*ବିଧବା ଭତ୍ତା ପାଇଁ ଗଲା ଛଅ ବର୍ଷ ; ଭଙ୍ଗା ଚାଳିଆରେ ବିତୁଛି ଜୀବନ*
ଜେନାପୁର;(ପି.ଏନ୍) ଜୀବନର ଚଲା ପଥରେ ବୟସର ଅପରାହ୍ନରେ ସ୍ୱାମୀ ଅଧା ବାଟରେ ଛାଡି ଗଲା ପରେ ସାଧାରଣ ନାରୀଟିଏ ସମାଜ ସ୍ରୋତରେ ଏକୁଟିଆ ହୋଇ ନିରାଶ ହୋଇଯାଏ । ସେହି ନିରାଶ ଜୀବନରେ ସମାଜରେ ନାନାଦି ପ୍ରକାର ସମସ୍ୟା ସହିତ ଜଜରିତ ହୋଇ ଜୀବନକୁ କଷ୍ଟର ସହ ବଞ୍ଚିବାକୁ ପଡେ । ସ୍ୱାମୀର ଦେହାନ୍ତ ପରେ ପୁଅ କୁ ଧରି ଖଣ୍ତିଆ ଘରେ ଭାଗ୍ୟକୁ ଦ୍ୟାହିଦେଇ ବଞ୍ଚିବାକୁ ପଡୁଛି । ଅଧୁରା ସ୍ୱପ୍ନକୁ ଦ୍ୟାହି ଦେଇ ଭାଗ୍ୟର ବିଡମ୍ବଡା ସହ କାଳତିପାତ କରୁଛନ୍ତି । “କପାଳ ଲିଖନ କି କରିବ ଆନ” ବାପା ମା’ ଭବିଷ୍ୟତ ପାଇଁ ଲକ୍ଷ୍ୟ ପୂରଣ କରିବାରେ ଚେଷ୍ଟା ଜାରିରଖିଥିଲା ବେଳେ ଅଧା ବାଟରେ ଦଇବ ନିରାଶ କରିଦିଏ । ମୋ ପୁଅ ଭଲପାଠ ପଢିବ ଚାକିରି କରିବ କୋଠା ଘରେ ରହିବ ସବୁ ବାପା ମା’ଙ୍କର ସ୍ୱପ୍ନ ରହିଥାଏ । ଏମିତି କି ଖଟିଲେ ଖାଇବେ ନ ଖଟିଲେ ରାତିରେ ଚୁଲି ଜଳେ ନାହିଁ । ସରକାରଙ୍କ ମାଳମାଳ ଯୋଜନା ପ୍ରଣୟନ ହେଉଛି ସତ ବାସ୍ତବ ଲୋକଙ୍କ ପାଖରେ ପହଞ୍ଚିବା ବହୁ ଦୂରରେ ରହିଯାଉଛି । ଯାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଜଣେ ଅସହାୟ ମଣିଷ ସ୍ୱାମୀ ଚାଲିଗଲା ପରେ କେତେ ଯେ କଷ୍ଟରେ ଦିନ କାଟୁଥିବ ସେ କହିପାରିବେ । ଏମିତିକି ବିଧବା ମା ଟିଏ ୬ ବର୍ଷ ବିତିଗଲେ ବି ଭତ୍ତା କି ଆବାସ ଘର ପାଇବାରୁ ବଞ୍ଚିତ ଅଛନ୍ତି । ସେମିତି ଭଙ୍ଗା ଚାଳିଆରେ ଜରାଜୀର୍ଣ୍ଣ ଅବସ୍ଥାରେ ପୁଅକୁ ଧରି ଜୀବନ ବିତାଉଛନ୍ତି । ସେହିପରି ଏକ ଘଟଣା ଦେଖିବାକୁ ମିଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବାରକଣା ଗ୍ରାମର ସ୍ୱର୍ଗତ*ନବ ରାଉତଙ୍କ ସ୍ତ୍ରୀ ବାସନ୍ତୀ ରାଉତ । ଛଅ ବର୍ଷ ଧରି ଗୋଟେ ଭଙ୍ଗା ଚାଳିଆରେ ମା ଓ ପୁଅ କଷ୍ଟ ହେଉ ପଛେ ଚଳିଆସୁଛନ୍ତି । ଏହି ଅସୁବିଧାକୁ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟିକୁ ଆର୍କଷଣ ବାରମ୍ବାର କରିବା ସ୍ୱତ୍ତେ ଫଳ ଶୂନ । ଖାଲି ଭଣ୍ତାମି କରି ଆଜି କାଲି କହି ୬ବର୍ଷ ହୋଇଗଲାଣି ନା ଅଛି ଭତ୍ତା ନା ଅଛି ଆବାସ ଘର । ସରକାରଙ୍କ ଆଡୁଆଳରେ ରହିଯାଇଛନ୍ତି ଏହି ପରିବାର । ମୋ ସରକାର ସ୍ୱଚ୍ଛ ଶାସନ ଓ ପ୍ରଶାସନ କାର୍ଯ୍ୟରେ ବିଶ୍ୱାସ କରୁଥିବା ବେଳେ କେତେକ ଅବହେଳିତ ଜନପ୍ରତିନିଧି ଓ ପ୍ରଶାସନର ଖାମଖିଆଲି ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ଏହି ପରିବାର । ଯାହା ଫଳରେ ସରକାରଙ୍କ ଛବି ଧିରେ ଧିରେ ମଳିନ ହେବାକୁ ବସିଲାଣି କିନ୍ତୁ ଏଥିପ୍ରତି କାହାର ନିଘା ନାହିଁ । ଏଠାରେ ପ୍ରଶ୍ନ ଉଠେ ସରକାରଙ୍କ ଯୋଜନା ଗୁଡିକ ଅବହେଳିତ ନିଷ୍ପେସିତ ଅସହାୟ ଲୋକ ପାଇଁ ନା ଧନୀ ଶ୍ରେଣୀୟ ଲୋକ ପାଇଁ ଯୋଜନା କରିଛନ୍ତି । ସରକାରଙ୍କ ସୁବିଧା କହିଲେ ୧୦ କେଜି ଚାଉଳରେ କୁଟୁମ୍ବ ପ୍ରତିପୋଷଣ କରିଆସୁଛନ୍ତି । ଏଠାରେ କହିବାକୁ ଗଲେ ଜନପ୍ରତିନିଧିଙ୍କ ପ୍ରତିଶୃତି ପାଣିର ଗାର ବାରମ୍ବାର ଭତ୍ତା ପାଇଁ ଆବେଦନ କରିଥିବା ବେଳେ ନିରାଶ ହୋଇ ଘରେ ରହିବା ଛଡା ଆଉ କିଛି ଉପାୟ ନାହିଁ । ବୟସ ବଢିବା ସାଙ୍ଗକୁ ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ହେବା ଯୋଗୁଁ ଜଣେ ବାପ ଛେଉଣ୍ତ ପୁଅ ଉପରେ ନିର୍ଭର ପରିବାର । ବାରମ୍ବାର ଅଭିଯୋଗ କଲା ପରେ କୌଣସି ଜନପ୍ରତିନିଧି କର୍ଣ୍ଣପାତ ନ କରିବାରୁ ବାଧ୍ୟ ହୋଇ ଗଣମାଧ୍ୟମ ଉପରେ ଭରଷା କରି ହାତ ବଢାଇଛନ୍ତି । ଦେଖିବା ଆଗକୁ ଆମ ପ୍ରଶାସନ କେତେ ତତ୍ପରତା ଦେଖେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।