଚାଲିଛି, ତା ପୁଣି ରାଜ୍ଯ ଓ ସ୍ଥାନୀୟ ପ୍ରଶାସନ ର ଜାଣତରେ l ଦୁଇ ପିଢି ଧରି ବସବାସ କରୁଥିବା ଲୋକମାନଙ୍କୁ ଆଜି ଯାଏ ସ୍ଥାୟୀ ଜମି ପଟ୍ଟା ନ ମିଳିବା ଘଟଣା ବର୍ତ୍ତମାନ ପରିପେକ୍ଷିରେ ବାସିନ୍ଦା ଙ୍କ ସକାଶେ ବର୍ତ୍ତମାନ ବଡ଼ ଦୁର୍ଭାଗ୍ୟ ପାଲଟିଛି ବୋଲି ଶ୍ରୀ ପାଢୀ କ୍ଷୋଭର ସହ ଉଦବେଗ ପ୍ରକାଶ କରିଛନ୍ତି l ୧୯୮୪ ରୁ ୧୯୮୭ ମସିହାରେ ବୁର୍ଲା ରେ ବନ୍ଦୋବସ୍ତ କାର୍ଯ୍ୟାଳୟ ପକ୍ଷରୁ ସ୍ଵତନ୍ତ୍ର ରେଣ୍ଟ୍ କ୍ୟାମ୍ପ କରି ବନ୍ଦୋବସ୍ତ ଆଇନ୍ ମୁତାବକ ସମସ୍ତ ପ୍ରକ୍ରିୟା କରାଯାଇ ବହୁତ ପରିବାର ଙ୍କୁ ରେକର୍ଡ଼ to ରାଇଟ୍ସ ଅଧିକାର ଦିଆଯାଇ ବନ୍ଦୋବସ୍ତ ଅଧିକାରୀ ଙ୍କ ଦସ୍ତଖତ ସମ୍ବଳିତ ନକ୍ସା ଏବଂ ଆଦେଶ କପି ଦିଆଯାଇଥିଲା l ଯେଉଁ ପରିବାର ବର୍ଗଙ୍କୁ ଏହି ସବୁ କାଗଜପତ୍ର ପ୍ରାପ୍ତ ହୋଇଛି ସେହି ପରିବାର ସେହି ସବୁ ଜମିର ମାଲିକାନା ସତ୍ତ୍ଵ ଅଟନ୍ତି l ବନ୍ଦୋବସ୍ତ ଆଇନ୍ ମୁତାବକ ଖାତାରେ ଯାହାର ନାମ ଅଛି ସେମାନଂକୁ ମହା ନଗର ନିଗମ ପକ୍ଷରୁ ଉଛେଦ କରାଯାଇପାରିବ ନାହିଁ l ୧୯୬୨ ମସିହାରେ ବୁର୍ଲା ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏହାର ଅଧ୍ୟକ୍ଷ ହୀରାକୁଦ ଡ୍ୟାମ୍ ଅଧିକ୍ଷଣ ଯନ୍ତ୍ରୀ ରହି ଆସୁଥିଲେ l କିଛି ବର୍ଷ ଆଗରୁ ଏହାକୁ ଜମି ପଟ୍ଟା ମିଳିଛି l ଲୋକଙ୍କୁ ସୁବିଧାରେ ଜମି ପଟ୍ଟା ଯେପରି ଦିଆ ଯାଇ ପାରିବ ତାକୁ ଦୃଷ୍ଟିରେ ରଖି ୧୯୮୪ ମସିହାରେ ଜଳ ସମ୍ପଦ ଓ ଶକ୍ତି ବିଭାଗର ୧୬୦୪.୬୪ ଏକର ଜମି ରାଜସ୍ଵ ବିଭାଗକୁ ହସ୍ତାନ୍ତର ହୋଇଥିଲା l୧୯୮୪ ରୁ ୧୯୮୯ ଯାଏ ଏହି ପ୍ରଥମ ଜମି ବନ୍ଦୋବସ୍ତ କାର୍ଯ୍ୟ ହୋଇଥିଲେ ହେଁ ଏହା ସରକାରୀ ରେକର୍ଡ଼ ରେ ହସ୍ତାନ୍ତର ହୋଇନଥିଲା l ବିଭିନ୍ନ କାରଣରୁ ବନ୍ଦୋବସ୍ତ କାର୍ଯ୍ୟ ୧୯୯୨ ମସିହା ଯାଏ ପ୍ରାଶାସନିକ ସ୍ତରରେ ଥିବା ବେଳେ ତତ୍କାଳୀନ ରାଜସ୍ଵ କମିଶନର ଙ୍କ ନିର୍ଦ୍ଦେଶ ଯୋଗୁଁ ପୁଣି କାର୍ଯ୍ୟ ତ୍ୱରାନ୍ୱିତ ହେଲା l ସେହି ସମୟରେ ୪୦ ଜଣଙ୍କୁ ପଟ୍ଟା ଦିଆଯାଇଛି l ପୁଣି ପ୍ରକ୍ରିୟା ବନ୍ଦ ହେଲା l ହେମାନନ୍ଦ ବିଶ୍ବାଳ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଡିସେମ୍ବର ୧୯୯୯ ମସିହାରେ ସେ ନିଜେ ରାଜ୍ଯ ସରକାର ଙ୍କୁ ଆଦେଶ ଦେଇ ବନ୍ଦୋବସ୍ତ କାର୍ଯ୍ୟ କରାଯିବା ସହ ଲୋକଙ୍କୁ ପଟ୍ଟା ଦେବାକୁ ଲେଖିଲେ l ଏହି ସମୟରେ କିସ୍ତି ୱାରି କାମ ମଧ୍ଯ ସରିଲା l ଲୋକେ ପଟ୍ଟା ପାଇବି ଯାଇ ଥାନ୍ତେ, ହେଲେ ପୁଣି ଅଟକି ଗଲା l ବୁର୍ଲା ହାଇ ସ୍କୁଲ ପଡିଆରେ ଅନୁଷ୍ଠିତ ବିଶାଳ ଶ୍ରମଜିବି ସମାବେଶରେ ପଟ୍ଟା ପ୍ରସଙ୍ଗ ଉଠିବା ପରେ ସେଇ ସମୟରେ ସାଂସଦ ପ୍ୟାରୀମୋହନ ମହାପାତ୍ର ଆଗ୍ରହ ପ୍ରକାଶ କରି ୨୦୧୦ ମସିହାରେ ସରକାରୀ ସ୍ତରରେ କାର୍ଯ୍ୟ କୁ ତ୍ୱରାନ୍ୱିତ କଲେ l ସରକାରୀ ସ୍ତରରେ ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସକାଶେ ସମସ୍ତ ବ୍ୟବସ୍ଥା କରାଗଲା l ୧୧ ମାର୍ଚ୍ଚ ୨୦୧୦ ରୁ ଖାନା ପୁରୀ କାର୍ଯ୍ୟ ଆରମ୍ଭ ହେଲା l ସେହି ସମୟରେ ୧୨ ଜଣ କର୍ମଚାରୀ ଙ୍କୁ ନିଯୋଜିତ କରାଯାଇ ସମସ୍ତ ବ୍ୟବସ୍ଥା କରାଗଲା l ଜଳସେଚନ ବିଭାଗର ୩୫୫୬ ଏକର, ରୟତି ଜମି ୯୮୯,ସରକାରୀ ଜମି ୫୩୬ ଓ ରେଳ ବିଭାଗ ର ୨୧୯ ସମୁଦାୟ ୫ ହଜାର ର ରୁ ଉର୍ଦ୍ଧ୍ବ ଜମି ର ମେଜର ବନ୍ଦୋବସ୍ତ ରେକର୍ଡ଼ କୁ ତଦାରଖ କଲେ l ବନ୍ଦୋବସ୍ତ କାର୍ଯ୍ୟାଳୟ ପକ୍ଷରୁ ୭୫୦୦ ଲୋକ ସରକାରୀ ଜମିରେ ରହିଥିବା ୨୦୧୦ ରେ ରିପୋର୍ଟ୍ କଲେ l ସେହି ସମୟରେ ୪୧ ଗୋଟି ସିଟ ମଧ୍ୟରୁ ୨୯ ଗୋଟି ର ଖାନା ପୁରୀ କାର୍ଯ୍ୟ ସମାପ୍ତ ହୋଇଥିଲା l ସମୁଦାୟ ୧୨୪୬୧ ଖାନା ପୁରୀ ପ୍ଲଟ l ତିନୋଟି ୟୁନିଟ୍ ର ଶାବକ ମୋଟ ପ୍ଲଟ ସଂଖ୍ୟା ୭୮୬୯ l ବନ୍ଦୋବସ୍ତ ଆଇନ୍ ରେ ସରଜମୀନ ତଦନ୍ତ କାର୍ଯ୍ୟ ଅମିନ ଓ ରାଜସ୍ଵ ନିରୀକ୍ଷକ ଙ୍କ ଅଟେ l୧୯୮୪ ରୁ ୧୯୮୯ ପର୍ଯ୍ଯନ୍ତ ସେମାନଙ୍କ ଦ୍ଵାରା ହେବା ସହିତ ବନ୍ଦୋବସ୍ତ ଅଧିକାରୀ ରେକର୍ଡ଼ to ରାଇଟ୍ସ ଅଧିକାର ପ୍ରଜା କୁ ଦେଇଛନ୍ତି l ତାକୁ ପ୍ରଶାସନ ଗ୍ରହଣ କରିବା ଉଚିତ l୭୦ ବର୍ଷ ଧରି ବନ୍ଦୋବସ୍ତ ପଶାପାଲିରେ ବାରମ୍ବାର ପେଷି ହୋଇ ଲୋକମାନେ ଅଣ ନିଶ୍ଵାସ ହୋଇ ପଡିଥିବା ବୁର୍ଲା ସହରର ମୂଳ ବାସୀନ୍ଦା ଙ୍କୁ ଜମି ପଟ୍ଟା ବ୍ୟବସ୍ଥା କରା ନ ଯାଇ ଉଛେଦ ପ୍ରକ୍ରିୟା ଯୋଗୁଁ ବହୁତ ପରିବାର ବିସ୍ଥାପିତ ହେବା ସମସ୍ତଙ୍କ ପାଇଁ ଅତ୍ଯନ୍ତ କଷ୍ଟ ଦାୟକ ବୋଲି ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ପାଢୀ କହିବା ସହିତ l ଲୋକଙ୍କ ରୋଜି ରୋଟି ଏବଂ ବାସସ୍ଥାନ କୁ ସୁରକ୍ଷିତ ରଖିବା ସକାଶେ କେନ୍ଦ୍ର ସରକାର, ରାଜ୍ଯ ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି l*