ବଲାଙ୍ଗୀର ରାଧାରାଣୀ ପଡା ରାଧାକୃଷ୍ଣ ମନ୍ଦିର ଏଭିକ୍ସନ ନୋଟିସ କୁ ସମ୍ପୂର୍ଣ ବିରୋଧ କରୁଛନ୍ତି ଅଞ୍ଚଳ ବାସି |
ବଲାଙ୍ଗୀର, 1913 ମସିହା ରେ ପ୍ରାଣପ୍ରତିଷ୍ଠା ହୋଇ ପୂଜା ପାଉଛନ୍ତି ଭଗବାନ ରାଧାକୃଷ୍ଣ | ତତ୍କାଳୀନ ରାଧାରାଣୀ ପଡା ବାସିନ୍ଦା ପଂସାରୀ ବାବୁ ନାମକ ଜଣେ ବ୍ୟକ୍ତି ରାଜା ଙ୍କୁ ଖଜଣା ଦେଇ ଏହି ରାଧାକୃଷ୍ଣ ମନ୍ଦିର, ରାମଗୋପାଳ ହିନ୍ଦୀ ହାଇସ୍କୁଲ ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଟରନିଟି ୱାର୍ଡ କୁ ଦାନ ସ୍ୱରୂପ ଦେଇଥିଲେ | କୌଣସି କାରଣ ବଶତଃ ସେଟେଲମେଣ୍ଟ ସମୟରେ ସେ ନପହଁଚି ପାରିବାରୁ ଏବେ ଏହି ପ୍ଲଟ ଟି ସରକାରଙ୍କ ଅଧୀନକୁ ପଳାଇଛି, ସେହି ବାହାନା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଗୋଟେ ଏଭିକ୍ସନ ନୋଟିସ ବର୍ତମାନ ର ପୂଜକ ଗୋକୁଳାନନ୍ଦ ମିଶ୍ର ଙ୍କୁ ଦିଆ ଯାଇଛି | ପୂର୍ବରୁ ଏହିସବୁ ବାହାନା ନେଇ ମନ୍ଦିର ପରିସର ର ପାଚେରୀ ଭଂଗାଯାଇଛି ଏବେ ମନ୍ଦିରର ରୋଷ ଶାଳା ଭାଙ୍ଗିବାର ଉଦ୍ୟମ ଚାଲିଛି ବୋଲି ସ୍ଥାନୀୟ ବାସିନ୍ଦା ମାନେ ନିଜର କ୍ରୋଧ ପ୍ରକାଶ କରିଛନ୍ତି |
ଲୋକଙ୍କ କହିବା ଅନୁସାରେ ଏହିପରି ଷଡଯନ୍ତ୍ର କରି ସମ୍ପୂର୍ଣ ମନ୍ଦିରକୁ ଭାଙ୍ଗିଦେବାର ଉଦ୍ୟମ ଚାଲିଛି ବୋଲି ଚାରିଆଡେ ଚର୍ଚ୍ଚା ଚାଲିଛି | ଆହୁରି ମଧ୍ୟ ଲୋକଙ୍କର କହିବା ଅନୁସାରେ ରାଧାରାଣୀ ପଡା ବଲାଙ୍ଗୀର ର ସବୁଠୁ ପୁରୁଣା ପଡା, ସ୍ଥାନୀୟ ବିଧାୟକ ଙ୍କର ନିଜ ଏରିଆ ଓ ଏହି ମନ୍ଦିର ଉପରେ ସମ୍ପୂର୍ଣ ଅଞ୍ଚଳ ବାସୀଙ୍କର ଆସ୍ଥା ଓ ବିଶ୍ୱାସ ରହିଥିବା ବେଳେ ପ୍ରଶାସନ ଦ୍ୱାରା ଏପରି ପଦକ୍ଷେପ କିପରି ନିଆଯାଉଛି ନା ଏହା ପଛରେ କିଛି ଷଡଯନ୍ତ୍ର ରହିଛି ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି | ବରିଷ୍ଠ ସମାଜସେବୀ, ହିନ୍ଦୁବାହିନୀ ଓ ସ୍ଥାନୀୟ ବାସିନ୍ଦା ମାନଙ୍କର କହିବା ଅନୁସାରେ ବଲାଙ୍ଗୀର ଏକ ସ୍ୱାଭିମାନ ର ଅଞ୍ଚଳ ଏଠି ବାହାରୁ ଆସି ନିଜକୁ ରାଜା ବୋଲି ଭାବୁଥିବା ଲୋକଙ୍କର ଅହଂକାର କୁ ଭାଙ୍ଗିବା ବଲାଙ୍ଗୀର ବାସୀଙ୍କୁ ଖୁବ ଭଲ ଭାବରେ ଜଣା ଏହାକୁ ମନରେ ରଖି ପଦକ୍ଷେପ ନିଆଯାଉ ବୋଲି ଚେତାବନୀ ଦେଇଛନ୍ତି ସେମାନେ |
ଏହି ନୋଟିସ କୁ ଆଧାର କରି ମନ୍ଦିର ପରିଚାଳନା କମିଟି ଦ୍ୱାରା ଗୋଟେ ମନ୍ଦିର ସୁରକ୍ଷା କମିଟି ଗଠନ କରାଯାଇଛି ଚାରି ଗୋଟି ଦାବି ଜିଲ୍ଲାପାଳ ଙ୍କୁ ଦିଆଯାଇଛି |