ବହୁ ଚର୍ଚ୍ଚିତ ନୂଆହତା – ରନ୍ତଲେଇ ରାସ୍ତାର ହେଲା ସମାଧନ, PWDକୁ ହସ୍ତାନ୍ତର କରିବନି NHAI
ଅନୁଗୋଳ : ଅନୁଗୋଳ ସହର ଦେଇ ଯାଇଥିବା 55 ନମ୍ଵର ଜାତୀୟ ରାଜପଥ ଅଧୀନରେ ଥିବା ନୂଆହତାଠାରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତାକୁ ନେଇ NHAI ଏବଂ PWD ମଧ୍ୟରେ ବାଦବିବାଦ ଲାଗି ରହିଥିଲା | ନୂଆହତା ଠାରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତାକୁ NHAI ନିଜ ଅଧିନରେ ନ ରଖିବା ପାଇଁ PWD କୁ ଦାୟିତ୍ଵ ଭାର ହସ୍ତାନ୍ତର କରିଥିଲେ | କିନ୍ତୁ ଦୀର୍ଘ 3 ବର୍ଷ ବିତି ଯାଇଥିଲେ ମଧ୍ୟ PWD ନିଜ ଅଧିନକୁ ନେବା ପାଇଁ କୁଣ୍ଠାବୋଧ କରିଥିଲା | ଦୀର୍ଘ ତିନି ବର୍ଷ ହେବ ଏହି ବାଦବିବାଦ ଲାଗି ରହିଥିବା ବେଳେ ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ | PWD କୁ ହସ୍ତାନ୍ତର ନକରି ପୁଣି ନିଜେ ରଖିବ NHAI | ଅନୁଗୋଳ ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ ଏହି ବାଦବିବାଦର ହୋଇଛି ସମାଧାନ | କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ବିଜେପି ନେତା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ) କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ୍ ଗଡକରୀଙ୍କ ନିକଟକୁ ଯାଇ ସବିଶେଷ ଆଲୋଚନା କରିଥିଲେ | ଖୁବ ଶୀଘ୍ର ନୂଆହତା ଠାରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତାର ନୂତନ ନିର୍ମାଣ କାର୍ଯ୍ୟ କଙ୍କ୍ରିଟରେ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି |