ଶେଷ ହେଲାଣି କାର୍ଯ୍ୟ ଅବଧି କେବେ ସଂପୁର୍ଣ୍ଣ ହେବ ରାସ୍ତାକାମ
ନୂଆପଡ଼ା : (ବିରବଲ ପ୍ରଧାନ)ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ହେଉଥିବା ରାସ୍ତା କାମ ଆଜକୁ ମାସ ମାସ ବିତିଯାଇଥିଲେ ହେ ସମ୍ପୂର୍ଣ ହୋଇପାରୁନି । ସୂଚନାନୁସାରେ ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଜନ ତରଫରୁ ଖଡ଼ିଆଳ ବିଜେପୁର ଠାରୁ କୁଶମାଲ, ଡୁମେରଜୋର, ଲାଞ୍ଜି ଦେଇ ଉପରଯିଟା ଯାଏଁ ମୋଟ ୧୩.୨୬୬ କିମି ରାସ୍ତା ମରାମତି ପାଇଁ ୭୧୧.୯୮ ଲକ୍ଷ ଟଙ୍କା ମଞ୍ଜୁର ହୋଇ ରାସ୍ତା ତିଆରି କାମ ଚାଲିଛି । ଯେଉଁଥିରେ କାର୍ଯ୍ୟ ପ୍ରାରମ୍ଭ ତା ୧୯-୯-୨୦୨୨ ରିଖ ରୁ ହୋଇ ୧୮-୦୯-୨୦୨୩ ରେ କାର୍ଯ୍ୟ ସମାପ୍ତି ର ସମୟସୀମା ରହିଛି ହେଲେ ସମୟ ସୀମାରୁ ଅନେକ ଦିନ ବିତି ଯାଇଥିଲେ ହେ ରାସ୍ତା କାମ ଅଧାପନ୍ତରିଆ ଭାବରେ ରହି ସମ୍ପୂର୍ଣ ହୋଇ ପାରିନି । ରାସ୍ତା ତିଆରି ସମୟରେ ରାସ୍ତା ରୁ ପିଚୁ ସବୁ କୁ ଉଠାଇ ତା ଉପରେ ମେଟାଲ ଓ ଡଷ୍ଟ ଗୁଣ୍ଡ ପକାଯାଇଛି ହେଲେ ଦୀର୍ଘଦିନ ହେବ ରାସ୍ତା କାମ ଅଧା ପନ୍ତରିଆ ଭାବରେ ବନ୍ଦ ରହିଥିବାରୁ ରାସ୍ତା ଉପରେ ମେଟାଲ ଗୁଡିକ ବାହାରି ଯାଇଛି ଯାହାଫଳରେ ଲୋକଙ୍କ ଯାତାୟତ ସମୟରେ ଅନେକ ବାଧା ସୃଷ୍ଟି ହେବାସହ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି, ଯଦ୍ବାରା କି ଲୋକେ ଖଣ୍ଡିଆ ଖାବରା ହେବା ସହ ଯାନବାହାନ ଗୁଡିକ ମଧ୍ୟ ପଡି ବିଭିନ୍ନ ଜିନିଷ ଭାଙ୍ଗି ଯିବାସହ ଯାନବାହାନ ଗୁଡିକ ଅଧିକାଂଶ ସମୟରେ ମେଟାଲ ପାଇଁ ଅସୁବିଧା ହେଉଥିବାଲୋକେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ରାସ୍ତା ଉପରେ ଦିଆଯାଇଥିବା ଡକ୍ଟ ଗୁଣ୍ଡ ଉପରେ କୌଣସି ଦିନ ମଧ୍ୟ ପାଣି ସିଞ୍ଚନ କରୁନଥିବାରୁ ଯାନବାହାନ ଚଳାଚଳ ସମୟରେ ଡଷ୍ଟ ଗୁଣ୍ଡ ଗୁଡିକ ଉଡି ଲୋକଙ୍କ ନିଶ୍ବାସ ପ୍ରଶ୍ଵାସ ରେ ଶରୀରକୁ ଯାଉଛି ଯଦ୍ବାରା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଡଷ୍ଟଗୁଣ୍ଡ ଗୁଡିକ ଆଖିରେ ପସିଯାଉଛି, ଯାହାଦ୍ବାରକି ଜନସାଧାରଣ ଛୋଟ ବଡ ଦୁର୍ଘଟଣା ର ଶିକାର ହୋଇ ପାରନ୍ତି ବୋଲି ପଥଚାରି ମାନେ କହୁଛନ୍ତି । ଏହି ରାସ୍ତା କାର୍ଯ୍ୟ ସମାପ୍ତିର ସମୟ ସୀମା ସରି ଯାଇଥିବାବେଳେ କାହା ସ୍ବାର୍ଥ ପାଇଁ ଠିକାଦାର କୁ କୋହଳ ଦିଆଯାଉଛି । କେଉଁ ପ୍ରାର୍ଥ ପାଇଁ ବିଭାଗୀୟ ଅଧିକାରୀ ଠିକାଦାର କୁ ରାସ୍ତା କାମ ତ୍ୱରାନ୍ବିତ ପାଇଁ ସଚେତନ କରୁନାହାନ୍ତି । ଏତେଦିନ ହେବ ରାସ୍ତାକାମ କାହିଁକି ବନ୍ଦ ରହିଛି ଏବଂ ସରକାରୀ ବାବୁ ମାନଙ୍କ ଦୃଷ୍ଟି କାହିଁକି ପଡୁନି ରାସ୍ତା କାମ ଉପରେ ବୋଲି ବିଭିନ୍ନ ସ୍ଥାନରେ ଲୋକେ ଆଲୋଚନା କରୁଛନ୍ତି । ରାସ୍ତା ତିଆରି ନକରି ଲୋକଙ୍କୁ ମରଣ ମୁହଁକୁ ଠେଲିବାର ପ୍ରୟାସ କରୁଛନ୍ତି କି ଠିକାଦାର ଓ ବିଭାଗୀୟ ଅଧିକାରୀ । ଅନେକ ସମୟରେ ଲୋକେ ଛୋଟ ଛୋଟ ଦୁର୍ଘଟଣାର ଶିକାର ହେଉଥିବାବେଳେ ବଡ ଧରଣର ଦୁର୍ଘଟଣା ଅପେକ୍ଷାରେ ଅଛନ୍ତି କି ବିଭାଗୀୟ ଅଧିକାରୀ ଓ ଠିକାଦାର । ଲୋକଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ରାସ୍ତା ତିଆରି କରିବା ପାଇଁ କୁଶମାଲ, ଲାଞ୍ଜି, ତୁମେରଜୋର, ଉପରପିଟା ଗ୍ରାମବାସୀ ଅନୁରୋଧ କରିଛନ୍ତି ନଚେତ ଆଗାମୀ ଦିନର ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ୩୫୩ ଜାତୀୟ ରାଜପଥ କୁ ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି ।