ରାଜ୍ୟ

ସ୍ୱରାଜ ଆଶ୍ରମ ରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୬ ତମ ପୁଣ୍ୟ ଜନ୍ମତିଥି ପାଳିତ

ତା ୦୯.୧୦.୨୦୨୩ ଆଜି ଅପରାହ୍ନ ରେ କଟକ ସହର ରେ ଅବସ୍ଥିତ ଐତିହାସିକ ସଂଗ୍ରାମୀ ପୀଠ ସ୍ୱରାଜ ଆଶ୍ରମ ର ଗୋପବନ୍ଧୁ କକ୍ଷ ରେ ସରଳା ଦେବୀ – ଭାଗିରଥି ମହାପାତ୍ର ଟ୍ରଷ୍ଟ ତରଫରୁ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ର ପ୍ରଥମ ସଭାପତି ତଥା ଦୈନିକ ସମ୍ବାଦପତ୍ର ସମାଜ ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୬ ତମ ଜନ୍ମ ବାର୍ଷିକୀ ଟ୍ରଷ୍ଟ ର ସଭାପତି ନିରଞ୍ଜନ ପଣ୍ଡାଙ୍କ ଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ଟ୍ରଷ୍ଟ ତରଫରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କ ର ଜାତି ପାଇଁ ଯେଉଁ ସ୍ବେଛାକୃତ ଅବଦାନ ଏବଂ ନିଷ୍ଠାପରତା ସେ ସମ୍ବନ୍ଧରେ ଟ୍ରଷ୍ଟର ଉପସ୍ଥିତ ଅନେକ କାର୍ଯ୍ୟନିଵାହୀ ସଦସ୍ୟ ଗଣ ସ୍ମୃତି ଚାରଣ କରି ସପ୍ରେମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମ୍ପ୍ରତି ଏହି ଭଳି ଯୋଗଜନ୍ମା ମହାପୁରୁଷଙ୍କ ଆବିର୍ଭାବ ଏହି ପୁଣ୍ୟ ଭାରତ ଭୂମିରେ ବାରମ୍ବାର ହେଉ ବୋଲି ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ଲକ୍ଷ୍ମୀପ୍ରକାଶ ମହାପାତ୍ର ବକ୍ତବ୍ୟ ରଖିଥିବା ବେଳେ ସଭାପତି ନିରଞ୍ଜନ ପଣ୍ଡା ଗୋପବନ୍ଧୁଙ୍କ ର ସରଳା ଦେବୀ ଏବଂ ଭାଗିରଥି ମହାପାତ୍ର ଙ୍କ ସହିତ ସେହି ସମୟ ର ସମ୍ପର୍କ ସମ୍ବନ୍ଧରେ ସମ୍ୟକ ସୂଚନା ଦେଇଥିଲେ । ଟ୍ରଷ୍ଟ ର କାର୍ଯ୍ୟନିଵାହୀ ସଦସ୍ୟ ବୃନ୍ଦ ଆଇନଜୀବୀ ଶ୍ରୀମତୀ ସି କସ୍ତୁରୀ, ବିଶ୍ୱଜିତ ପାଣି , ଅସିତ କୁମାର ଜେନା , ସୁଶ୍ରୀ ସୁସ୍ମିତା ପଟ୍ଟନାୟକ , ମନୋଜ ପଣ୍ଡା , ଏବଂ ସୁଶ୍ରୀ ରଶ୍ମି ରାଜଗୁରୁ, ସମାଜସେବୀ ଅକ୍ଷୟ କୁମାର ବେହେରା ଏବଂ ସ୍ୱରାଜ ଆଶ୍ରମ ର କାର୍ଯ୍ୟକର୍ତ୍ତା ବିଜୟ ପଣ୍ଡା ତଥା ବନଜ୍ୟୋତ୍ସ୍ନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ମହାନ ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *