ରାଜ୍ୟ

ବାସୁଦେବପୁର ପୋଲିସ ର ସାଇବର କ୍ରାଇମ ନିରୋଧି ଅଭିଯାନ।

ବାସୁଦେବପୁର – ସ୍ଥାନୀୟ ନୀଳ ମଣି ଟାଉନ ହଲ ପରିସର ରେ ବାସୁଦେବପୁର ପୋଲିସ ପକ୍ଷ ରୁ ଏକ ସାଇବର କ୍ରାଇମ ରୁ କେମିତି ବଞ୍ଚିବା ଓ କ୍ରାଇମ୍ କୁ କେମିତି ରୋକିବା ସେ ନେଇ ଏକ ସଚେତନ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ଏହି ଅବସର ରେ ଏକ ରଥ ଗାଡ଼ି ସହ ସ୍ଥାନୀୟ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଶୋଭା ଯାତ୍ରା କରାଯିବା ସହ ଏକ ସଭା କାର୍ଯ୍ୟ କର୍ମ ର ଆୟୋଜନ କରା ଯାଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ସମ୍ମାନିତ ଅତିଥି ଭାବେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ଅନ୍ୟ ବରେଣ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଏସଡି ପି ଓ ସୌରଭ ଓଟା ଯୋଗ ଦେଇଥିଲେ।ଥାନା ଅଧିକାରୀ ଲୋପାମୁଦ୍ରା ନାୟକ ଙ୍କ ସଂଯୋଜନା ରେ ସଭା କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା। ଏହି ଅବସର ରେ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବାସୁଦେବପୁର ର ଜନ ସାଧାରଣ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ। ଆଜିର ଯୁଗ ରେ ସାଇବର କ୍ରାଇମ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଓ ପ୍ରସ୍ତୁତ ରହିବା ଉପରେ ଅତିଥି ମାନେ ଆଲୋଚନା କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି। ପରେ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା।

Leave a Reply

Your email address will not be published. Required fields are marked *