ପୁରୀ ରେ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ।
ପୁରୀ ୯/୧୦ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଥିଲା।ସକାଳ ୭ ଘଟିକା ସମୟରେ ସିଂହଦ୍ୱାର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ସର୍ବୋଦୟ ମେଳା ସଭାପତି ଉମାବଲ୍ଲଭ ମହାପାତ୍ର, ସମ୍ପାଦକ ଶିବ ପ୍ରସାଦ ମିଶ୍ର,ବରିଷ୍ଠ ପତ୍ରକାର ଜଗନ୍ନାଥ ବସ୍ତିଆ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଉପଖଣ୍ଡ ସୂଚନା ଅଧିକାରୀ ରଘୁନାଥ ସେଠୀ,ବରିଷ୍ଠ ନାଗରିକ, ସମାଜସେବୀ ,ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାକ୍ଷୀ ଗୋପାଳ ବସଷ୍ଟାଣ୍ଡ ରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି, ସାକ୍ଷୀ ଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି, ବକୁଳ ବନରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି , ସମାଧି ସ୍ଥଳରେ ଥିବା ସ୍ମୃତି ସ୍ତମ୍ଭ, କାଦୁଆ ସ୍ଥିତ ଗୋପବନ୍ଧୁ ଓ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ପରେ ସୁଆଣ୍ଡୋସ୍ଥିତ ଗୋପବନ୍ଧୁ ଙ୍କ ଷଠି ଘରେ, ନବ ନିର୍ମିତ ଗୋପବନ୍ଧୁ ପାର୍କ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହାଳୟରେ ଥିବା ଗୋପବନ୍ଧୁ ଙ୍କ ଫଟୋ ଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଶେଷରେ ପ୍ରଭୁ ବିନୋଦ ବିହାରୀ ଙ୍କ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଯୋଗ ମାଲ୍ୟାର୍ପଣ ସହ ପୂର୍ବରୁ ଗୋପବନ୍ଧୁ ଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ଫଳଚାରା ପ୍ରଦାନ କରି ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ରେ ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂହ, ବିଡ଼ିଓ ଲିପ୍ସା ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ,ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ କରିଥିଲେ।