ରାଜ୍ୟ

ଦେଵ କଲ୍ୟାଣ ମହାପାତ୍ରଙ୍କୁ ୬୯ତମ ବନ୍ୟ ପ୍ରାଣୀ ପୁରସ୍କାର ପ୍ରଦାନ।

ପାରାଦୀପ- ୬୯ ତମ ବନ୍ୟପ୍ରାଣୀ ଉତ୍ସବରେ ଜଗତସିଂହପୁର ଜିଲ୍ଲାର ଦେବକଲ୍ୟାଣ ମହାପାତ୍ରଙ୍କୁ ସମ୍ମାନ ଜନକ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶା ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମାନ୍ୟଗଣ୍ୟ ଅତିଥି ମାନଙ୍କ ସହିତ ରାଜନଗର ଡି ଏଫ ଓ, ଏ ସି ଏଫ ଓ ରାଜନଗର ତହସିଲଦାର ଉପସ୍ଥିତରେ ଶ୍ରୀ ଦେବକଲ୍ୟାଣ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ରାଜନଗର ତହସିଲଦାର ଶ୍ରୀ ଦେବକଲ୍ୟାଣ ମହାପାତ୍ରଙ୍କୁ ୬୯ତମ ବିଜୁ ପଟ୍ଟନାୟକ ୱାଇଲଡି ଲାଇଫି ଆୱାର୍ଡ ପ୍ରଦାନ କରିଥିଲେ। ଶ୍ରୀ ମହାପାତ୍ର ପାରାଦୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦର୍ଶ ପ୍ରୟାସ ସହିତ ଜଡ଼ିତ ହୋଇ ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ଓ ବିରଳ ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ପାଇଁ ନିୟମିତ କାର୍ଯ୍ୟ କରୁଛନ୍ତି। ଆଦର୍ଶ ପ୍ରୟାସ ସମେତ ପାରାଦୀପ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରୀ ମହାପାତ୍ରଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *