ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶର ୯ମହିଳା ଗିରଫ
ନୂଆପଡ଼ା:(ବିରବଲ ପ୍ରଧାନ)ନୂଆପଡା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି। ଜିଲ୍ଲାର ଭିନ୍ନ ଚାରୋଟି ସ୍ଥାନରେ ଚଢ଼ାଉ କରି ଅନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ବେଳେ ୧୫୩ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୯ ଜଣ ମହିଳା ଗିରଫ ହୋଇଥିବା ଜଣାପଡିଛି। ସମସ୍ତେ ମଧ୍ୟପ୍ରଦେଶ ଅଞ୍ଚଳର ହୋଇଥିବା ନୂଆପଡା ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁଯାଇ ନୂଆପଡା ଅବକାରୀ ବିଭାଗ ମୋବାଇଲ ୟୁନିଟ ସାନମହେଶ୍ବର ଛକ ଠାରେ ୪୦ କେଜି ଗୱେଇ ଜବତ କରିଥିବା ବେଳେ ଖରିଆର ରୋଡ଼ ମୋବାଇଲ ୟୁନିଟ ଖରିଆର ରୋଡ଼ ଠାରେ ୩୮ କେଜି, ଖରିଆର ଟିମ ବରଗାଁ ଛକ ଠାରେ ୩୯ ଓ ସିନାପାଲି ଅବକାରୀ ବିଭାଗ ଟିମନପୁର ଠାରେ ୩୬ କେଜି ଗଞ୍ଜେଇ ଜବତ କରିଛି । ସମସ୍ତେ ମଧ୍ୟପ୍ରଦେଶ ଯିବାକୁ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଗିରଫ ୯ ଜଣ ମହିଳା ମଧ୍ୟପ୍ରଦେଶ ଡିଣ୍ଡାରି ଜିଲ୍ଲା ସାହାପୁରା ଥାନା ପରଡ଼ିଆ କାଲା ଗ୍ରାମର ସାୟା ଭିହିଲିଆ(୪୫), କରିସ୍ରା ଭିତିଲିଆ(୩୨), ସୁଲୁନିଆ ଭିହିଲିଆ (୪୮), ନାଜିନା ଧୂର୍ବେ (୨୭), ଫୁଲଭା ଧୂର୍ବେ(୪୦), ନେମ୍ବୁଲା ଭିହିଲିଆ(୩୫), ନାଶବାଇ ରହିଲିଆ(୩୮), ଅରସେନା ରିଭିଲିଆ (୩୫) ଓ ଆରସାନା ଭିତିଲିଆ (୩୮)। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଳାଣ କରା ଯାଇଥିବା ସୂଚନା ମିଳିଛି । ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଲଣ ବଢ଼ିଥିବା ବେଳେ ନୂଆପଡ଼ା ବିଭାଗ ଏକ ଅନ୍ତଃରାଜ୍ୟ ବେପାରୀ ମାନେ ବୌଦ୍ଧ, କଳାହାଣ୍ଡି ଜିଲ୍ଲାରୁ ଗଞ୍ଜେଲ ସଂଗ୍ରହ କରି ଛତିଶଗଡ଼ ରାଜ୍ୟ ଦେଇ ବିଭିନ୍ନ ରାଜ୍ୟକୁ ଚାଲାଣ କରୁଥିବା ଜଣା ପଡିଛି । ଏହି ଚଢ଼ାଉରେ ନୂଆପଡ଼ା ଜିଲ୍ଲା ଅବକାରୀ ଅଧିକାରୀ ସଂଘମିତ୍ରା ପ୍ରଧାନଙ୍କ ନିର୍ଦେଶ କ୍ରମେ ଅବକାରି ବିଭାଗର ଏସ୍ଆଇ ହିରାବତୀ ଥାଟି ଙ୍କ ନେତୃତ୍ଵରେ ଅବକାରୀ ବିଭାଗର ଜିଲ୍ଲାର ସମସ୍ତ ଅଧିକାରି ଓ କର୍ମଚାରୀଉପସ୍ଥିତ ରହିଥିଲେ।