ରାଜ୍ୟ

ବିଶିଷ୍ଟ ଲେଖିକା ତଥା ଦିଲ୍ଲୀ- ଉତ୍କଳ ଅସ୍ମିତାର ସଭାନେତ୍ରୀ ଡାକ୍ତର ଅନିତା ପଣ୍ଡାଙ୍କ ଆତ୍ମଜୀବନୀ ମୂଳକ ଗ୍ରନ୍ଥ ‘ସଂଘର୍ଷର ଅନ୍ୟନାମ ‘ ପୁସ୍ତକକୁ ବିଶିଷ୍ଟ ଔପନ୍ୟାସିକ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ଉନ୍ମୋଚନ କରି ଆତ୍ମଜୀବନୀ ଏକ ଉପନ୍ୟାସ ପରି ବୋଲି କହିଥିଲେ

ଭୁବନେଶ୍ୱର,୮/୧୦- ବିଶିଷ୍ଟ ଲେଖିକା ତଥା ଦିଲ୍ଲୀ- ଉତ୍କଳ ଅସ୍ମିତାର ସଭାନେତ୍ରୀ ଡାକ୍ତର ଅନିତା ପଣ୍ଡାଙ୍କ ଆତ୍ମଜୀବନୀ ମୂଳକ ଗ୍ରନ୍ଥ ‘ସଂଘର୍ଷର ଅନ୍ୟନାମ ‘ ପୁସ୍ତକକୁ ବିଶିଷ୍ଟ ଔପନ୍ୟାସିକ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ଉନ୍ମୋଚନ କରି ଆତ୍ମଜୀବନୀ ଏକ ଉପନ୍ୟାସ ପରି ବୋଲି କହିଥିଲେ।ମୁଖ୍ୟ ଅତିଥି ବିଶିଷ୍ଟ କବି ଡଃ ରବିନାରାୟଣ ସେନାପତି କହିଲେ ଯେ ଜୀବନର ପ୍ରତିଟି ପଦକ୍ଷେପରେ ସଂଘର୍ଷ ରହିଛି।ବିଶିଷ୍ଟ ଅତିଥି ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ ଯେ ଆତ୍ମପ୍ରଚାର ଓ ପରନିନ୍ଦା ରହିବାରୁ କେତେକ ଆତ୍ମଜୀବନୀ ମର୍ଯ୍ୟାଦା ହରାଉଛି।
ଡା ଅନିତା ପଣ୍ଡା ତାଙ୍କ ଲିଖିତ ସଂଘର୍ଷମୟ ଜୀବନ ସମ୍ପର୍କରେ ସୂଚନା ଦେଇଥିଲେ।
ପ୍ରାରମ୍ଭରେ ଦିଲୀ – ଉତ୍କଳ ଅସ୍ମିତାର ଉପ – ସଭାପତି ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ।ଅନୁମାନଙ୍କ ମଧ୍ୟରେ ପ୍ରଫେସର୍ ବସନ୍ତକୁମାର ପଣ୍ଡା,ବିଶିଷ୍ଟ ଲେଖିକା ଜୟନ୍ତୀ ରଥ,ଅଧ୍ୟାପକ ଦେବାଶିଷ ମହାପାତ୍ର ପ୍ରଭୃତି ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ପାଦିକା ଶ୍ରୀମତୀ କମଳ କୁମାରୀ ଦାଶ ସଭା ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦିକା ଗୀତାଞ୍ଜଳି ପାଣି ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *