ରାଜ୍ୟ

କେନ୍ଦ୍ରକୁ ଦୋଷ ଦେବା ବିଜେଡି ନେତାଙ୍କ ନିତିଦିନିଆ ଅଭ୍ୟାସ – – ବିଜେପି 

ଅନୁଗୋଳ : ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଅନୁଗୋଳ ବିଧାନସଭା ଶାଖା କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ) ସ୍ଥାନୀୟ ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି | ବିଜେପି ନେତା ଶ୍ରୀ ପ୍ରଧାନଙ୍କ କହିବା କଥା ହେଲା ଅନୁଗୋଳ ଜିଲ୍ଲାରେ ଥିବା ଶାସକ ଦଳର ନେତାମାନେ ନିଜ ଭୁଲ ନଦେଖି ସବୁବେଳେ କେନ୍ଦ୍ରକୁ ଦୋଷ ଦେଇଥାନ୍ତି | ଭଲ କାମ ହେଲେ ତାହାର ଶ୍ରେୟ ରାଜ୍ୟ ସରକାରଙ୍କୁ  ଏବଂ ଖରାପ କାମ ହେଲେ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ବିଜେଡି ନେତାଙ୍କ ପାରମ୍ପରିକ ଅଭ୍ୟାସ | ଅନୁଗୋଳ ସହର ଦେଇ ଯାଇଥିବା 55 ନମ୍ଵର୍ ଜାତୀୟ ରାଜପଥ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲାର ପୁଅ ବୋଲି ଟିପ୍ପଣୀ ଦେଉଥିବା ସାଂସଦ ଓ ବିଧାୟକମାନଙ୍କୁ ଉଚିତ୍ ଜବାବ୍ ମଧ୍ୟ ଦେଇଛନ୍ତି | ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ରାଜ୍ୟ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଉଲ୍ଲେଖ କରି କହିଛନ୍ତି ଯେ ଅସୁବିଧା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହେଉଛନ୍ତି ଆମ ମାଟିର ପୁଅ | କିନ୍ତୁ ଯେତେବେଳେ ଅନୁଗୋଳ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆମ ଜିଲ୍ଲାର ପୁଅ ହିସାବରେ ନିମନ୍ତ୍ରଣ କରିବା ପାଇଁ କୁହାଳିଆ ନେତା ମାନେ ଜିଲ୍ଲା ପ୍ରଶାସନଙ୍କୁ କେବେ କହିଛନ୍ତି | ଆଜି ଅସୁବିଧା ପଡିଲେ କହୁଛନ୍ତି ଆମ ଜିଲ୍ଲାର ପୁଅ, ମାଟିର ପୁଅ | ଏମିତି ଏକ ତୁମ୍ବି ତୋଫାନ କରି ସ୍ଥାନୀୟ ବିଧାୟକ, ସାଂସଦଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ପ୍ରତାପ ପ୍ରଧାନ  | ଆହୁରି ମଧ୍ଯ କହିଛନ୍ତି 55 ନମ୍ବର ଜାତୀୟ ରାଜପଥର ଯାହା ବି ଯଦି କିଛି ଉନ୍ନତି ପରିଲକ୍ଷିତ ହୋଇଛି ତାହା କେବଳ ଅନୁଗୋଳ ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ ସମ୍ଭବ ହୋଇଛି  | ବିଜେଡି ନିଜର ଦୋଷ ଦୁର୍ବଳତାକୁ ଲୁଚେଇବା ପାଇଁ କେବଳ କେନ୍ଦ୍ରକୁ ଦୋଷ ଦେବା ଏକ ନିତି ଦିନିଆ ଅଭ୍ୟାସରେ ପରିଣତ ହୋଇ ଗଲାଣି | ବିଜେଡିର ସ୍ଥାନୀୟ ନେତା, ବିଧାୟକ, ସାଂସଦ ଖାଲି ନିଜ ନିଜର ଶ୍ରେୟ ନେବା ପାଇଁ କେନ୍ଦ୍ରକୁ ଦୋଷ ଦେଇ ଚାଲିଛନ୍ତି | ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପ୍ରଧାନଙ୍କ ସମେତ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଦିଲ୍ଲୀପ ପ୍ରଧାନ, ଯଯାତି କେଶରୀ ପଟ୍ଟନାୟକ, ଦିଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *