ରାଜ୍ୟ

ଗୀତା ଜ୍ଞାନାଲୋକ ଶିଶୁ ସାହିତ୍ୟ ଉତ୍ସବ ପାଳିତ

କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଶେଖ ବଜାର ଆଦୃତା ଶିଶୁ ସେବା ସଦନ ରେ ଗୀତା ଜ୍ଞାନାଲୋକ ଶିଶୁ ସାହିତ୍ୟ ଉତ୍ସବ ପାଳିତ ହୋଇ ଯାଇଛି । ଉକ୍ତ ଅବସରରେ ପ୍ରଫେସର ଡକ୍ଟର କୁଳମଣି ନାୟକ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୀତା ବିଶ୍ୱବାସୀଙ୍କୁ ସର୍ବାଧିକ ପ୍ରଭାବିତ କରିଥିବା ଧର୍ମଗ୍ରନ୍ଥ ବୋଲି ମତପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପିକା ଡ଼କ୍ଟର ବିଦ୍ୟୁତ୍ ପ୍ରଭା ମିଶ୍ର ଗୀତା ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ଏବଂ ସମ୍ମାନିତ ଅତିଥି ବକ୍ତା ଭାବେ ପଣ୍ଡିତ ନୀଳକଣ୍ଠ ରାଉତ୍ , ପଣ୍ଡିତ ପ୍ରଦୀପ୍ତ ମହାପାତ୍ର , ଡ଼କ୍ଟର ଅଭାରାଣୀ ବଳ ଯୋଗଦେଇ ଗୀତାର ଆଧ୍ୟାତ୍ମିକ ସାରତତ୍ତ୍ଵକୁ ସରଳ ଭାବେ ବ୍ୟାଖ୍ୟା କରିଥିଲେ ।ସାହିତ୍ୟିକା ସୁରଭି ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ । କବି କବୟିତ୍ରୀ ମାନେ ଗୀତାର ଉପାଦେୟତା ସମ୍ପର୍କିତ କବିତା ପାଠ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡ . ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶହେରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନଙ୍କୁ ଗୀତାର ଶୁଦ୍ଧ ଉଚ୍ଚାରଣ ପାଇଁ ଗୀତା ଜ୍ଞନାମୃତ ପ୍ରତିଭା ପୁରସ୍କାର ଏବଂ ପଚାଶରୁ ଉର୍ଦ୍ଧ୍ବ ସାରସ୍ବତ ସ୍ରଷ୍ଟା ମାନଙ୍କୁ ଗୀତା ଜ୍ଞାନାଲୋକ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । ସାଇ ରୁଦ୍ରେଶ ପ୍ରଧାନ , ଶୁଭଙ୍କର ମିଶ୍ର ଗୀତାର ପଞ୍ଚମ ଅଧ୍ୟାୟ ଏବଂ ପ୍ରଥମ ଅଧ୍ୟାୟ ଶୁଦ୍ଧ ଭାବେ ଗାୟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସନାତନ ବେଦ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ଵାରା “ଗୀତା ଗୀତିକା” କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ଦେଢ଼ଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଏବଂ ସାରସ୍ବତ ସ୍ରଷ୍ଟା ମାନଙ୍କୁ ଗୀତା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜନ ରଞ୍ଜନ ପ୍ରଧାନ, ଗଗନ ବିହାରୀ ପ୍ରଧାନ, ଝୁମୁରି ସାହୁ, ଅପରାଜିତା ପରିଡ଼ା, ଉତ୍କଳିନୀ ରାଉତ୍, ଛବିରାମ ସେଠୀ, ସୁରେନ୍ଦ୍ର ମହାପାତ୍ର, ଅଶୋକ ନାୟକ, ଅପର୍ତ୍ତି ସେଠୀ, ମୋନାଲିସା ସିଂହ, ବିଜୟା ପାଇଟଲ, ସୁକାନ୍ତି ମହାନ୍ତି , ଭଗବତୀ ଖଟୁଆ, ଅମିତା ମହାନ୍ତି ଶେଷ ପର୍ଯ୍ୟନ୍ତ ରହି ସାହାଯ୍ୟ କରିଥିଲେ । ପ୍ୟାରୀମୋହନ ଏକାଡେମୀ ର ପ୍ରଧାନ ଶିକ୍ଷକ ସୁଭବ୍ରତ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ଶାନ୍ତିମନ୍ତ ପାଠ କରାଯାଇଥିଲା ।

Leave a Reply

Your email address will not be published. Required fields are marked *