ରାଜ୍ୟ

ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୁଳ ପକ୍ଷରୁ ଜିଲ୍ଲା ସୁରୀୟ ଲୋକ ଅଦାଲତ ଅନୁଷ୍ଠିତ

ଅନୁଗୁଳ:

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତରେ ୫୨୬ ଟି ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୬ ଟି ମୋଟର ଜାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧ କୋଟି ୫୮ ଲକ୍ଷ ୪୦ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୭ ଟି ପାରିବାରିକ ବିବାଦ ମାମଲା, ୫୧୩ ଟି ରାଜସ୍ଵ ମାମଲା ଇତ୍ୟାଦିର ଫଇସଲା କରାଯାଇଥିଲା। ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ତାଳଚେର ଓ ଆଠମଲ୍ଲିକରେ ଥ‌ିବା ଅଦାଲତ, ଅନୁଗୁଳ ଜିଲ୍ଲାର ବିଭିନ୍ନ ତହସିଲ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁଗୁଳର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣବ କୁମାର ପାତ୍ରଙ୍କ ତତ୍ୱାବଧାନରେ ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତଟି ଅନୁଷ୍ଠିତ ହୋଇଥଲା। ଏହି ଲୋକ ଅଦାଲତଟିରେ ଅନୁଗୁଳ ଅଦାଲତର ବିଚାରପତିଗଣ, ସରକାରୀ ଓକିଲ ଅନୁଗୋଳ, କୋର୍ଟର ଆଇନଜୀବୀ, କୋର୍ଟ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଏହି ଲୋକ ଅଦାଲତଟିକୁ ସଚିବ ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ  ଶ୍ରୀଯୁକ୍ତ କମଳାକାନ୍ତ ନାୟକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *