ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ହିନ୍ଦୁରାଷ୍ଟ୍ର ସଙ୍ଗୋଷ୍ଠୀ ଆଶୀର୍ବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ I
କୋରାପୁଟ ଜିଲ୍ଲା ଜୟପୁର ସ୍ଥାନୀୟ ଦଶହରା ପଡିଆ ପରିସରରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିଙ୍କ ଦ୍ୱାରା ହିନ୍ଦୁରାଷ୍ଟ୍ର ସଙ୍ଗୋଷ୍ଠୀ ଆଶୀର୍ଵଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା Iଏହି କାର୍ଯ୍ୟକ୍ରମରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ଯୋଗ ଦେଇ ସାରା ଜଗତବାସୀଙ୍କୁ ଆହ୍ୱାନ ଦେଇ ଥିଲେ l ବେଦ ହେଉଛି ଭାରତୀୟ ସଂସ୍କୃତିର ମୂଳ ତେଣୁ ପ୍ରଥମ ହେଉଛି ଧର୍ମ ଗ୍ରନ୍ଥର ସୁରକ୍ଷା I ଭାରତୀୟ ସାଂସ୍କୃତିର ପ୍ରାଣ ହେଉଛି ଗୋମାତା l ଗୋମାତାର ରକ୍ଷା କଲେ ହିଁ ପରିବେଶ ଦ୍ବିଲୋକର ଶାନ୍ତି ହେବ I ଜଳ ଶାନ୍ତି,ବାୟୁ ଶାନ୍ତି, ଶାଶାନ୍ତି, ମାୟାଦୀ ଓ ସମସ୍ତ ମନୁଷ୍ୟ ସମାଜ ଶାନ୍ତି ହେବ I ଆମେ ଯାହା ସବୁ କାର୍ଯ୍ୟ କରୁଛନ୍ତି ତାହା ସମଗ୍ର ପରିବେଶ ଉପରେ ପ୍ରଭାବ ପଢୁଛି I ସ୍ୱମୀଜୀ ବିଶ୍ୱର ବିକାଶ କୁ ବିରୋଧ କରିନଥିଲେ କିନ୍ତୁ ବିକାଶ ନାମରେ ବିଶ୍ୱ ବିନାଶ ଆଡକୁ ଯାଉଥିବାର ସୂଚନା ଦେଇଥିଲେ l ଭାରତର ସଂସ୍କୃତି ଉଦାର ସଂସ୍କୃତି l ସ୍ୱାମୀ କହିଲେ ବସୁନ୍ଧୟ କୁଟୁମ୍ବକଂ ମଣିଷ ମାତ୍ରକେ ସମସ୍ତଙ୍କୁ ପ୍ରେମ କର ସେ ଯିଏ ହେଉନା କାହିଁକି ମୁସଲମାନ ଖ୍ରୀଷ୍ଟିଆନ ସମସ୍ତ ଜୀବଜଗତକୁ ଏମିତି ବହୁତ କିଛି ପ୍ରବଚନ ଦେଇ ଅଖଣ୍ଡ ଭାରତର ପୁନର୍ଗଠନ ନିର୍ମାଣ ବିଷୟରେ ମଧ୍ୟ କହିଥିଲେ I ଏହି ସଙ୍ଗୋଷ୍ଠୀ କାର୍ଯ୍ୟକ୍ରମ ଜୟପୁର ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ, ସମ୍ପାଦକ ନରେଶ ମାଟାନିଆ,କୋଷାଧକ୍ଷ ଅଶୋକ ମୁନ୍ଦ୍ରା, ପରେଶ ରଥ, ପ୍ରଶାନ୍ତ ଶତପଥି,ବରୁଣ ଜୈନ, ଦେବେନ୍ଦ୍ର ବାହିନୀପତି ଧିରେନ ମୋହନ ପଟ୍ଟନାୟକ,ଏବଂ ଅନ୍ୟାନ ସଦସ୍ୟ ଗଣ ଙ୍କ ସହଯୋଗ ରେ ଆଜିର ସଙ୍ଗୋଷ୍ଠୀ କାର୍ଯ୍ୟକ୍ରମକୁ ବହୁତ ସୁନ୍ଦର ଭାବେ ଆୟୋଜିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ହିନ୍ଦୁରାଷ୍ଟ୍ରର ସୁରକ୍ଷା କରିବା ନିମନ୍ତେ ସର୍ବଦଳ ନିର୍ବିଶେଷରେ ସମସ୍ତ ରାଜନୀତିର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ I କଂଗ୍ରେସର ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତି,ବିଜେଡିର ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ,ନଗର ପାଳ ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ବିଜେପି ନେତା ଗୌତମ ସାମନ୍ତରାୟ, ଆର୍ ଏସ୍ ଏସ୍ ସଂଗଠନର କାର୍ଯ୍ୟକର୍ତା ଓ ସମସ୍ତ ହିନ୍ଦୁ ସମାଜ ସଂଗଠନର ସଦସ୍ୟ ଏବଂ ଜୟପୁରବାସୀ ମାନେ ଉପସ୍ଥିତ ରହି ସ୍ୱାମୀଙ୍କ ପାଦ ପୂଜାର ସୌଭାଗ୍ୟ ଅର୍ଜନ କରିଥିଲେ I ଏହି କାର୍ଯ୍ୟକ୍ରମର ସୁରକ୍ଷା ଦାୟିତ୍ୱ ରେ ଉପଜିଲ୍ଲାପାଳ ବେଦବର ପ୍ରଧାନ ସୁରକ୍ଷା ନିମନ୍ତେ ଉପଖଣ୍ଡ ଆରୋକ୍ଷ ଅଧିକ୍ଷକ ହରିଶ ବି ସି, ଟାଉନ ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ସଦର ଥାନା ଅଧିକାରୀ ଈଶ୍ୱର ଚନ୍ଦ୍ର ତାଣ୍ଡି, ଏବଂ ତିନି ପ୍ଲାଟୁନ ପୋଲିସ ଫୋର୍ସ ନିୟଜିତ ହୋଇଥିଲେ ଏବଂ ସମସ୍ତ ଗଣ ମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ I