ବିନା ନାମ ଫଳକ ରେ ଚାଳିଛି ପ୍ରଧାନମନ୍ତ୍ରୀ ରାସ୍ତା କାମ ଓ କଲଭର୍ଟରେ ଲାଗିଛି ପୁରୁଣା ଡ଼େମେଜ ପୋଲ
ନୂଆପଡ଼ା:କେନ୍ଦ୍ର ତଥା ରାଜ୍ୟ ସରକାର ଲୋକଙ୍କ ଗମନା ଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଚା ରାସ୍ତାକୁ ପକ୍କାରାସ୍ତାରେ ପରିଣତ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ରାସ୍ତା କାମ ଅତି ନିମ୍ନମାନର କରାଯାଇଛି ବୋଲି ଅଭିଯୋଗ ହେଉଛି । ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡା ଫଚାୟତ ବିଜୁ ଏକ୍ସପ୍ରେସ ରୋଡ ଠାରୁ କୁଦୋଭଟା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କାର୍ଯ୍ୟ ଚାଳିଛି । ରାସ୍ତାରେ ମାଟି ପକାଇ ମୁରୁମ ଦେଇ ନ ଥିବାରୁ ଅଳ ବର୍ଷା ହେଲେ ରାସ୍ତାରେ ଚାଳି ହେଉ ନାହିଁ । ଏହି ରାସ୍ତାରେ ଯେଉଁ କଲଭଟ ମାନ ନିର୍ମାଣ ହେଉଛି ତୁରୁଣା ଓ ଭଙ୍ଗା ହୋମ ପାଇପ ଲଗାଇ କାର୍ଯ୍ୟ ନିମ୍ନମାନର କରା ଯାଇଛି ବୋଲି ଅଭିଯୋଗ ହେଉଛି।। ରାସ୍ତା କାର୍ଯ୍ୟରେ ନାମ ଫଳକ ନ ଥିବାରୁ କେତେ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ହେଉଛି, କେବେ ଆରମ୍ଭ ହୋଇ କେବେ ଶେଷ ହେବ ଲୋକେ ଜାଣି ପାରୁ ନାହାନ୍ତି । ଯେଉଁ ମାଟି କାମ ହୋଇଛି । ଭଲ ଭାବରେ ସମାନ ମଧ୍ୟ କରା ଯାଇ ନାହିଁ । ସାଇକେଲ କିମ୍ବା ଯାନବାହାନ ଯିବା ଦୁର କଥା ଖାଲି ପାଦରେ ଚାଳି ଯାଇ ଦେଉ ନାହିଁ । କୌଣସି ଲୋକ ରୋଗ ବେମାର ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆମ୍ବୁଲାନ୍ସ କିମ୍ବା କୌଣସି ବଡ ଗାଡି ଯାଇପାରୁନାହିଁ। ଲୋକେ ରୋଗୀଙ୍କୁ ବୋହି କରି ନେବାକୁ ପଡୁଛି । ବିଭାଗର ଅଧିକାରୀ ଓ ଠିକାଦାର ମାନଙ୍କ ଅବହେଲା ଯୋଗୁଁ ରାସ୍ତା କାମ ବିଳମ୍ବ ହୋଇ ଲୋକେ ଅସୁବିଧା ଭୋଗୁଛନ୍ତି । ଉପାନ୍ତ ଅଂଚଳ ବୋଲି କୌଣସି ଅଧିକାରୀଙ୍କ ନଜର ନାହିଁ ବୋଲି ଠିକାଦାର ନିଜ ମନମୁଖ୍ୟ କାର୍ଯ୍ୟ କରି ଚାଲିଛନ୍ତି । ରାସ୍ତା କାର୍ଯ୍ୟ ଶିଘ୍ର ନିର୍ମାଣ କରା ଯାଉବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଯେଉଁ ପୁରୁଣା ପୋଲ ସବୁ ଲାଗିଛି ବାହାର କରି ନୂତନ ପୋଲ ସବୁ ଲଗାଯିବ ଓ କାମ ଶିଘ୍ର ଶେଷ କରିବା ପାଇଁ ଠିକାଦାରଙ୍କ ସହ କଥା ହେବୁ ବୋଲି କହିଥିଲେ ।