ରାଜ୍ୟ

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ପୁରୀ ନରେନ୍ଦ୍ର କୋଣ ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ଼ଃ ଅଜିତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଚିନ୍ମୟୀ ରଥ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶର୍ମିଷ୍ଠା ହୋତା ସୁରକ୍ଷା ଅଧିକାରୀ, ରଞ୍ଜିତା ଦାସ ବାଲ୍ୟ ବିବାହ ନିରୋଧ ଅଧିକାରୀ ଆକ୍ସନଏଡ଼ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିଶୁ କନ୍ୟାଙ୍କ ଅଧିକାର, ବର୍ତ୍ତମାନର ସମାଜରେ ଶିଶୁ କନ୍ୟାଙ୍କ ସ୍ଥିତି, ସୁରକ୍ଷା ନିମନ୍ତେ ବିଭିନ୍ନ କୌଶଳ ଓ ବାଳିକାମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ l ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଛାତ୍ରୀମାନଙ୍କୁ ସେମାନଙ୍କ ବିକାଶ ଓ ସୁରକ୍ଷା ସମ୍ବନ୍ଧରେ ପ୍ରଶ୍ନ ପଚାରିଥିଲେ ଏବଂ ସଠିକ ଉତ୍ତର ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ପୁରସ୍କାର ଦିଆଯାଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ଵନାଥ ବଳିଆରସିଂ ଅଧ୍ୟକ୍ଷତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ସଦର, ପୁରୀ ମୁନିସିପାଲିଟି ସିଡିପିଓ ଓ ଅନ୍ୟାନ୍ୟ ବ୍ଲକର ଆଇ ସି ଡି ଏସ କର୍ମକର୍ତ୍ତା ଓ ମହାବିଦ୍ୟାଳୟର କର୍ମଚାରୀ ଯୋଗ ଦେଇଥିଲେ l ମୋଟ ୧୫୦ ଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରୋଜାଲିନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ହିସାବ ରକ୍ଷକ ହରେକୃଷ୍ଣ ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *